ମର୍ମନ୍ତୁଦ ଦୁର୍ଘଟଣା, ୫ ଯବାନ ସହିଦ୍

ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାର ବାଲନୋଇ ସେକ୍ଟରରେ ରାତିରେ ମର୍ମନ୍ତୁଦ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୫ ଜଣ ଯବାନ ସହିଦ ହୋଇଛନ୍ତି । ଏହି ଦୁର୍ଘଟଣାରେ ସେନାର ଏକ ଗାଡ଼ି ୩୦୦ ଫୁଟ ଗଭୀର ଖାଲକୁ ଖସି ପଡ଼ିଥିଲା । ପୁଞ୍ଚ ସେକ୍ଟରରେ ଅପରେସନ୍ ଡ୍ୟୁଟି ସମୟରେ ସେନାର ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ସୈନିକଙ୍କ ମୃତ୍ୟୁକୁ ନେଇ ହ୍ୱାଇଟ୍ ନାଇଟ୍ କର୍ପସ୍ ଗଭୀର ଶୋକ ପ୍ରକାଶ କରିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆହତ କର୍ମଚାରୀଙ୍କ ଚିକିତ୍ସା ଚାଲିଛି । ମଙ୍ଗଳବାର ରାତି ପ୍ରାୟ ୭ଟା ୪୦ ମିନିଟ୍ ରେ ୧୧ଟି ମରାଠା ଲାଇଟ୍ ଇନ୍ଫେଣ୍ଟରିର ଏକ ସେନା ଗାଡ଼ି ନୀଳମ ମୁଖ୍ୟାଳୟରୁ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ବାଲନୋଇ ଘୋରା ପୋଷ୍ଟ ଅଭିମୁଖେ ଯାଉଥିଲା । ଗାଡିଟି ପ୍ରାୟ ୧୫୦ ଫୁଟ ଗଭୀର ଖାଲକୁ ଖସି ପଡ଼ିବାରୁ ଡ୍ରାଇଭରଙ୍କ ସମେତ ୧୦ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ୧୧ ମରାଠା ଲାଇଟ୍ ଇନ୍ଫେଣ୍ଟରିର କ୍ୱିକ୍ ରେସପନ୍ସ ଟିମ୍ ଏବଂ ମନକୋଟରୁ ଏକ ପୁଲିସ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *