‘ଟେକ୍ ଅଫ ମାତ୍ରେ ବିମାନ କ୍ରାସ୍ କରିଗଲା। ଅହମଦାବାଦରୁ ଲଣ୍ଡନ ଯାଉଥିବା ଏୟାରଇଣ୍ଡିଆର ବୋଇଂ ୭୮୭ ଡ୍ରିମଲାଇନ ବିମାନ କ୍ରାସ ହେବା ପରେ ବିଜେ ମେଡିକାଲ କଲେଜର ବୟଜ ହଷ୍ଚେଲ ବିଲଡିଂ ଉପରେ ପଡ଼ିଥିଲା। ଯେଉଁ ହଷ୍ଟେଲ ସିଭିଲ ହସ୍ପିଟାଲକୁ ଲାଗିକି ଥିଲା। ବିମାନ କ୍ରାସ୍ ପରେ ହଷ୍ଚେଲ ଉପରେ ପଡ଼ିବାରୁ ପୁରା ହଷ୍ଟେଲ ଧ୍ୱସ୍ତ ହୋଇଯାଇଛି। ଏହି ସମୟରେ ମେସରେ ପିଲା ମଧ୍ୟାହ୍ନ ଭୋଜନ କରୁଥିଲେ। ଆଉ ଦୁର୍ଘଟଣା ପରେ ୧୦ରୁ ଉର୍ଦ୍ଧ୍ୱ ଏମବିବିଏସ ଛାତ୍ର ପ୍ରାଣ ହରାଇଥିବା ଜାତୀୟ ମିଡିଆରେ କୁହାଯାଉଛି। ଡାକ୍ତର ସଂଘ କହୁଛି, ୩୦ରୁ ଉର୍ଦ୍ଧ୍ୱ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ସେପଟେ ଯାତ୍ରୀଙ୍କ ସମ୍ପର୍କୀୟଙ୍କ ଲାଗି ହଟଲାଇନ ଓ ହେଲ୍ପଲାଇନ ଜାରି କରିଛି ଏୟାର ଇଣ୍ଡିଆ। ରାଷ୍ଟ୍ରପତି ଏଭଳି ବିମାନ ଦୁର୍ଘଟଣାକୁ ହୃଦୟ ବିଦାରକ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଉଭୟ ଗୃହମନ୍ତ୍ରୀ ଅମିତ ଶାହା ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡ଼ୁଙ୍କ ସହ କଥା ହୋଇ ତୁରନ୍ତ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ ଲାଗି ନିର୍ଦେଶ ଦେଇଥିଲେ। ଗୃହ ମନ୍ତ୍ରୀ ଅମିତ ଶାହା ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଘଟଣାସ୍ଥଳକୁ ଯାଇଛନ୍ତି। ଏୟାର ଇଣ୍ଡିଆ ଅଧ୍ୟକ୍ଷ ଏନ.ଚନ୍ଦ୍ରଶେଖର ଏ ଘଟଣାରେ ଗଭୀର ଦୁୁଃଖପ୍ରକାଶ କରିଛନ୍ତି। ମୃତକଙ୍କ ପରିବାକୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କହିଛନ୍ତି, ସରକାର ହାଇଆଲର୍ଟରେ ଅଛନ୍ତି। ଗୁଜରାଟ ସହରରେ ଏହା ଦ୍ୱିତୀୟ ସର୍ବବୃହତ ବିମାନ ଦୁର୍ଘଟଣା। ଅକ୍ଟୋବର ୧୯, ୧୯୮୮ରେ ଇଣ୍ଡିଆନ ଏୟାର ଲାଇନ୍ସ ପ୍ଲେନ କ୍ରାସ୍ କରିବାରୁ ଏଥିରେ ୧୩୦ ଜଣଙ୍କ ମୃତ୍ୟୁ ହୋଇଥିଲା। ଏୟାର ଇଣ୍ଡିଆ ବିମାନରେ ଥିବା କ୍ରିଉ ମେମ୍ୱରଙ୍କ ତାଲିକା ପ୍ରକାଶ ହୋଇଛି। ଏହାକୁ କମାଣ୍ଡ କରୁଥିଲେ କ୍ୟାପଟେନ୍ ସୁମିତ ଶଭ୍ରଓ୍ୱାଲ। ଫାଷ୍ଟ ଅଫିସର ଥିଲେ କ୍ଲାଇଭ କୁନ୍ଦର। କ୍ୟାପଟେନ ସୁମିତ ଶଭ୍ରଓ୍ୱାଲ ଦୀର୍ଘ ୮ହଜାର୨ଶହ ଘଣ୍ଟା ଉଡ଼ାଣର ଅଭିଜ୍ଞତା ରହିଛି। ଆଉ କୋ-ପାଇଲଟ କ୍ଲାଇଭଙ୍କର ୧୧ଶହ ଘଣ୍ଟା ଉଡ଼ାଣର ଅଭିଜ୍ଞତା ଥିଲା। ଅହମଦାବାଦରୁ ରନଓ୍ୱେର ଗୋଟାଏ ୩୮ରେ ଛାଡିଥିଲା ବିମାନ। ଆଉ କ୍ୟାପଟେନ ମେଡେ କଲ୍ ଏଟିସିକୁ ବି କରିଥିଲେ। ବିମାନ ଚଳାଚଳକୁ ଅସ୍ଥାୟୀ ଭାବେ ବନ୍ଦ କରିଦିଆଯାଇଛି। ତେବେ ଏହି ବିମାନ ୧୧ ବର୍ଷର ପୁରୁଣା। ସୁରକ୍ଷିତ ଯାତ୍ରା କରିବାରେ ଏହାର ନିରନ୍ତର ଭଲ ରେକର୍ଡ ବି ଥିଲା। ସଂପୃକ୍ତ ବିମାନଚୁ ଗଲା ୨ ଦିନ ଧରି ଟେକ୍ନିକାଲ ତୃଟିରୁ ଅହମଦାବାଦରେ ରହିଥିଲା।


Naxatra News is now on Whatsapp
Join and get latest news update delivered to you via whatsapp
Join Now