ଚଉଠି ରାତିରେ ହଙ୍ଗାମା। ୟୁପିର ହାଥରସ ଓ ହମିରପୁରରୁ ଆସିଛି ହତଚକିତ କଲା ଭଳି ଘଟଣା। ବର ସହ ବାସର ରାତିକୁ ନେଇ ବିବାଦ। କେଉଁଠି କନ୍ୟାକୁ ଛୁଇଁଲା ମାତ୍ରେ ବରକୁ ଛୁରୀ ମାରିଛି କନ୍ୟା। ତ କେଉଁଠି ମୂଳରୁ ମଧୁଶଯ୍ୟାକୁ ଯିବାକୁ ମନା କରି ଶାଶୁଠୁ ମାଡ଼ ଖାଇଲା ନବବଧୂ। ଆଗ ହାଥରସର ଘଟଣା ଉପରେ ନଜର ପକାନ୍ତୁ। ସୁନୀଲ ଓ ମୋନିକାଙ୍କ ଆରେଞ୍ଜ ବିବାହ ହୋଇଥିଲା। ଚଉଠି ରାତିରେ ସୁନୀଲର ସ୍ପର୍ଶ ମାତ୍ରେ ଚିହିଁକି ଉଠିଥିଲେ ମୋନିକା। ଛୁରୀ ଦେଖାଇ ଭୟ ଦେଖାଇଲେ। ଦୂରେଇ ରହିବାକୁ ତାଗିଦ୍ କଲା। ଆଉ ସେହି ରାତିରେ ଘର ଲୋକଙ୍କ ଖାଇବାରେ ଆଗରୁ ନିଶା ଔଷଧ ମିଶାଇଥିବା ମୋନିକା ସମସ୍ତଙ୍କୁ ଅଚେତ କରି ୧୫ଲକ୍ଷ ଟଙ୍କାର ଅଳଙ୍କାର, ନଗଦ ନେଇ ମୋନିକା ଚମ୍ପଟ ମାରିଲେ। ନିଜ ସମ୍ପର୍କୀୟ ଦାଦାଙ୍କ ସହ ଫେରାର୍ ହୋଇଯାଇଛନ୍ତି ମୋନିକା। ସେପଟେ ହମିରପୁରରେ ତ ମୂଳରୁ ମଧୁଶଯ୍ୟାକୁ ଯିବାକୁ ଅମଙ୍ଗ ହେଲା କନ୍ୟା। ବର ଧରମ ସିଂର ରୁମକୁ ଯିବାକୁ ସଫା ସଫା ମନା କରିଦେଲେ ମିଥଲେସ। ଶାଶୁ ଘର ଲୋକେ କାରଣ ଜାଣିବାକୁ ଚାହିଁବାରୁମୁହେଁ ମୁହେଁ ଶୁଣାଇଦେଲେ, ସେ ଆଉ କାହାକୁ ଭଲ ପାଆନ୍ତି। ସେ କେବଳ ତାଙ୍କ ପ୍ରେମିକ ସହ ଚଉଠି ରାତି କାଟିବେ। ଏଥିରେ ରାଗି ଯାଇ ଶାଶୁ ମିଥଲେସଙ୍କୁ ଚାପୁଡ଼ା ପରେ ଚାପୁଡ଼ା ନାଦି ଦେଇଗଲେ। ଯଦି ସେ ଆଉ କାହାକୁ ଭଲ ପାଉଥିଲେ, ତାହେଲେ ତାଙ୍କ ପୁଅକୁ ବାହା ହୋଇ ତାଙ୍କ ଜୀବନ କାହିଁକି ନଷ୍ଟ କଲୁ ବୋଲି ପଚାରିଥିଲେ। ସାରା ରାତି ଏହି ହାଇଡ୍ରାମା ଚାଲିଲା। ସକାଳେ ଥାନାରେ କଥା ପହଞ୍ଚିଥିଲା। ଆଉ ସେଠାରେ ବି ମିଥଲେସ ସଫା ସଫା ମନା କରିଦେଲେ ଧରମ ସହ ରହିବାକୁ। ପୁରୁଣା ପାର୍ଟନରଙ୍କ ଘରକୁ ଫେରିଯିବାକୁ କହିଲେ। ଆଉ ଥାନା ଉପସ୍ଥିତିରେ ଉଭୟଙ୍କ ଭିତରେ ଅନ୍ ଦି ସ୍ପଟ୍ ଡିଭୋର୍ସ ଚୂଡ଼ାନ୍ତ ହୋଇଛି। ପରିବାରର ଚାପରେ ଅନିଛା ସତ୍ତ୍ୱେ ବାହା ହୋଇଥିବା କନ୍ୟା ଶେଷରେ ନିଜ ନିଜ ପ୍ରେମିକ ସହ ଚାଲିଗଲେ। କଥା ପଡ଼ିଛି। ନୂଆ ଜୀବନସାଥୀ ପାଇବା ଖୁସିରେ କେତେ ଆଶା ଓ ସ୍ୱପ୍ନ ଦେଖିଥିବା ସୁନୀଲ ଓ ଧରମଙ୍କ ଭଳି ପୁଅ କେଉଁ ମାନସିକ ସ୍ଥିତିରେ ଥିବେ, ତାହା ବି ବଡ଼ ପ୍ରଶ୍ନ।

Naxatra News is now on Whatsapp
Join and get latest news update delivered to you via whatsapp
Join Now