ଭୋଟବନ୍ଦୀ ପ୍ରତିବାଦ- ବିହାର ବନ୍ଦ..

ଭୋଟ ଚୋରୀ ନୁହେଁ। ବିହାର ବାସିନ୍ଦାଙ୍କ ଭବିଷ୍ୟତ ଚୋରୀ ହେଉଛି ବିହାରରେ ଭୋଟର ତାଲିକାରେ ହେରାଫେରି ପ୍ରତିବାଦରେ ଇଣ୍ଡିଆ ଗଠବନ୍ଧନ ଆଜି ବିହାର ବନ୍ଦ କରିଥିଲା। ଯେଉଁ ନିର୍ବାଚନମଣ୍ଡଳୀରେ ଭୋଟର ବଢ଼ିଛନ୍ତି, ସେଠାରେ ବିଜେପି ଜିତିଛି ନୂଆ ଭୋଟରଙ୍କ ଭୋଟ ବିଜେପିକୁ ଗଲା। ଗରିବଙ୍କ ଭୋଟ କୁଆଡ଼େ ଗଲା ବୋଲି ପଚାରିଛନ୍ତି ରାହୁଲ। ନିର୍ବାଚନ କମିଶନଙ୍କୁ ଭୋଟର ତାଲିକା, ପୁଲିଂ ବୁଥରେ ହୋଇଥିବା ମତଦାନର ଭିଡ଼ିଓ କ୍ଲିପିଂ ମାଗିଲେ ବି କମିଶନ ନୀରବ ରହିଲେ। ଆଜି ଯାଏ ମହାରାଷ୍ଟ୍ରର ଭୋଟର ତାଲିକା ବି ବିରୋଧୀଙ୍କୁ ମିଳିଲାନି ବୋଲି କ୍ଷୋଭ ଝାଡ଼ିଛନ୍ତି ରାହୁଲ। ଲୋକତନ୍ତ୍ରର ରକ୍ଷା ଲାଗି ସଡ଼କକୁ ଓହ୍ଲାଇଥିଲେ ବିରୋଧୀ ଦଳ। ବିହାରରେ ତନ୍ତ୍ରର ତାକତରେ ଲୋକତନ୍ତ୍ରକୁ ଦୁର୍ବଳ କରିବାକୁ ମସୁଧା ଚଳାଇଥିବା ନିର୍ବାଚନ ଆୟୋଗଙ୍କ ବିରୁଦ୍ଧରେ ବର୍ଷିଛି ଇଣ୍ଡି ମେଣ୍ଟ। ସାମ୍ୱିଧାନିକ ହକରୁ କାହାକୁ ବଞ୍ଚିତ କରାଗଲେ ବରଦାସ୍ତ କରାଯିବନି କହି ବିକ୍ଷୋଭ କରିଛି। ନୀତିଶ କୁମାରଙ୍କ ବିରୁଦ୍ଧରେ ନାରାବାଜି କରି ଆରଜେଡି, କଂଗ୍ରେସ ଓ ମହାଗଠବନ୍ଧନର କର୍ମୀ ଗର୍ଜିଥିଲେ। ସାଂସଦ ପପୁ ଯାଦବ ବି କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ସହ ରାଜରାସ୍ତାକୁ ଓହ୍ଲାଇଥିଲେ। ବିରୋଧ ଭିତରେ ସଡ଼କ ଉପରେ କ୍ରିକେଟ୍ ଖେଳିଥିଲେ ଆରଜେଡି ନେତା। ଭୋଟବନ୍ଦୀ ଚଳିବନି ବୋଲି ଚେତାଇ ଦେଇଛି ଇଣ୍ଡିଆ ଗଠବନ୍ଧନ। ଏହା ଗଠବନ୍ଧନ ନୁହେଁ, ଜନ ଆନ୍ଦୋଳନ। ନିର୍ବାଚନ କମିଶନଙ୍କ କାମ ବିଜେପିର କାମ କରିବାକୁ ନୁହେଁ। ସମ୍ୱିଧାନର ସୁରକ୍ଷା ଓ ବିହାର ଜନତାଙ୍କ ଲାଗି କାମ କରନ୍ତୁ। ଯେତେ ବଡ଼ ହେଲେ ବି ଆଇନ କମିଶନଙ୍କୁ ଛାଡ଼ିବନି ବୋଲି ଚ୍ୟାଲେଞ୍ଜ ଦେଇଛନ୍ତି ରାହୁଲ ଓ ତେଜସ୍ୱୀ। ସେପଟେ ଶାସକ ଦଳ କହିଛି, ଆନ୍ଦୋଳନ କରିବାର ଅଧିକାର ରହିଛି। ୭.୯ କୋଟି ଭୋଟର ବିହାରରେ ଅଛନ୍ତି। ୪ କୋଟି ଭୋଟର ଏନୁମିରେସନ ଫର୍ମ ଦେଇଛନ୍ତି। ଇଣ୍ଡିଆ ଗଠବନ୍ଧନର କୌଣସି ସାମ୍ୱିଧାନିକ ପଦପଦବୀରେ ବସିଥିବା ଅଧିକାରୀଙ୍କ ଉପରେ ବିଶ୍ୱାସ ନାହିଁ। ଏମାନଙ୍କ ସ୍ୱାର୍ଥବିରୋଧୀ ରାୟ ଆସିଲେ ସୁପ୍ରିମକୋର୍ଟଙ୍କୁ ବି ସମାଲୋଚନା କରିବାକୁ ପଛାନ୍ତିନି। ଏହି ମାମଲାର ଶୁଣାଣୀ ଗୁରୁବାର ସୁପ୍ରିମକୋର୍ଟରେ ହେବା ପୂର୍ବରୁ ଏଭଳି ବନ୍ଦ କରି କାହା ଉପରେ ଚାପ ପକାଉଛନ୍ତି ବିରୋଧୀ। ସଡ଼କ ନା ସୁପ୍ରିମକୋର୍ଟରେ କେଉଁଠି ଲଢ଼େଇ ଚାହାନ୍ତି ଏମାନେ। ଅନୁପ୍ରବେଶକାରୀଙ୍କୁ ଭୋଟର ତାଲିକାରେ ଯୋଡ଼ିବାକୁ ଚାହୁଁଛନ୍ତି କି ବିରୋଧୀ ବୋଲି ପଚାରିଛନ୍ତି ବିଜେପିର ରାଜ୍ୟସଭା ସାଂସଦ ରବିଶଙ୍କର ପ୍ରସାଦ। ବିହାର ନିର୍ବାଚନ ପୂର୍ବରୁ ଭୋଟର ତାଲିକା ସଂଶୋଧନ ଦାବିରେ ଅଡ଼ି ବସିଛି ବିରୋଧୀ। ନିର୍ବାଚନ କମିଶନଙ୍କ ଭୋଟର ଭେରିଫିକେସନ ବିରୁଦ୍ଧରେ ୭ଟି ସହରରେ ରେଳରୋକ ସହ ୧୨ଟି ଜାତୀୟ ରାଜପଥ ଜାମ୍ କରିଥିଲେ ଆନ୍ଦୋଳନକାରୀ। ନିର୍ବାଚନ କମିଶନ ଅଫିସ ଘେରାଓ କରିବାକୁ ଯାଇଥିବା ରାହୁଲ ଓ ତେଜସ୍ୱୀଙ୍କୁ କିନ୍ତୁ ପୁଲିସ ଅଟକାଇଥିଲା। ଦେଖିବାର କଥା ବିରୋଧୀଙ୍କ ଏ ଦାବି ଓ ଚାପ ନିର୍ବାଚନ କମିଶନଙ୍କ ଉପରେ କେତେଦୂର ପଡ଼ୁଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *