ଗଙ୍ଗା ନଦୀରେ ଓଲଟିଲା ଡଙ୍ଗା, ଅନେକ ମୃତ

ଗଙ୍ଗା ନଦୀରେ ଓଲଟିଲା ଡଙ୍ଗା । ଅନେକ ଲୋକ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ବିହାର ଅମଦାବାଦର କଟିହାରରେ ବଡ଼ ଦୁର୍ଘଟଣା ଘଟିଛି। ଗଙ୍ଗାରେ ମୋଟ ୧୭ ଜଣ ଥିବା ବେଳେ ତିନି ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଏବେ ବି ଅନେକ ଲୋକ ନିଖୋଜ ଥିବା ସୂଚନା ମିଳୁଛି । ଘଟଣାରେ ଚାରି ଜଣ ଲୋକ ପହଁରି ନିଜ ଜୀବନ ରକ୍ଷା କରିଥିଲେ ।

ଦକ୍ଷିଣ କରିମୁଲ୍ଲାପୁରର ମେଘୁ ଘାଟରୁ ଡଙ୍ଗାରେ ଚଢ଼ି ଗଦ୍ଦାଇ ଦିଆରା ଯାଉଥିବା ବେଳେ ଅଘଟଣ ଘଟିଥିଲା । ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ, ଏସଡିଆରଏଫ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *