ଆଉ ନାହାନ୍ତି ବିଶିଷ୍ଟ ପରମାଣୁ ବୈଜ୍ଞାନିକ ଆର. ଚିଦାମ୍ବରମ । ତାଙ୍କର ପରଲୋକ ଘଟଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା ।କିଛି ଦିନରୁ ସେ ବୟସାଧିକ ସମସ୍ୟା ଯୋଗୁଁ ମୁମ୍ବାଇ ସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଶନିବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇଥିଲା ।
ପୋଖରାନ ପରୀକ୍ଷଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ଆର.ଚିଦାମ୍ବରମ । ଭାରତ ସରକାରଙ୍କ ବୈଷୟିକ ପରାମର୍ଶଦାତା ସହ ସେ ଅବଦୁଲ କଲାମଙ୍କ ଘନିଷ୍ଠ ସହଯୋଗୀ ଥିଲେ ।
ଏହା ବ୍ୟତୀତ ସେ ଭାବା ଆଟମିକ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ଦାୟିତ୍ୱ ମଧ୍ୟ ତୁଲାଇଥିଲେ । ସ୍ମାଇଲିଂ ବୁଦ୍ଧ, ଅପରେସନ ଶକ୍ତିରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା ।
Naxatra News is now on Whatsapp
Join and get latest news update delivered to you via whatsapp
Join Now