କାନାଡ଼ାରେ ରହୂଥିବା ଭାରତୀୟ ବଂଶୋଦ୍ଭବ ନିଜର ବିବାହର ଫଟୋସୁଟ୍ ଲାଗି ଆସିଥିଲେ ଭାରତ। ଦମ୍ପତ୍ତି ଫଟୋସୁଟ୍ ବେଳେ ଅଘଟଣର ସମୁଖୀନ ହୋଇଛନ୍ତି। ବେଙ୍ଗାଲୁରୁରେ ହେଉଥିଲା ଫଟୋସୁଟ୍। ରଙ୍ଗୀନ ବାଣ କିନ୍ତୁ ଏତିକିବେଳେ ଫାଟିଥିଲା। ଏଥିରେ କନ୍ୟା ପିୟାଙ୍କ ଦେହରେ ନିଆଁ ଲାଗିଯାଇଥିଲା। ପିୟାଙ୍କୁ ଗୁରୁତର ଆଘାତ ଲାଗିଛି। ବର ବିକ୍କି ପିୟାଙ୍କୁ ସେତେବେଳେ ଉଠାଇ ଧରିଥିଲେ। ଏହି ଭିଡ଼ିଓ ବିକ୍କି ଓ ପିୟା ନିଜ ଇନଷ୍ଟାଗ୍ରାମରେ ସେୟାର କରି ବିବାହରେ ବାଣର ବ୍ୟବହାର କେତେ ବିପଦ ବୋଲି ଚେତାବନୀ ଦେଇଛନ୍ତି। ବିବାହର ସୁନ୍ଦର ମୂହୂର୍ତ୍ତକୁ ଆଜୀବନ ସାଇତି ରଖିବାକୁ କରିଥିବା ଚିନ୍ତା କ୍ଷଣିକରେ ବିପଦ ପାଲଟିଗଲା। ରଙ୍ଗୀ ଧୂଆଁ ବାଲା ବାଣ ବ୍ୟବହାର କରି ନିଜ ଫଟୋସୁଟକୁ ନିଆରା କରିବାକୁ ଯୋଜନା କରିଥିଲେ ବିକ୍କି ଓ ପିୟା। ଏଥିରେ ଫଟୋରେ ରଙ୍ଗୀନ ବ୍ୟାକଗ୍ରାଉଣ୍ଡ ହୋଇଥାଆନ୍ତା। ଆଉ ଫଟୋ ଅଧିକ ସୁନ୍ଦର ଲାଗିଥାଆନ୍ତା। ଏମିତି ପ୍ଲାନ କରି ଯେତେବେଳେ ଫଟୋ ଉଠାଇବାକୁ ଗଲେ, ବାଣକୁ ବ୍ୟାକଗ୍ରାଉଣ୍ଡରେ ଫୁଟା ଯାଇଥିଲା। କିନ୍ତୁ ପ୍ଲାନ୍ ପୁରା ବିଗିଡ଼ିଗଲା। ଖୁସି ଦେବା ବଦଳରେ ବିପଦର କାରଣ ସାଜିଲା। ସୋସିଆଲ ମିଡିଆରେ ଏହି ନବ ଦମ୍ପତ୍ତି ନିଜର ଅନୁଭବକୁ ସେୟାର କରିଛନ୍ତି। ବର୍ବାଦ ହୋଇଗଲା ଏମାନଙ୍କ ଜୀବନର ସବୁଠୁ ଖାସ୍ ଦିନ। ଏହି ଘଟଣା ବିବାହର ନୀତିକାନ୍ତି ଓ ଭୋଜି ଭିତରେ ହିଁ ଘଟିଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now