ଭୁଶୁଡିଲା ପ୍ଲାଣ୍ଟ୍ ଚିମିନି, ଅନେକ ଶ୍ରମିତ ମୃତ

ଛତିଶଗଡ଼ ମୁଙ୍ଗେଲି ଜିଲ୍ଲାରେ ବଡ଼ ଦୁର୍ଘଟଣା । ସାରଗାଁ ପୋଲିସ ଷ୍ଟେସନ ଅନ୍ତର୍ଗତ ରାମବୋଡ ଅଞ୍ଚଳର କୁସୁମ ଷ୍ଟିଲ୍ ପ୍ଲାଣ୍ଟ୍ରେ ଏକ ଚିମିନି ଭୁଶୁଡିବାରୁ ପାଖାପାଖି ୩୦ଜଣ ଲୋକ ଚାପିହୋଇଯାଇଛଥିବା ସୂଚନା । ସେହି ମଧ୍ୟରୁ ପାଖାପାଖି ୮ରୁ ୯ ଜଣଙ୍କ ମୃତ୍ୟୁ ଆଶଙ୍କା କରାଯାଉଛି । ଘଟଣା ପରେ ତୁରନ୍ତ ଚିମିନିର ଭଗ୍ନାବଶେଷରୁ ୨ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ଏବଂ ପ୍ରଶାସନ ଦଳ ଉପସ୍ଥିତ ଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନା ଅନୁଯାୟୀ, ଷ୍ଟିଲ୍ ପ୍ଲାଣ୍ଟ୍ ରଖାଯାଇଥିବା ଏକ ଭାରୀ ସେଲ୍ ହଠାତ ତଳକୁ ଖସି ପଡ଼ିଥିଲା । ଯାହାର ଭଗ୍ନାବଶେଷ ତଳେ ୩୦ଜଣ ଶ୍ରମିକ ପୋତି ହୋଇଯାଇଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *