ବିବାଦରେ ବିଧାୟକ ବରୈୟା- କହିଲେ ଦୁଷ୍କର୍ମ ପୂଣ୍ୟ କାମ!

କଂଗ୍ରେସ ବିଧାୟକ ଫୁଲ ସିଂ ବରୈୟାଙ୍କ ବିବାଦୀୟ ବୟାନ। ଦଳିତ, ଆଦିବାସୀ ଓ ଓବିସି ମହିଳାଙ୍କୁ ନେଇ ଦେଲେ ଆପତ୍ତିଜନକ ମନ୍ତବ୍ୟ। ଯାହା ସୋସିଆଲ ମିଡିଆରେ ଭାଇରାର ହୋଇଛି। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ୱିତ ପାତ୍ର ଏହାକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଏଭଳି ବୟାନ ମାନବତା ଓ ସନାତନ ଧର୍ମର ଅପମାନ ଅଟେ। ବରୈୟା ଜଣେ ସମ୍ମାନନୀୟ ବିଧାୟକ ଅଟନ୍ତି। ସେ ରାହୁଲ ଓ ପ୍ରିୟଙ୍କାଙ୍କ ଖାସ୍ ଅନୁଗତ ବି। ଯେଉଁ ମଞ୍ଚରୁ ଏ ବିବାଦୀୟ ବୟାନ ବରୈୟା ଦେଇଥିଲେ, ସେଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ବି ଉପସ୍ଥିତ ଥିଲେ। ହେଲେ କେହି ଏଭଳି ବୟାନକୁ ନେଇ ଆପତ୍ତି କଲେନି କି ରୋକିଲେନି। ତେବେ ଏମିତି କଅଣ କହିଲେ ବରୈୟା, ଯାହାକୁ ନେଇ ବିବାଦର ନିଆଁ ତେଜିଲାଣି। ଏକ ସାକ୍ଷାତକାର କାର୍ଯ୍ୟକ୍ରମରେ ବରୈୟା କହିଛନ୍ତି ଯେ, ଭାରତରେ ସବୁଠୁ ଅଧିକ ଦୁଷ୍କର୍ମ ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗରେ ହୋଇଥାଏ। ଦୁଷ୍କର୍ମର ଥିଓରୀ ହେଲା ଯେ, ରାସ୍ତାରେ ଯାଉଥିବା ଯେକୌଣସି ବ୍ୟକ୍ତି ସୁନ୍ଦର ଝିଅକୁ ଦେଖିଲା ମାତ୍ରେ ସେମାନଙ୍କର ମୁଣ୍ଡ ବିଚଳିତ ହୋଇପଡ଼େ। ଦୁଷ୍କର୍ମ କରିପାରେ। କିନ୍ତୁ ଆଦିବାସୀ ସମାଜରେ କେତେଜଣ ସୁନ୍ଦରୀ ସ୍ତ୍ରୀ ଅଛନ୍ତି। ଅତି ପଛୁଆ ବର୍ଗରେ କଅଣ ସୁନ୍ଦରୀ ସ୍ତ୍ରୀ ଅଛନ୍ତି କି। ତାହେଲେ କାହିଁକି ହେଉଛି ବଳାତ୍କାର। କାରଣ ସେମାନଙ୍ରକ ଧର୍ମଗ୍ରନ୍ଥିରେ ଏମିତି ନିର୍ଦେଶ ରହିଛି। ଚଣ୍ଡାଳ ସହ ସହବାସ କଲେ ତୀର୍ଥ ମିଳିବ। ସେଥିଲାଗି ତୀର୍ଥ ଯାଇ ନ ପାରି ଘରେ ବସୁଥିବା ବ୍ୟକ୍ତିକୁ ବିକଳ୍ପ ଦିଆଯାଇଛି। ସେମାନଙ୍କ ମହିଳାଙ୍କୁ ଧରି ସହବାସ କର। ଫଳ ମିଳିବ। ବରୈୟା ଦାବି କରିଛନ୍ତି ଯେ, ଯଦି କେହି ବ୍ୟକ୍ତି ତୀର୍ଥ ଯାତ୍ରା କରିପାରୁନି। ସେ ଦଳିତ, ଆଦିବାସୀ ଓ ଓବିସି ବର୍ଗର ମହିଳାଙ୍କ ସହ ସହବାସ କଲେ ତୀର୍ଥ ଫଳ ମିଳିବ। କେବଳ ଏତିକି ନୁହେଁ। ଛୋଟ ପିଲାଙ୍କ ସହ ହେଉଥିବା ଦୁଷ୍କର୍ମ ଅପରାଧକୁ ବି କଥିତ ଧାର୍ମିକ ନିର୍ଦେଶ ସହ ଯୋଡ଼ି ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ମୋଟାମୋଟି କହିବାକୁ ଗଲେ ଦୁଷ୍କର୍ମ ହେଉଛି ପୂଣ୍ୟ କାମ ବୋଲି ଯୁକ୍ତି ଦର୍ଶାଇଛନ୍ତି ବରୈୟା। ମଧ୍ୟପ୍ରଦେଶ ଭାଣ୍ଡେରର କଂଗ୍ରେସ ବିଧାୟକ ହେଉଛନ୍ତି ବରୈୟା। ନିଜେ ଦଳିତ ସମାଜର। ଦୁଇ ଝିଅର ବାପା। ବଳାତ୍କାର ଭଳି ଜଘନ୍ୟ ଅପରାଧକୁ ଜାତି ଓ ଧର୍ମ ସହ ଯୋଡ଼ି ବିବାଦୀୟ ବୟାନ ଦେଇଛନ୍ତି।

 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *