ଅଭିମୁକ୍ତେଶ୍ୱରନନ୍ଦ ଓ ୟୁଜିସି ବିବାଦ- ସିଟି ମାଜିଷ୍ଟ୍ରେଟ ଅଳଙ୍କାର ଅଗ୍ନିହୋତ୍ରୀଙ୍କ ଇସ୍ତଫା

ୟୁଜିସିର ନୂଆ ନିୟମ, ସାଧାରଣବର୍ଗ ଛାତ୍ରଙ୍କ ବିରୋଧ ଓ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରନନ୍ଦଙ୍କ ସହ ଜଡ଼ିତ ବିବାଦ ଭିତରେ ବରେଲିର ସିଟି ମାଜିଷ୍ଟ୍ରେଟଙ୍କ ଇସ୍ତଫା। ସିଟି ମାଜିଷ୍ଟ୍ରେଟ ତଥା ୨୦୧୯ ବ୍ୟାଚର ପିସିଏସ ଅଧିକାରୀ ଅଳଙ୍କାର ଅଗ୍ନିହୋତ୍ରୀ ଚାକିରୀରୁ ଇସ୍ତଫା ଦେଇଛନ୍ତି। ଅଗ୍ନିହୋତ୍ରୀ କହିଛନ୍ତି, ସେ ଏଭଳି ଏକ ବ୍ୟବସ୍ଥା ଭିତରେ କାମ କରିପାରିବେନି। ଯେଉଁଠି ଗଣତନ୍ତ୍ର ନାହିଁ, କେବଳ ଧନତନ୍ତ୍ର ଅଛି। ସାଧାରଣ ବର୍ଗଙ୍କ ଛାତ୍ରଙ୍କ ଭବିଷ୍ୟତ ଏବେ ଅନ୍ଧାରରେ ବୋଲି କହିଛନ୍ତି ଅଳଙ୍କାର। ସେମାନଙ୍କ ପ୍ରତି ଭେଦଭାବ କରାଯାଉଛି। ଶଙ୍କରାଚାର୍ଯ୍ୟଙ୍କ ଶିଷ୍ୟଙ୍କ ଉପରେ କଥିତ ଦୁର୍ବ୍ୟବହାରରେ ସେ ଅସନ୍ତୋଷ ଝାଡ଼ିଛନ୍ତି। ଏହା ସହ ସରକାରରେ ଥିବା ବ୍ରାହ୍ଣଣ ସମାଜର ସମସ୍ତ ଅଧିକାରୀ ଓ ଜନ ପ୍ରତିନିଧିଙ୍କୁ ଅପିଲ କରିଛନ୍ତି, ଯଦି ସେମାନଙ୍କ ଭିତରେ କିଛି ବି ନୈତିକତା ଓ ସମ୍ମାନବୋଧ ଥାଏ, ଏକଜୁଟ୍ ହୋଇ ଏଭଳି ବ୍ୟବସ୍ଥା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରନ୍ତୁ। ଏହି ମୁଦ୍ଦା ଶିକ୍ଷା, ପ୍ରଶାସନ ଓ ରାଜନୀତିରେ ନୂଆ ବିତର୍କର ଝଡ଼ ଛିଡା କରିଛି। ଅଳଙ୍କାର ନିଜ ଦପ୍ତରରେ ଥିବା ଚୌକି ପଛପଟେ ଲାଗିଥିବା ବୋର୍ଡରେ ନିଜ ନାଁ, ଇସ୍ତଫା ଲେଖି ନିଜ ଘର ଆଗ ଗେଟ୍ ବାହାରେ ହାତରେ ଲେଖାଥିୂବା ପୋଷ୍ଟର ନେଇ ଛିଡ଼ା ହୋଇଥିଲେ। ୟୁଜିସିର କଳା ଆଇନକୁ ପ୍ରତ୍ୟାହାର କର ବୋଲି ଦାବି କରିଥିଲେ। ଶଙ୍କରାଚାର୍ଯ୍ୟ ଓ ସନ୍ଥଙ୍କ ଅପମାନ ହିନ୍ଦୁସ୍ତାନ ସହିବନି ବୋଲି ଲେଖିଥିଲେ। ବ୍ରାହ୍ଣଣ ଏମପି ଓ ଏମଏଲଏଙ୍କୁ ବୟକଟ୍ କରିବାକୁ ଲେଖିଛନ୍ତି। ଅଳଙ୍କାରଙ୍କ ଅପ୍ରତ୍ୟାଶିତ ଇସ୍ତଫା ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *