ପାଞ୍ଚଟି ସନ୍ତାନର ମାଆ। ବୟସ ୫୧। କିନ୍ତୁ ନିଜ ଭଣଜା ସହ ଫେରାର୍ ହୋଇଗଲେ। ନା ପିଲାଙ୍କ ମୁହଁକୁ ଚାହିଁଲେ ନା ସ୍ୱାମୀର। ଚିତ୍ରକୂଟର ପହାଡ଼ି ଥାନା ଅନ୍ତର୍ଗତ ପରସୌଞ୍ଜା ଗାଁରୁ ଆସିଛି ଅଭାବନୀୟ ଘଟଣା। ପତି ପରଦେଶୀ ଶ୍ରୀବାସଙ୍କ ଅଭିଯୋଗ ହେଉଛି କି, ତାଙ୍କ ପତ୍ନୀ କବିତା ତାଙ୍କୁ ବିଷ ଦେଇ ମାରିବାକୁ ଚେଷ୍ଟା କରୁଥିଲା। ଏଥିରେ ଅସଫଳ ହେବାରୁ ଘରୁ ଟଙ୍କା ଓ ଗହଣା ନେଇ ପଳାଇଛି। ତାଙ୍କ ପତ୍ନୀ ବାହାନାରେ କର୍ବି ଯାଇଥିଲେ। ସେଠାରେ ତାଙ୍କ ଭଣଜା ଆଗରୁ ଅପେକ୍ଷ କରିଥିଲା। ଆଉ ସେଠୁ ଦୁହେଁ ଫେରାର୍ ହୋଇଯାଇଛନ୍ତି। ତେବେ ପରଦେଶୀଙ୍କ ଅଭିଯୋଗକୁ ପୁଲିସ ଶୁଣିଥିବା ସତ୍ତ୍ୱେ ଏତଲା କରିନି। ପରଦେଶୀ ନିଜ ବଡ଼ ଝିଅର ବିବାହ କରିବାର ଥିଲା। କିନ୍ତୁ ଏବେ ନ୍ୟାୟ ଲାଗି ପୁଲିସ ପାଖକୁ ଦୌଡ଼ୁଛନ୍ତି। ଅଭିଯୁକ୍ତ ଭଣଜା ଶିବବରନ ନିଜ ମାଇଁ କବିତାଙ୍କ ସହ ପଳାଇବା ଘଟଣା ପଛରେ ପ୍ରକୃତ ରହସ୍ୟକୁ ନେଇ ନାନା ଆଲୋଚନା ହେଉଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now