କୁହୁଡ଼ିରୁ କ୍ରାସ୍- ବିମାନ ମାଲିକ ବିଜୟ ସିଂ!

ଯେଉଁ ବିମାନ କ୍ରାସ କଲା। ଅଜିତ ପାଓ୍ୱାରଙ୍କ ସମେତ ୫ଜଣଙ୍କ ମୃତ୍ୟୁ ହେଲା। ତାହାର ପାଇଲଟ ଓ କୋ-ପାଇଲଟ ବେଶ୍ ଅନୁଭବୀ ଥିଲେ। ପାଇଲଟଙ୍କ ୧୬ହଜାର ଘଣ୍ଟା ଉଡ଼ାଣର ଅଭିଜ୍ଞତା ଥିଲା ବେଳେ କୋ ପାଇଲଟଙ୍କର ୧୫ଶହ ଘଣ୍ଟା ଉଡ଼ାଣର ଅନୁଭୂତି ଥିଲା। କ୍ୟାପଟେନ୍ ବି ସାହାରା, ଜେଟିଲାଇଟ୍, ଜେଟ୍ ଏୟାରଓ୍ୱେଜରେ କାମ କରି ଏଭଳି ବିମାନ ଉଡ଼ାଇଛନ୍ତି। ଏୟାରକ୍ରାଫ୍ଟ ବି ବେଶ୍ ଭଲ ଥିଲା। ଏୟାରକ୍ରାଫ୍ଟରେ କୌଣସି ତୃଟି ନଥିଲା। ଯେତେ ସମ୍ଭବ କୌଣସି ଟେକ୍ନିକାଲ ବିଫଳତା ନାହିଁ ବୋଲି ଜୋର୍ ଦେଇ କହିଛନ୍ତି ଭିଏସଆର ଭେଞ୍ଚ୍ୟୋର ଆଭିଏସନର ନିର୍ଦେଶକ ତଥା ମାଲିକ ବିଜୟ କୁମାର ସିଂ। କ୍ୟାପଟେନ ସୁମିତ କପୁର ଭଲ କ୍ୟାପଟେନ୍ ଥିଲେ। ସେ ବି ତାଙ୍କ ବନ୍ଧୁ। ତାଙ୍କ ପୁଅ ବି ଏହି ସଂସ୍ଥାରେ ପାଇଲଟ ଅଛନ୍ତି। କ୍ୟାପଟେନ୍ ସମ୍ଭାବୀ ପାଠକ ତାଙ୍କ ଝିଅ ଭଳି ଥିଲେ। ବୋଧହୁଏ କୁହୁଡ଼ିରୁ ରନୱେ ଦେଖାଯାଇନଥିବ। ସେଥିଲାଗି ଶେଷ ମୂହୂର୍ତରେ କେଉଁଠି ଲ୍ୟାଣ୍ଡିଂ କରିବେ, ତାକୁ ନେଇ ନିଷ୍ପତ୍ତି ନେଇଥିବେ ପାଇଲଟ। ସେ ରନଓ୍ୱେ ୨୯ରେ ଅବତରଣ କରିବାକୁ କହିଥିଲେ। ପୁଣି ଥରେ ରନଓ୍ୱେ ୧୧ରେ ଅବତରଣ କରିବାକୁ ପ୍ରୟାସ କରିଥିଲେ। ହେଲେ ଫେଲ୍ ମାରିବା ହେତୁ ବାଧ୍ୟ ହୋଇ ଶେଷ ମୂହୂର୍ତ୍ତରେ ଲ୍ୟାଣ୍ଡିଂ ବେଳେ କ୍ରାସ କରିଗଲା। ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଜୟ। ତେବେ ନିଜ ମନ୍ତବ୍ୟରେ ପରୋକ୍ଷରେ ପାଇଲଟଙ୍କ ନିଷ୍ପତ୍ତି ଉପରେ ସବୁତକ ଦାୟୀକୁ ଥୋପିଛନ୍ତି ବିଜୟ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *