ଗାଜା ଉପରେ ଇସ୍ରାଏଲର ଘନ ଘନ ଏୟାରଷ୍ଟ୍ରାଇକ୍

ଶୁକ୍ରବାର ରାତିରେ ଗାଜା ଉପରେ ଇସ୍ରାଏଲ ଘନ ଘନ ଏୟାରଷ୍ଟ୍ରାଇକ କରିଛି । ଏଥିରେ ଶିଶୁଙ୍କ ସମେତ ଅତି କମରେ ୪୨ ଜଣଙ୍କର ମୃତ୍ୟୁ ଘଟିଛି। ଡାକ୍ତରଖାନା ଏବଂ ଜରୁରୀକାଳୀନ କର୍ମଚାରୀମାନେ ଏହି ସୂଚନା ଦେଇଛନ୍ତି । ଅଲ-ଅକ୍ସା ଶହୀଦ ଡାକ୍ତରଖାନାର କର୍ମଚାରୀମାନେ କହିଛନ୍ତି ଯେ କେନ୍ଦ୍ରୀୟ ଗାଜାର ନୁସରାଟ, ଜାୱିଡା, ମାଗାଜୀ ଏବଂ ଡିଆର ଅଲ-ବାଲାରେ ହୋଇଥିବା ଆକ୍ରମଣରେ ଏକାଧିକ ମହିଳା ଓ ଶିଶୁଙ୍କ ମୃତ୍ୟୁ ଘଟିଛି।

ଗୋଟିଏ ଦିନ ପୂର୍ବରୁ ଇସ୍ରାଏଲ୍ ଆକ୍ରମଣରେ ଏହି ଅଞ୍ଚଳରେ ଡଜନେ ଲୋକଙ୍କର ମୃତ୍ୟୁ ଘଟିଥିଲା। ମାଗାଜୀ ଶରଣାର୍ଥୀ ଶିବିରରେ ଅବଦୁଲ ରହମାନ ଅଲ-ନାବ୍ରିସି କହିଛନ୍ତି ଯେ, ଆମେ କ୍ଷେପଣାସ୍ତ୍ର ଆକ୍ରମଣର ଶବ୍ଦକୁ ଶୁଣିଛୁ । ଆମେ ଦେଖିଲୁ ଯେ ପୁରା ଘର ନଷ୍ଟ ହୋଇଯାଇଛି । ଗୁରୁବାର ଦିନ ହାମାସ ସୁରକ୍ଷା ଅଧିକାରୀ ତଥା ଇସ୍ରାଏଲ ଦ୍ୱାରା ଘୋଷିତ ମାନବିକ ଜୋନ୍ ଉପରେ ଆକ୍ରମଣ ହୋଇଥିଲା। ଶୁକ୍ରବାର ସକାଳେ ଇସ୍ରାଏଲର ଲୋକମାନେ ମଧ୍ୟ ଆକ୍ରମଣର ସମ୍ମୁଖୀନ ହୋଇଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *