ପହଲଗାଁଓ ଆତଙ୍କି ଆକ୍ରମଣ ପୀଡ଼ିତଙ୍କୁ ଶହୀଦ ମାନ୍ୟତା- ଆବେଦନକୁ ଖାରଜ କଲେ ହାଇକୋର୍ଟ

ପହଲଗାଁଓରେ ଆତଙ୍କି ଆକ୍ରମଣରେ ମୃତକଙ୍କୁ ଶହୀଦ ମାନ୍ୟତା ଓ ଆକ୍ରମଣ ସ୍ଥଳକୁ ଶହୀଦ ହିନ୍ଦୁ ସ୍ମୃତି ସ୍ଥଳ ଘୋଷଣା କରାଯାଉ। ଏଭଳି ଏକ ଜନସ୍ୱାର୍ଥ ମାମଲାକୁ ଖାରଜ କରିଦେଇଛନ୍ତି ହାଇକୋର୍ଟ। ପଞ୍ଜାବ ଓ ହରିଆଣା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସିଲ ନାଗୁ ଓ ଜଷ୍ଟିସ ସୁମିତ ଗୋଏଲ ଏହି ରାୟ ଦେଇଛନ୍ତି। କୌଣସି ନୀତି ପ୍ରଣୟନ ଉପରେ କୋର୍ଟ ହସ୍ତକ୍ଷେପ କରିବେନି। ଏହା କେବଳ ସରକାରୀ ସ୍ତରରେ ନୀତିଗତ ନିଷ୍ପତ୍ତି ହେବ। ଆବେଦନକାରୀ ପ୍ରକୃତ ଅଧିକାରୀଙ୍କ ପାଖରେ ମାସକ ଭିତରେ ଆବେଦନ କରିପାରିବେ ବୋଲି କହିଛନ୍ତି କୋର୍ଟ। ପହଲଗାଁଓ ଆତଙ୍କି ଆକ୍ରମଣରେ ମୃତକଙ୍କୁ ଶହୀଦ ମାନ୍ୟତା ଦେବାର ଘୋଷଣା କଅଣ ସମ୍ୱିଧାନର ଧାରା ୨୨୬ ଅନ୍ତର୍ଗତ ଆସିବ କି ବୋଲି ପଚାରିଥିଲେ ମୁଖ୍ୟ ବିଚାରପତି। ଏହାର ଏକ ନଜିର ଦେଇପାରିବେ କି ଆବେଦନକାରୀ। ଏହା ସମ୍ପୂର୍ଣ୍ଣ ପ୍ରଶାସନିକ ବ୍ୟାପାର ଆଉ ଏକ ନୀତିର ପ୍ରଶ୍ନ ଅଟେ। ଏହା ଏକଜିକ୍ୟୁଟିଭ ନିଷ୍ପତ୍ତି ନେବ। କୋର୍ଟ କରିପାରିବେନି। ଆବେଦନକାରୀ ଆୟୁଷ ଆହୁଜା କହିଥିଲେ, ଯେହେତୁ ନିରୀହ ପର୍ଯ୍ୟଟକଙ୍କୁ ସେମାନଙ୍କ ଧର୍ମ ପଚାରି ଗୁଳି କରାଯାଇଥିଲା, ସେମାନେ ବୀର ସୈନିକ ଭାବେ ଏହାକୁ ସାମ୍ନା କରିଥିଲେ। ତେବେ ଏଭଳି ଯୁକ୍ତିକୁ ବିରୋଧ କରିଥିଲେ ଅତିରିକ୍ତ ସଲିସିଟର ଜେନେରାଲ ସତ୍ୟ ପାଲ୍ ଜୈନ। କେନ୍ଦ୍ର ପକ୍ଷରୁ କହିଥିଲେ ଯେ, କେନ୍ଦ୍ର ସରକାର ଏ ଦିଗରେ କଅଣ କରୁଛନ୍ତି, ଆବେଦନକାରୀଙ୍କୁ ଜଣା ନାହିଁ। ସେଦିନ ସଂଧ୍ୟାରେ ହିଁ ଗୃହମନ୍ତ୍ରୀ ଶ୍ରୀନଗର ପହଞ୍ଚିଥିଲେ। ଅନ୍ୟ ଦେଶ ସହ ଯୁଦ୍ଧ ସ୍ଥିତିରେ ଥିଲା ବେଳେ ଏଭଳି ସମୟରେ ଏଭଳି ପ୍ରସଙ୍ଗ ଉଠାଇବା ଯୁକ୍ତିଯୁକ୍ତ ନୁହେଁ। ଆମକୁ ଅନ୍ୟ କଥାକୁ ପ୍ରାଥମିକତା ଦେବା ଜରୁରୀ। ମୁଖ୍ୟ ବିଚାରପତି କହିଥିଲେ, ଯଦି କିଛି ସୈନିକ ବି ମରିଛନ୍ତି, ସେମାନେ ବି ଆଓ୍ୱାର୍ଡର ହକଦାର। କିନ୍ତୁ ଏହାକୁ ତୁରନ୍ତ ଦିଆଯାଇପାରିବନି। ଏହା ସମୟ ନେବ। ଅତିକମରେ ବର୍ଷେ। ମେ ୬ରେ ନିଜ ରାୟକୁ ସଂରକ୍ଷିତ ରଖିଥିଲେ ଅଦାଲତ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *