୬୧ ବର୍ଷରେ ବିଜେପି ନେତା ଦିଲ୍ଲୀପ ଘୋଷଙ୍କ ବିବାହ

ବିଜେପି ନେତା ଦିଲ୍ଲୀପ ଘୋଷ ବାହାହେବେ। ଦିଲ୍ଲୀପଙ୍କ ବୟସ ଏବେ ୬୧। ଜଣେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ଦିଲ୍ଲୀପ। ତେବେ ବିବାହ ଉତ୍ସବରେ କେବଳ ନିକଟ ସମ୍ପର୍କୀୟ ଓ ବନ୍ଧୁବାନ୍ଧବ ସାମିଲ୍ ହେବେ। କୌଣସି ଭବ୍ୟ ଆୟୋଜନ ହେବନି। କୋଲକାତାସ୍ଥିତ ନିଜ ଆବାସିକ ଘରେ ଆଜି ବିବାହ କରିବେ। ଯାହାଙ୍କ ସହ ବିବାହ କରିବାକୁ ଯାଉଛନ୍ତି ସେ ହେଲେ ରିଙ୍କୁ ମଜୁମଦାର। ଯିଏ ବିଜେପିର କାର୍ଯ୍ୟକର୍ତ୍ତା। ବଡ଼ କଥା ହେଲା ଏତେ ବର୍ଷ ବୟସରେ ଦାମ୍ପତ୍ୟ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି ଦିଲ୍ଲୀପ। କୁଆଡ଼େ ବିବାହ ଲାଗି ଆଗ ପ୍ରସ୍ତାବ ଦେଇଥିଲେ ରିଙ୍କୁ। ଯେତେବେଳେ ଗଲା ଲୋକସଭା ନିର୍ବାଚନରେ ଦିଲ୍ଲୀପ ନିର୍ବାଚନ ହାରିଯାଇଥିଲେ। ରିଙ୍କୁ ମଜୁମଦାର ଗୋଟିଏ ପିଲାର ସନ୍ତାନ ଓ ସେ ଛାଡ଼ପତ୍ର ନେଇସାରିଛନ୍ତି। ରିଙ୍କୁଙ୍କ ପୁଅ କୋଲକାତାର ସଲଟ ଲେକରେ ଏକ ଆଇଟି କମ୍ପାନୀରେ କାର୍ଯ୍ୟରତ ଅଛନ୍ତି। ରିଙ୍କୁ ନ୍ୟୁଟାଉନ୍ ବିଜେପି ମହିଳା ମୋର୍ଚ୍ଚାର ନେତ୍ରୀ ଅଟନ୍ତି। ଦିଲ୍ଲୀପ ହିଁ ରିଙ୍କୁଙ୍କୁ ଦଳକୁ ଆଣିଥିଲେ। ମାଆ କହିବା ପରେ ଏବେ ବିବାହ ଲାଗି ରାଜି ହୋଇଥିଲେ ଦିଲ୍ଲୀପ। କିଛି ଦିନ ପୂର୍ବରୁ ଇଡେନ ଗାର୍ଡେନରେ ଆଇପିଏଲ ମ୍ଯାଚ୍ ଦେଖିବାକୁ ଗଲାବେଳେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ୧୯ ବର୍ଷରୁ ଆରଏସଏସ ସହ ଯୋଡ଼ି ହୋଇ ଦିଲ୍ଲୀପ ୪୧ ବର୍ଷ ଧରି ସଂଘରେ କାମ କରିଥିଲେ। ୨୦୨୧ରେ ଦିଲ୍ଲୀପ ଓ ରିଙ୍କୁଙ୍କ ଭିତରେ ବନ୍ଧୁତା ହୋଇଥିଲା। ଏହା ପରେ ପ୍ରେମସମ୍ପର୍କ ଗଢ଼ିଉଠିଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *