ବାଟରେ ଫ୍ରେସ୍ ହେବାକୁ ଓହ୍ଲାଇଥିଲେ ଆଇପିଏସ- ଗାଡ଼ି ନେଇ ଛୁ ମାରିଲେ ଡ୍ରାଇଭର ଓ ବଡ଼ିଗାର୍ଡ!

ବିହାରର ବୋଧଗୟାରେ ଅଜବ ଘଟଣା ଘଟିଛି। ବିହାର ସଶସ୍ତ୍ର ବଳ ବାଟାଲିୟନର ଜଣେ କମାଣ୍ଡାଣ୍ଟଙ୍କୁ ବାଟରେ ଛାଡ଼ି ଚାଲିଗଲେ ବଡ଼ିଗାର୍ଡ। କମାଣ୍ଡାଣ୍ଟ ରାସ୍ତାରେ ଫ୍ରେସ୍ ହେବାକୁ ଓହ୍ଲାଇଥିଲେ। ଆଉ ଏତିକିବେଳେ ତାଙ୍କ ଡ୍ରାଇଭର ଓ ଅଙ୍ଗରକ୍ଷକ ଗାଡ଼ି ନେଇ ଆଗକୁ ଚାଲିଗଲେ। ଏ ମାମଲାରେ ଡ୍ରାଇଭର ଓ ଅଙ୍ଗରକ୍ଷୀଙ୍କୁ ନିଲମ୍ୱିତ କରିଦିଆଯାଇଛି। ପୁରା ଘଟଣା ଏମିତି। ଆଇପିଏସ ଦୀପକ ରଞ୍ଜନ ବିହାର ବିଏସଏଫର ୩ ଓ ୧୭ ବାଟାଲିୟନର କମାଣ୍ଡାଣ୍ଟ ଅଟନ୍ତି। ବୋଧଗୟାରେ ତାଙ୍କର ପୋଷ୍ଟିଂ। କୌଣସି କାମରେ ଅଫିସର ପାଟଣା ଯାଇ ନିଜ କାରରେ ବୋଧଗୟା ଫେରୁଥିଲେ। ଆଉ ବାଟରେ ପରିଶ୍ରା ଲାଗିଥିଲା। ସେଥିଲାଗି ଜାହାନାବାଦର ଟେହଟାର ଏକ ପେଟ୍ରୋଲ ପମ୍ପ ପାଖରେ ଗାଡ଼ିକୁ ରୋକିଥିଲେ। ଆଉ ଫ୍ରେସ ହେବାକୁ ବାହାରିପଡ଼ିଥିଲେ। ତାଙ୍କ ସହ ଡ୍ରାଇଭର ଓ ଦୁଇ ବଡ଼ିଗାର୍ଡ ବି ଗାଡ଼ିରୁ ଓହ୍ଲାଇଥିଲେ। ରାସ୍ତା କଡ଼ ବେଶ୍ ଅନ୍ଧାର ଥିଲା। ଗାଡ଼ି ଭିତରେ ଡ୍ରାଇଭର ଓ ବଡ଼ିଗାର୍ଡ ବସିପଡ଼ିଲେ। କିନ୍ତୁ ଅଧିକାରୀ ଜଣକ ଯେତେବେଳେ ଫ୍ରେସ୍ ହୋଇ ଗାଡି ପାଖକୁ ଆସିଲେ, ତା ପୂର୍ବରୁ ଡ୍ରାଇଭର ଗାଡ଼ି ଷ୍ଟାର୍ଟ କଲେ ଓ ବୋଧଗୟା ଆଡ଼େ ଗାଡ଼ି ନେଲେ। ଡ୍ରାଇଭରଙ୍କୁ ଲାଗିଥିଲା ଯେ, ଅଫିସର ଜଣକ ଗାଡ଼ିରେ ବସିସାରିଛନ୍ତି। ଡ୍ରାଇଭର ଓ ବଡ଼ିଗାର୍ଡ ଫୋନରେ ଏତେ ବ୍ୟସ୍ତ ଥିଲେ ଯେ, ଅଧିକାରୀ ଗାଡ଼ିରେ ବସିଲେ କି ନାହିଁ, କାହାର ନଜର ନଥିଲା। ସେଥିଲାଗି ତାଙ୍କୁ ଅନ୍ଧାରରେ ଛାଡ଼ି ଗାଡି ନେଇ ଆଗକୁ ବଢ଼ିଯାଇଥିଲେ। ଆଉ ଗାଡ଼ି ନ ପାଇ ବିଚଳିତ ହୋଇପଡ଼ିଥିଲେ କମାଣ୍ଡାଣ୍ଟ। ଡ୍ରାଇଭରଙ୍କୁ ବି ଫୋନ ବି କରିବା ସମ୍ଭବ ନଥିଲା। କାରଣ ଗାଡ଼ିରେ ହିଁ ମୋବାଇଲ ଥିଲା। କୌଣସିମତେ ପ୍ରାୟ ଦେଢ଼ କିଲୋମିଟର ଚାଲି ଚାଲି ଆସି ପୁଲିସ ଷ୍ଟେସନରେ ପହଞ୍ଚିଥିଲେ। ଆଉ ସେଠାରୁ ନିଜ ଡ୍ରାଇଭର ଓ ବଡ଼ିଗାର୍ଡଙ୍କୁ ଫୋନ୍ କରିଥିଲେ। ଏହି ମାମଲାରେ ଡ୍ରାଇଭର ପ୍ରଦୀପ କୁମାର ଓ ଦୁଇ ବଡ଼ିଗାର୍ଡଙ୍କୁ ସସପେଣ୍ଡ କରିଦିଆଯାଇଛି। ତିନି ଜଣଙ୍କ ବିରୁଦ୍ଧରେ ବିଭାଗୀୟ ତଦନ୍ତ ବି ଆରମ୍ଭ ହୋଇଛି। ତେବେ ଅଫିସର କହିଛନ୍ତି, ଏହା ମାମୁଲି ଘଟଣା। ଗାଡ଼ି ତାଙ୍କ ପାଖକୁ ଫେରିଆସିଥିଲା। ଏହି ମାମଲାକୁ ଅଧିକ ସମ୍ୱେଦନଶୀଳ ରୂପରେ ନେବା ଉଚିତ ନୁହେଁ। ନିଲମ୍ୱନ ଦଣ୍ଡ ଏକ ପ୍ରଶାସନିକ ପ୍ରକ୍ରିୟାର ଅଂଶବିଶେଷ ଅଟେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *