ସମ୍ୱିଧାନର ସୁରକ୍ଷା- ବାସ୍ତବରେ କିଏ କରୁଛି?

ସ୍ୱାଧୀନତା ଦିବସରେ ଲୋକତନ୍ତ୍ର ଓ ସମ୍ୱିଧାନର କଥା କହି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସମ୍ୱିଧାନ ହିଁ ସ୍ୱତନ୍ତ୍ର ଭାରତର ସର୍ବୋଚ୍ଚ ସ୍ତମ୍ଭ ଅଟେ। ପ୍ରେରଣାର କେନ୍ଦ୍ର ଅଟେ। କିନ୍ତୁ ୫୦ ବର୍ଷ ତଳେ ସମ୍ୱିଧାନର ଗଳାକୁ ଚିପି ଦିଆଯାଇଥିଲା। ସମ୍ୱିଧାନ ପିଠିରେ ଛୁରୀ ଭୁଷି ଦିଆଯାଇଥିଲା। ଦେଶକୁ ଜେଲଖାନାରେ ପରିଣତ କରିଦିଆଗଲା। ଏମର୍ଜେନ୍ସି ଲଦିଦିଆଯାଇଥିଲା। ଦେଶର ପୀଢ଼ି ସମ୍ୱିଧାନର ହତ୍ୟାକାରୀଙ୍କୁ ଭୁଲିବା କଥା ନୁହେଁ। ସମ୍ୱିଧାନ ହତ୍ୟାର ପାପୀଙ୍କୁ ଭୁଲିବା କଥା ନୁହେଁ। ଭାରତର ସମ୍ୱିଧାନ ପ୍ରତି ସମର୍ପଣ ମନୋଭାବରେ ଆଗକୁ ବଢ଼ାଇବା ଜରୁରୀ। ପରିଶ୍ରମ, ପରାକାଷ୍ଠା ଜାରି ରଖିବା। ୨୦୪୭ରେ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବାକୁ ପଡ଼ିବ। ସେପଟେ ଏହାର କଡ଼ା କାଉଣ୍ଟର କରିଛନ୍ତି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। ସ୍ୱତନ୍ତ୍ରତା ଆନ୍ଦୋଳନରେ କଂଗ୍ରେସର ଭୂମିକା କଅଣ ଥିଲା ସାରା ବିଶ୍ୱ ଜାଣେ। ଖଡ଼ଗେ କହିଛନ୍ତି, ଭାରତୀୟ ଲୋକତନ୍ତ୍ରର ଆଧାର ଅଟେ ନିରପେକ୍ଷ ନିର୍ବାଚନ। ଡାକ୍ତର ଆମ୍ୱେଦକର କହିଥିବା ସମ୍ୱିଧାନ ସଭାର ବିବୃତ୍ତିକୁ ଉଦ୍ଧୃତ କରିଛନ୍ତି ଖଡ଼ଗେ। କିନ୍ତୁ ଏବେ ସତ୍ତାଧାରୀ ଦଳର ଶାସନଚୌକିରେ ରହିବାକୁ ଅନୈତିକ କାମ ସୀମା ପାର୍ ହୋଇଗଲାଣି। ନିର୍ବାଚନରେ ଗଡ଼ବଡ଼ି କରୁଛି। ଏସଆଇଆର ନାଁରେ ବିରୋଧୀଙ୍କ ଭୋଟ୍ କଟାଯାଉଛି। ଜୀବିତ ଭୋଟରଙ୍କୁ ମୃତ ସଜାଇ ଦିଆଯାଉଛି। ସୁପ୍ରିମକୋର୍ଟ ଜନତାର ସ୍ୱର ଶୁଣିଲେ। ଭୋଟର ତାଲିକାକୁ ସାର୍ବଜନୀନ କରିବାକୁ ନିର୍ଦେଶ ଦେଲେ। ସବୁଠୁ ଆଶ୍ଚର୍ଯ୍ୟର କଥା, ୬୫ଲକ୍ଷ ଲୋକଙ୍କ ଭୋଟ କାଟିବା ନେଇ ଶାସକ ଦଳର କୌଣସି ଆପତ୍ତି ନାହିଁ। ଏହି ଲଢ଼େଇ ନିର୍ବାଚନ ଜିତିବା ଲାଗି ନୁହେଁ, ବରଂ ଲୋକତନ୍ତ୍ରକୁ ରକ୍ଷା ଲାଗି ଲଢ଼େଇ। ସମ୍ୱିଧାନ ସୁରକ୍ଷା ଲାଗି ଲଢ଼େଇ। ବିହାରର ସାସାରାମରୁ ଆସନ୍ତା ୧୭ରୁ ଭୋଟ ଅଧିକାର ଯାତ୍ରା ଆରମ୍ଭ କରିବେ ରାହୁଲ। ପଶ୍ଚିମବଙ୍ଗରେ ଜାତୀୟ ପତାକା ଉତ୍ତୋଳନ ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ଅସଲ ସ୍ୱାଧୀନତାର ଅର୍ଥ- ଭୟ, ଭୋକ, ଅନ୍ୟାୟ, ଭେଦଭାବରୁ ସ୍ୱାଧୀନ ପାଇବା। କିନ୍ତୁ ବିଡ଼ମ୍ୱନା, ଏବେକାର ସରକାର ଭାରତର ନୀତି ନ୍ୟାୟ, ସ୍ୱାଧୀନତା, ସମାନତାକୁ ଶସ୍ତା କରିଦେଲେଣି। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ କହିଛନ୍ତି, କେନ୍ଦ୍ର ସରକାର ରୀତିମତ ରାଜ୍ୟର ଅଧିକାରକୁ ଛଡ଼ାଇବାକୁ ଚକ୍ରାନ୍ତ କରୁଛନ୍ତି। ଅନୁଦାନ ଦେବାରେ ଭେଦଭାବରୁ ରାଜ୍ୟ ସନ୍ତୁଳିତ ହେଉଛି। ସଂଘୀୟ ଢାଞ୍ଚାର ଉଲ୍ଲଂଘନ କରୁଛି କେନ୍ଦ୍ର। ସାମ୍ୱିଧାନିକ ଅଧିକାର ଉପରେ ପ୍ରହାର ହେଉଛି। ସମ୍ୱିଧାନ ଓ ଲୋକତନ୍ତ୍ରର ଆଳରେ ଗୋହି ଖୋଳାଖୋଳି ଜାରି ରହିଛି। ପ୍ରକୃତ ସ୍ୱାଧୀନତାର ସ୍ୱାଦ ଯେମିତି ରାଜନୀତିର ପେଞ୍ଚରେ ଘାରି ହେଉଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *