ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି। ଜାତି ଜନଗଣନା କରିବେ ସରକାର। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଦେଶରେ ଜାତିଭିତ୍ତିକ ଜନଗଣନା ହେବ। ପରବର୍ତ୍ତୀ ଜନଗଣନାରେ ଜାତିକୁ ସାମଲ୍ କରାଯିବ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏହ ନିଷ୍ପତ୍ତି ହୋଇଛି। କ୍ୟାବିନେଟର ଏହି ନିଷ୍ପତ୍ତିକୁ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିବା ବେଳେ ବିରୋଧୀଙ୍କୁ ଟାର୍ଗେଟ କରିବାକୁ ଭୁଲିନାହାନ୍ତି। ଅଶ୍ୱିନୀ କହିଛନ୍ତି ଯେ, କଂଗ୍ରେସ ସବୁବେଳେ ଭୋଟବ୍ୟାଙ୍କ ଲାଗି ଜାତିକୁ ବ୍ୟବହାର କରିଆସୁଛି। ୨୦୧୦ରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଜାତି ଜନଗଣନା କରିବା ନେଇ କ୍ୟାବିନେଟ୍ ଡାକିବାକୁ କହିଥିଲେ। ଅଧିକାଂଶ ଦଳ ବି ଜାତି ଜନଗଣନା ସପକ୍ଷରେ ସୁପାରିଶ କରିଥିଲେ। ଏହା ସତ୍ତ୍ୱେ କଂଗ୍ରେସ ସରକାର ଜାତି ଜନଗଣନା ବଦଳରେ କେବଳ ସର୍ଭେ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିରୁ ବୁଝାପଡ଼ିଥିଲା ଯେ, କଂଗ୍ରେସ ଓ ତାଙ୍କ ସହଯୋଗୀ ଦଳ ଜାତି ଜନଗଣନାକୁ କେବଳ ଏକ ରାଜନୀତିକ ଅସ୍ତ୍ର ଭାବେ ବ୍ୟବହାର କରିଥିଲା। ଅନେକ ରାଜ୍ୟର ଖାମଖିଆଲି ସର୍ଭେକ୍ଷଣରୁ ସମାଜରେ ସନ୍ଦେହ ସୃଷ୍ଟି ହୋଇଥିଲା। ଏଥିଲାଗି ଯେ, ରାଜନୀତିରୁ ସାମାଜିକ ସଦ୍ଭାବନା ଯେଭଳି କ୍ଷୁର୍ଣ୍ଣ ନ ହେବ।


Naxatra News is now on Whatsapp
Join and get latest news update delivered to you via whatsapp
Join Now