ଜଣେ ନବବିବାହିତାଙ୍କୁ ଶ୍ୱଶୁର ଘରେ ଏଣ୍ଟ୍ରି ନ ମିଳିବାରୁ ବାଧ୍ୟ ହୋଇ ବୋହୂ ଜଣକ ଘର ଆଗରେ ଟେଣ୍ଟ୍ ମାରିଛନ୍ତି। ଆଉ ଟେଣ୍ଟ୍ ପୋତି ସେଇଠାରେ ହିଁ ଧାରଣା ଦେଇଛନ୍ତି। ୟୁପିର ମୁଜାଫରନଗରରୁ ଆସିଛି ଏଭଳି ଘଟଣା। ଫେବୃଆରୀ ୧୨ ତାରିଖରେ ବୁଢ଼ାନା ନାମକ ଯୁବକ ସହ ଶାଳିନୀ ଶଙ୍କରର ବିବାହ ହୋଇଥିଲା। ହନିମୁନ୍ ପାଇଁ ଦମ୍ପତ୍ତି ଯାଇଥିଲେ ଇଣ୍ଡୋନେସିଆ। ବାଲି ଦ୍ୱୀପର ଟ୍ରିପ୍ ବି କରିଥିଲେ। କିନ୍ତୁ ସେଠାରୁ ଫେରିବା ବେଳେ ସ୍ୱାମୀଙ୍କର ଅଚାନକ ମନ ପରିବର୍ତ୍ତନ ହୋଇସାରିଥିଲା। ହନିମୁନି ସରିବା ପରେ ଯେମିତି ସ୍ୱାମୀଙ୍କର ମନ ଭରି ଯାଇଥିଲା। ଯେତେବେଳେ ବୋହୂ ନିଜ ମାଆ ଘରୁ ଶ୍ୱଶୁର ଘରକୁ ଫେରିଲେ, ଅଚାନକ ତାଙ୍କୁ ଶ୍ୱଶୁର ଘରେ ପ୍ରବେଶ କରିବାକୁ ବାରଣ କରିଦିଆଗଲା। ତେବେ ଉଭୟ ପକ୍ଷ ଭିତରେ ଏମିତି କଅଣ ହେଲା ଯେ, ହନିମୁନ ପରେ ସବୁ ବଦଳିଗଲା। ଏହାକୁ ନେଇ ପୁଲିସ ଛାନଭିନ ଆରମ୍ଭ କରିବା ସହ ଉଭୟ ପରିବାର ଭିତରେ ଆପୋଷ ସମାଧାନ ଲାଗି ପ୍ରୟାସ କରୁଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now