ଚିକିତ୍ସା ଲାଗି ଆସିଥିଲା ପିଲାଟି। କିନ୍ତୁ ଡାକ୍ତର ତାକୁ ସିଗାରେଟ ଟଣା ଶିଖାଇଲେ। ୟୁପିର ଜାଲୌନରୁ ଆସିଛି ଏଭଳି ଅଭାବନୀୟ ଭିଡ଼ିଓ। ସରକାରୀ ଡାକ୍ତର ସୁରେଶ ଚନ୍ଦ୍ରା ପିଲାଟିକୁ ସିଗାରେଟ ଦେଇ କେମିତି ଟଣାଯାଏ, ଶିଖାଇଲେ। ଅଧିକ ଜୋରରେ ଟାଣିବାକୁ କହୁଥିଲେ। ତା ପରେ ନିଜେ ସିଗାରେଟ ଟାଣି ଆଜି ପାଇଁ ଏତିକି, ଆଗକୁ ଅଧିକ ଶିଖାଇବି ବୋଲି କହୁଛନ୍ତି। ଏ ଭିଡ଼ିଓ ଭାଇରାଲ ପରେ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଡାକ୍ତରଙ୍କ ବିରୁଦ୍ଧରେ ଏତଲା କରିବାକୁ ନିର୍ଦେଶ ଦେଇଛନ୍ତି। ଏହା ସହ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ତାଙ୍କୁ ହଟାଇଦିଆଯାଇଛି। ପିଲାଟିକୁ ସର୍ଦ୍ଦି ହୋଇଥିଲା। କିନ୍ତୁ ସିଗାରେଟ ଟାଣିଲେ ସର୍ଦ୍ଦି ଭଲ ହେବ କହି ଡାକ୍ତର ପିଲାଟିକୁ ସିଗାରେଟ ଟଣା ଶିଖାଇଲେ। କେହି ଏହାର ଭିଡିଓ କରି ଭାଇରାଲ କରିଦେବା ପରେ ପୁରା ସ୍ୱାସ୍ଥ୍ୟ ବିଭାଗରେ ହଇଚଇ ଖେଳିଯାଇଛି। କୁଠୌନ୍ଦ ସିଏଚସିକୁ ୫ ବର୍ଷର ପିଲାଟି ଚିକିତ୍ସା ଲାଗି ଆସିଥିଲା। କିନ୍ତୁ ସିଗାରେଟ କେମିତି ପିଆଯାଏ, ତାହାର ଟ୍ରେନିଂ ଦେବାକୁ ଲାଗିଥିଲେ ଡାକ୍ତର ସୁରେଶ ଚନ୍ଦ୍ରା। ମୁଖ୍ୟ ଚିକିତ୍ସାଧିକାରୀ ଏନଡି ଶର୍ମା କହିଛନ୍ତି, ଏ ଭିଡ଼ିଓ ୧୫ ଦିନ ତଳର। ଏହାର ଯାଞ୍ଚ ନିର୍ଦେଶ ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଦିଆଯାଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now