ନେପାଳ ପରେ ଫ୍ରାନ୍ସରେ ସରକାରଙ୍କ ବିରୁଦ୍ଧରେ ବଡ଼ ଆନ୍ଦୋଳନ। ବଜେଟ୍ କାଟ୍ ବିରୁଦ୍ଧରେ ଲକ୍ଷାଧିକ ଲୋକ ରାଜରାସ୍ତାକୁ ଓହ୍ଲାଇଲେ। ରାଷ୍ଟ୍ରପତି ଇମାନୁଏଲ ମାଙ୍କ୍ରୋଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛନ୍ତି ଆନ୍ଦୋଳନକାରୀ। ଆଉ ବ୍ୟାପକ ହଙ୍ଗାମା କରିଛନ୍ତି। ପୋଡ଼ାଜଳା, ଭଙ୍ଗାରୁଜା, ଆକ୍ରମଣ ଜାରି ରଖିଛନ୍ତି ଉପଦ୍ରବୀ। ପରିସ୍ଥିତିକୁ ମୁକାବିଲା ଲାଗି ୮୦ହଜାର ପୁଲିସ କର୍ମୀ ମୁତୟନ ଅଛନ୍ତି। ୨ଶହରୁ ଅଧିକ ଉପଦ୍ରବୀଙ୍କୁ ଗିରଫ କରାଯାଇଛି। ପୁଲିସ ଉପଦ୍ରବୀଙ୍କୁ ମୁକାବିଲା ପାଇଁ କଡ଼ା ପଦକ୍ଷେପ ନେଇଛି। ଏହି ଆନ୍ଦୋଳନର ନାଁ ବ୍ଲକ୍ ଏଭ୍ରିଥିଙ୍ଗ ନାଁ ଦିଆଯାଇଛି। ଫ୍ରାନ୍ସ ବନ୍ଦର ଡାକରା ଦେଇଥିଲା ଲେଫ୍ଚ ପାର୍ଟି। ଗୃହ ମନ୍ତ୍ରୀ ବ୍ରୁନୋ ରେତେୟା କହିଛନ୍ତି, ବସ୍ ଓ ଟ୍ରେନ ସେବାକୁ ରୋକି ଦେଇଛନ୍ତି ପ୍ରଦର୍ଶନକାରୀ। ପ୍ୟାରିସରେ ଉପଦ୍ରବୀ ଚର୍ଚ୍ଚ ପୋଡ଼ିଛନ୍ତି। ଦେଶରେ ଜାଣିଶୁଣି ଅଶାନ୍ତି ଓ ବିଦ୍ରୋହର ମାହୋଲ ସୃଷ୍ଟି କରିବାକୁ ଚକ୍ରାନ୍ତ କରୁଛନ୍ତି। ବିଶେଷ କରି ୪ଟି କାରଣରୁ ଏଭଳି ଆନ୍ଦୋଳନ ହୋଇଛି। ଇମାନୁଏଲଙ୍କ ନୀତି ସାଧାରଣ ଲୋକଙ୍କ ସ୍ୱାର୍ଥବିରୋଧୀ। ଆଉ ଏଥିଲାଗି ଧନୀଙ୍କୁ ଅଧିକ ଫାଏଦା ମିଳୁଛି। ଖର୍ଚ୍ଚରେ କାଟ୍ ସାଙ୍ଗକୁ ଜନକଲ୍ୟାଣକାରୀ ଯୋଜନାକୁ କମ୍ କରି ଆର୍ଥିକ ସୁଧାର ଆଳରେ ମଧ୍ୟବିତ୍ତ ଓ ଶ୍ରମିକ ବର୍ଗ ଉପରେ ଚାପ ବଢ଼ୁଛି। ୨ ବର୍ଷ ଭିତରେ ୫ ପ୍ରଧାନମନ୍ତ୍ରୀ ଦେଖିଲାଣି ଫ୍ରାନ୍ସ। ଏଭଳି ରାଜନୈତିକ ଅସ୍ଥିରତାରୁ ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ୁଛି। ନିକଟରେ ସେବାଷ୍ଟିୟନ ଲେକୋନ୍ନୁଙ୍କୁ ପ୍ରଧାନମନ୍ତ୍ରୀ କରାଯାଇଛି। ଏ ପ୍ରଦର୍ଶନ ଏଭଳି ସମୟରେ ହେଉଛି, ଯେତେବେଳେ ଫ୍ରାନ୍ସର ନୂଆ ପ୍ରଧାନମନ୍ତ୍ରୀ ସେବାଷ୍ଟିନ୍ ନିଜର କାର୍ଯ୍ୟଭାର ସମ୍ଭାଳିବାକୁ ଯାଉଥିଲେ। ଦିନକ ପୂର୍ବରୁ ସଂସଦରେ ଅବିଶ୍ୱାସ ପ୍ରସ୍ତାବ ପାରିତ ପରେ ଫ୍ରାନକୋଇସ ବାୟରୁ ପ୍ରଧାନମନ୍ତ୍ରୀ ପଦରୁ ହଟିଥିଲେ। ଆଉ ନିଜର ବିଶ୍ୱସ୍ତ ତଥା ତାଙ୍କର ରକ୍ଷାମନ୍ତ୍ରୀ ଥିବା ସେବାଷ୍ଟିନଙ୍କୁ ନୂଆ ପ୍ରଧାନମନ୍ତ୍ରୀ ଭାବେ ମଙ୍ଗଳବାର ନିଯୁକ୍ତ କରିଥିଲେ ଇମାନୁଏଲ। ୩୯ ବର୍ଷୀୟ ସେବାଷ୍ଟିନ୍ ଫ୍ରାନ୍ସ ଇତିହାସର ସବୁଠୁ କମ୍ ବୟସର ରକ୍ଷା ମନ୍ତ୍ରୀ ଥିଲେ। ଆଉ ୨୦୩୦ ଯାଏ ବଡ଼ ପ୍ରତିରକ୍ଷା ନିର୍ମାଣର ସୂତ୍ରଧର ଥିଲେ। ମାକ୍ରୋନଙ୍କ ଶାସନରେ ୨୦୨୨ରୁ ଲମ୍ୱା ସମୟ ଧରି ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ।ଯାହାଙ୍କୁ ୟୁକ୍ରେନରୁ ଋଷ ଯୁଦ୍ଧକୁ ପଠାଯାଇଥିଲା। ଲମ୍ୱାସମୟ ଧରି ଇମାନୁଏଲଙ୍କ ଅନୁଗତ ସେବାଷ୍ଟିନ୍ ବଡ଼ ମୁସ୍କିଲରେ ବର୍ଷେ ଭିତରେ ଫ୍ରାନ୍ସର ଚତୁର୍ଥ ପ୍ରଧାନମନ୍ତ୍ରୀ ସାଜିଛନ୍ତି।ନୂଆ ପ୍ରଧାନମନ୍ତ୍ରୀଙ୍କ ନିଯୁକ୍ତି, ମାକ୍ରୋନଙ୍କ ନୀତିକୁ ନେଇ ଫ୍ରାନ୍ସ ଜଳୁଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now