ବିଳାସପୁରରେ ବଡ଼ ଟ୍ରେନ ଦୁର୍ଘଟଣା। ମାଲବାହୀ ଗାଡ଼ିକୁ ପାସେଞ୍ଜର ଟ୍ରେନ ଧକ୍କା ହେବାରୁ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ଲାଲଖାଦାନ ପାଖରେ ଏହି ଦୁର୍ଘଟଣା ଘଟିଛି। କୋରବା ପାସେଞ୍ଜର ଟ୍ରେନ ହାଓଡ଼ା ରୁଟରେ ଯାଉଥିବା ମାଲବାହୀ ଗାଡ଼ି ସହ ଧକ୍କା ହୋଇଥିଲା। ଅନେକ ବଗି ଲାଇନଚ୍ୟୁତ ହୋଇଯାଇଛି। ଦୁର୍ଘଟଣା ପରେ ତୁରନ୍ତ ରେସକ୍ୟୁ ଅପରେସନ ଆରମ୍ଭ ହୋଇଛି। ୧୨ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ରେସକ୍ୟୁ ଟିମ୍ ଅନେକ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ଗମ୍ଭୀର ରୂପରେ ଆହତ ଯାତ୍ରୀଙ୍କୁ ଟ୍ରେନ୍ ଭିତରେ ପ୍ରାଥମିକ ଚିକିତ୍ସା ଜାରି ଥିଲା। ଅନେକ ଯାତ୍ରୀ ଡବାରେ ଫସି ରହିଥିଲେ। ସ୍ଥାନୀୟ ଲୋକ ଓ ରେଲଓ୍ୱେ କର୍ମଚାରୀ ମିଳିତ ଭାବେ ଉଦ୍ଧାର କାମରେ ଲାଗିଥିଲେ। ଦୁର୍ଘଟଣା ପରେ ଅନେକ ଏକ୍ସପ୍ରେସ ଓ ପାସେଞ୍ଜର ଟ୍ରେନକୁ ରଦ୍ଦ କରାଯାଇଛି। ଅନେକଙ୍କ ରୁଟ୍ ଡାଇଭର୍ଟ କରାଯାଇଛି। ଘଟଣାସ୍ଥଳକୁ ଜିଲ୍ଲାପାଳ ଓ ଏସପି ପହଞ୍ଚିଥିଲେ। ଯାତ୍ରୀଙ୍କ ଲାଗି ବିକଳ୍ପ ବ୍ୟବସ୍ଥା କରିଛି ପ୍ରଶାସନ। ବିଳାସପୁର-କଟନି ସେକ୍ସନରେ ହୋଇଥିବା ଏହି ଦୁର୍ଘଟଣାର ଯାଞ୍ଚ ଆରମ୍ଭ ହୋଇଛି। ଯାତ୍ରୀଙ୍କ ବାବଦରେ ସୂଚନା ପାଇବାକୁ ହେଲ୍ପଲାଇନ ନମ୍ୱର ଜାରି କରାଯାଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now