ଭାରତୀୟ ସେନା, ନୌସେନା ଓ ବାୟୁସେନାର ବରିଷ୍ଠ କର୍ମଚାରୀ ଓ ତାଙ୍କ ପରିବାର ସଦସ୍ୟଙ୍କର ବ୍ୟକ୍ତିଗତ ଗୋପନୀୟତାକୁ ସମ୍ମାନ ଦେବା ଉପରେ ଜୋର ଦେଇ ଏକ ଆଡଭାଇଜୋରି ଜାରି କରିଛି ପ୍ରତିରକ୍ଷା ମନ୍ତ୍ରଣାଳୟ (MoD)। ବ୍ୟକ୍ତିଗତ ତଥ୍ୟର ସୁରକ୍ଷା, ସାଇବର ଆକ୍ରମଣ ବିରୁଦ୍ଧରେ ସାବଧାନତା, ମିଡିଆ ଓ ସାଧାରଣ ନାଗରିକଙ୍କ ଲାଗି ସୂଚନା ଜାରି କରିଛି ମନ୍ତ୍ରଣାଳୟ। ସେନା କର୍ମଚାରୀ ଓ ସେମାନଙ୍କ ପରିବାରର ଗୋପନୀୟ ତଥ୍ୟ ଯେପରିକି ରହଣୀ, ପରିବାରର ତଥ୍ୟ, ଯାତ୍ରା ବିବରଣୀ ଅନଧିକୃତ ପ୍ରକାଶ କରିବାକୁ ବାରଣ କରାଯାଇଛି। ଏହା ସେନା କର୍ମଚାରୀ ଓ ତାଙ୍କ ପରିବାରର ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିପାରେ।ଦିନକୁ ଦିନ ବୃଦ୍ଧି ପାଉଥିବା ସାଇବର ଅପରାଧ ପରିପ୍ରେକ୍ଷୀରେ ସେନା ସଂପୃକ୍ତ ତଥ୍ୟକୁ ସୁରକ୍ଷିତ ରଖିବା ଦିଗରେ ଉପଦେଶ ଦିଆଯାଇଛି।ମିଡ଼ିଆ ଓ ସାଧାରଣ ନାଗରିକ ବି ସେନା କର୍ମଚାରୀ ଓ ତାଙ୍କ ପରିବାର ବିଷୟରେ କିଛି କହିବା କିମ୍ବା ଲେଖିବା ପୂର୍ବରୁ ସଜାଗ ଓ ଦାୟିତ୍ୱପୂର୍ଣ୍ଣ ରହିବା ଆବଶ୍ୟକ ବୋଲି ପରାମର୍ଶ ଦେଇଛି ପ୍ରତିରକ୍ଷା ମନ୍ତ୍ରଣାଳୟ।ପ୍ରତିରକ୍ଷା ମନ୍ତ୍ରଣାଳୟର ଏହି ଉପଦେଶ “ଡିଜିଟାଲ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଆଇନ, ୨୦୨୩” ସହିତ ମେଳ ରଖିଥାଏ, ଯାହା ଭାରତରେ ବ୍ୟକ୍ତିଗତ ତଥ୍ୟ ପ୍ରକ୍ରିୟା ବ୍ୟବସ୍ଥା ଓ ସୁରକ୍ଷା ପାଇଁ ଏକ ନୂତନ ଆଇନ। ଏହି ଆଇନ ଅନୁସାରେ, ଯେଉଁଠି ଲୋକମାନଙ୍କ ଗୋପନୀୟ ତଥ୍ୟ ତାଲିକା ଦିଆଯାଇଛି, ସେଠାରେ ସେନା କର୍ମଚାରୀଙ୍କ ତଥ୍ୟ ଓ ତାଙ୍କ ପରିବାର ସମ୍ବନ୍ଧୀୟ ବିବରଣୀ ବି ସୁରକ୍ଷିତ ରଖିବାକୁ କହାଯାଇଛି।


Naxatra News is now on Whatsapp
Join and get latest news update delivered to you via whatsapp
Join Now