ନ୍ୟାୟରେ ପକ୍ଷପାତ ଓ ରାୟରେ କପିପେଷ୍ଟ: ଜଷ୍ଟିସ ଦୀପକ ମିଶ୍ରଙ୍କ ରାୟକୁ ରଦ୍ଦ କଲେ ସିଙ୍ଗାପୁର ସୁପ୍ରିମକୋର୍ଟ

ଅନ୍ତରାଷ୍ଟ୍ରୀୟ ମଧ୍ୟସ୍ଥତା ବା ଅର୍ବିଟ୍ରାଲ ଆଓ୍ୱାର୍ଡକୁ ରଦ୍ଦ କରିଦେଲେ ସିଙ୍ଗାପୁର ସୁପ୍ରିମକୋର୍ଟ। ଯାହାକୁ ଭାରତର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଚିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଟ୍ରିବ୍ୟୁନାଲ ପାରିତ କରିଥିଲା। କୋର୍ଟ ହୃଦବୋଧ କରିଛନ୍ତି ଯେ, ଆୱାର୍ଡର ପ୍ରାୟ ଅଧା ସାମଗ୍ରୀ ତାଙ୍କ ଦ୍ୱାରା ଦିଆଯାଇଥିବା ରାୟ ସହ ପୁରା କପି-ପେଷ୍ଟ କରାଯାଇଛି। ସିଙ୍ଗାପୁର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୁନ୍ଦ୍ରେଶ ମେନନଙ୍କ ଖଣ୍ଡପୀଠ କହିଛନ୍ତି ଯେ, ତଥ୍ୟରେ ସାମାନ୍ୟ ଭିନ୍ନତା କାରଣରୁ ନୂଆ ତର୍କ ତିଆରି ହୁଏ। ଗଲା ନିୟମକୁ କେବଳ ନୂଆ ନିଷ୍ପତ୍ତି ପାଇଁ ଏକ ଟାମ୍ପଲେଟ୍ ଭାବେ ବ୍ୟବହାର କରାଯାଇଥିଲା। ନିର୍ବିବାଦରେ କୁହାଯାଇପାରେ କି, ୪୫୧ ଅନୁଛେଦର ଏହି ଆଓ୍ୱାର୍ଡରେ ଅତି କମରେ ୨୧୨ ଅନୁଛେଦ ଗଲା ନିର୍ଣ୍ଣୟରୁ ନିଆଯାଇଛି। ଏହାର ଅନେକ ଗମ୍ଭୀର ପ୍ରଭାବ ରହିଛି। ଏ ବିବାଦ ଏସପିଭି ଓ ତିନୋଟି କମ୍ପାନୀ ସମୂହ ଭିତରେ ଥିଲା। ଯିଏ ଭାରତରେ ଫ୍ରେଟ୍ କରିଡର ପ୍ରୋଡେକ୍ଟ କାମରେ ସାମିଲ ଅଛନ୍ତି। ୨୦୧୭ରେ ଭାରତ ସରକାରଙ୍କ ଦ୍ୱାରା ନ୍ୟୁନତମ ବେତନ ବୃଦ୍ଧି ଉପରେ ପ୍ରଶ୍ନ ଉଠିଥିଲା କି- କଅଣ ଏହି ନିୟମ ବଳରେ ଠିକାଦାରଙ୍କୁ ଅତିରିକ୍ତ ବେତନ ଦେବାକୁ ଅଧିକାର ମିଳିବ। ଏଥିରେ ସହମତି ନ ମିଳିବାରୁ ଅନ୍ତରାଷ୍ଟ୍ରୀୟ ବାଣିଜ୍ୟିକ ମଧ୍ୟସ୍ଥତା ବା ଆଇସିସି ରୁଲ୍ସ ଆଧାରେର ସିଙ୍ଗାପୁର ପଠାଯାଇଥିଲା। ଯାହାର ଅଧ୍ୟକ୍ଷତା କରୁଥିଲେ ତତ୍କାଳୀନ ସିଜେଆଇ ଦୀପକ ମିଶ୍ର। ଟ୍ରିବ୍ୟୁନାଲ ଠିକାଦାର ସମୂହ ସପକ୍ଷରେ ରାୟ ଦେଇଥିଲା। ଏହି ଫୈସଲାକୁ ହାଇକୋର୍ଟରେ ଚ୍ଯାଲେଞ୍ଜ୍ କରାଯାଇଥିଲା। ଯୁକ୍ତି ଦର୍ଶାଯାଇଥିଲା ଯେ, ଏହାର ଅଧିକାଂଶ ଭାଗ ପିଛିଲା ନିଷ୍ପତ୍ତିର ବିନା କୌଣସି ମୂଲ୍ୟାଙ୍କନରେ ନକଲ କରାଯାଇଥିଲା। ପକ୍ଷପାତିତା ଥିଲା କହି ଏହି ଫୈସଲାକୁ ରଦ୍ଦ କରିଦିଆଯାଇଥିଲା। ସମାନ ମାମଲାରେ ସମାନ ରାୟ ଦେବା ଭୁଲ୍ ନୁହେଁ। କିନ୍ତୁ ସମସ୍ତ ମାମଲା ଅଲଗା। ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଯଦି ଦୁଇଟି ମାମଲାରେ ତଥ୍ୟ ସମାନ ହୁଏ, ତାହେଲେ ଏକପ୍ରକାର ରାୟ ଶୁଣାଇବା ଭୁଲ୍ ନୁହେଁ। କିନ୍ତୁ ଏ ମାମଲାରେ ତଥ୍ୟ ଅଲଗା ଥିଲା। କିନ୍ତୁ ପୂର୍ବ ମାମଲା ଆଧାରରେ ଫୈସଲା ଶୁଣାଇବା ଅବିବେକପୂର୍ଣ୍ଣ ଥିଲା। ନିରନ୍ତର ଭୁଲ୍ ପକ୍ଷପାତିତାର ଆଶଙ୍କାକୁ ବଳବତ୍ତର କରୁଛି। ଏହି ଫୈସଲାରେ ଅନେକ ଆଇନଗତ ଦିଗକୁ ଭୁଲ୍ ତର୍ଜମା କରାଯାଇ ଲାଗୁ ହୋଇଥିଲା। ମୋଟାମୋଟି କହିବାକୁ ଗଲେ, ଟ୍ରିବ୍ୟୁନାଲ ମାମଲାର ସଠିକ୍ ସମୀକ୍ଷା କରିନଥିଲା। ଟ୍ରିବ୍ୟୁନାଲ ନା ତଥ୍ୟ ନା ତର୍କ ଉପରେ ଉଚିତ୍ ଧ୍ୟାନ ଦେଇଥିଲା। ଏ ମାମଲାର ସୂଚନା ସାମ୍ୱାଦିକଙ୍କୁ ବି ଦିଆଯାଇନଥିଲା। ଏହି ମାମଲାରେ ପୂର୍ବତନ ସିଜେଆଇ କେବଳ ସାମିଲ ଥିଲେ। ଅନ୍ୟ ଦୁଇ ସହ ମଧ୍ୟସ୍ଥିଙ୍କୁ ବି ଏ ବାବଦରେ ଜଣାନଥିଲା। ସେଥିଲାଗି ଏଭଳି ଫୈସଲାରେ ନିରପେକ୍ଷତା ଓ ଅଖଣ୍ଡତା ପ୍ରଭାବିତ ହୋଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *