ସତ୍ୟପାଲ ଓ ଧନକଡ଼ଙ୍କୁ ସମର୍ଥନ କରି ଦଳରୁ ବିଜେପି ମୁଖପାତ୍ର ବହିଷ୍କୃତ

ସ୍ୱର୍ଗତ ସତ୍ୟପାଲ ମଲ୍ଲିକଙ୍କ ପ୍ରତି ବିଜେପି ସରକାରଙ୍କ ନକରାତ୍ମକ ଆଭିମୁଖ୍ୟକୁ ନେଇ ବୟାନ ଦେଇ ଦଳରୁ ବହିଷ୍କାର ହେଲେ ରାଜସ୍ଥାନ ବିଜେପିର ମୁଖପାତ୍ର କୃଷ୍ଣ କୁମାର ଜାନୁ। ଏକ ଭିଡ଼ିଓରେ ଜମ୍ମୁକଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ସହ ବିଜେପି ନେତାଙ୍କ କଥିତ ଅପମାନଜନକ ଟିପ୍ପଣୀ ଓ ଜଗଦୀପ ଧନକଡ଼ଙ୍କୁ ଉପରାଷ୍ଟ୍ରପତି ପଦରୁ ହଟାଇବାକୁ ନେଇ ବିଜେପିର ଜାଟ୍ ନେତାଙ୍କ ବାବଦରେ ସମାଲୋଚନା କରିଥିଲେ ଜାନୁ। ଧନକଡ଼ ଓ ଜାନୁ ଦୁହେଁ ଜାଟ୍ ସମାଜର। ଭିଡିଓରେ ଜାନୁ କହିଥିଲେ, ପୂର୍ବତନ ରାଜ୍ୟପାଳ ସ୍ୱର୍ଗତ ସତ୍ୟପାଲ ମଲ୍ଲିକଙ୍କ ଅନ୍ତିମ ସଂସ୍କାର ମର୍ଯାଦାର ସହ ସମ୍ପନ୍ନ କଲେନି ବିଜେପି ସରକାର। ଧନକଡ଼ଙ୍କୁ ଉପରାଷ୍ଟ୍ରପତି ପଦରୁ ବିଦାୟ ବି ସମ୍ମାନର ସହ କରାଗଲାନି। ସେଥିଲାଗି ବିଜେପିରେ କାମ କରୁଥିବା ଜାଟ୍ ସମ୍ପ୍ରଦାୟକୁ ପ୍ରଶ୍ନ କରିବାକୁ ଚାହୁଁଥିଲେ ଯେ, ଦଳରେ ଥିବା ଜାଟ୍ ସମୁଦାୟର ସାଂସଦ, ବିଧାୟକ ଅବା ଅନ୍ୟ ପଦାଧିକାରୀ। ଆଗକୁ ଏମାନଙ୍କ ଅବସ୍ଥା ଏଭଳି ହେବନି ତ ବୋଲି କଟାକ୍ଷ କରିଥିଲେ। ଏବେକାର ବିଜେପି ରାଷ୍ଟ୍ରୀୟ ନେତୃତ୍ୱ ବରିଷ୍ଠ ନେତାଙ୍କୁ ସଖିକଣ୍ଢେଇ କରିବାକୁ ଯେଉଁ ପ୍ରୟାସ କରୁଛନ୍ତି, ତାହା ଦୁଃଖଦାୟକ। ତେବେ ଦଳୀୟ ନେତାଙ୍କ କହିବା କଥା, ଜାନୁଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ ଜୁନରୁ ଆରମ୍ଭ ହୋଇଥିଲା। ଦଳୀୟ ଅନୁଶାସନହୀନତା କାମ କରୁଥିଲେ। ବିଜେପି ଶୃଙ୍ଖଳା କମିଟି ଅଧ୍ୟକ୍ଷ ଓଂକାର ସିଂ ଲଖାଓ୍ୱତଙ୍କ କହିବା କଥା, ଜୁନ୍ ୨୦ରେ ତାଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି ହୋଇଥିଲା। ସେ ଦେଇଥିବା ଟିପ୍ପଣୀ ଲାଗି ସ୍ପଷ୍ଟିକରଣ ମଗାଯାଇଥିଲା। ସତ୍ୟପାଲ ଓ ଧନକଡ଼ଙ୍କୁ ସମର୍ଥନ କରିଥିଲେ ଜାନୁ। ସାର୍ବଜନୀକ ରୂପରେ ଦଳ ବାବଦରେ ଆଲୋଚନା କରିଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *