ପୁଣି ଧୋକା ଦେଲା ଗୁଗୁଲ ମ୍ୟାପ୍

ବାରମ୍ୱାର ଧୋକା ଦେଉଛି ଗୁଗୁଲ ମ୍ୟାପ୍। ବାଟ ଦେଖାଇବା ବଦଳରେ କରୁଛି ବାଟବଣା । ଗୁଗୁଲ ମ୍ୟାପକୁ ଭରଷା କରି କେତେବେଳେ ସାଧାରଣ ଲୋକ, ପର୍ଯ୍ୟଟକ ବାଟ ହୁଡ଼ୁଛନ୍ତି ଏଥର ପାଳି ପଡ଼ିଲା ପୋଲିସର । ବାଟବଣା ହୋଇ ଯେଉଁଠି ପହଞ୍ଚିଲେ ସେଠି ଚୋର ଭାବି ପୋଲିସକୁ ମାଡ଼ ମାରିଲେ ଅଞ୍ଚଳବାସୀ । ଆସାମର ୧୬ ଜଣିଆ ପୋଲିସ ଟିମ ନାଗାଲାଣ୍ଡରେ ଏଭଳି ଦୁର୍ଦ୍ଦଶାରେ ପଡ଼ିଥିଲେ । କେସ ପାଇଁ ଆସାମ ଯାଉଥିବା ପୋଲିସ ଗୁଗୁଲ ମ୍ୟାପ ସହାୟତାରେ ଅପରାଧୀଙ୍କୁ ଧରିବାକୁ ଯାଇ ପହଞ୍ଚିଥିଲେ ନାଗାଲାଣ୍ଡରେ । ଫଳରେ ବାନ୍ଧିବାକୁ ଯାଇଥିବା ପୋଲିସ ନିଜେ ବନ୍ଧା ହୋଇଛି । ଏଭଳି ଘଟଣା ଘଟିଛି ନାଗାଲାଣ୍ଡର ମୋକୋକଚୁଙ୍ଗ ଜିଳ୍ଲାରେ । ଯେଉଁଠି ଭୁଲବଶତଃ ପୋଲିସ ପହଞ୍ଚି ଯାଇଥିଲେ । ସାଧା ପୋଷାକରେ ଥିବା ପୁଲିସ ପାଖେ ବନ୍ଧୁକ ଦେଖି ସ୍ଥାନୀୟ ଲୋକ ଦୁବୃର୍ତ୍ତ ଭାବି ଆକ୍ରମଣ କରିଥିଲେ । ଏବଂ ରାତି ତମାମ ବନ୍ଧକ ରଖିଥିଲେ ।

ପୋଲିସ ଅଧିକାରୀଙ୍କ କହିବା କଥା ଚା ବଗିଚା ଥିବା ଅଞ୍ଚଳକୁ ଗୁଗୁଲ ମ୍ୟାପ ଆସାମର ବୋଲି ଦେଖାଇଥିଲା । କିନ୍ତୁ ଅସଲ ସ୍ଥାନଟି ନାଗାଲାଣ୍ଡର ସୀମାନ୍ତ ଅଞ୍ଚଳ ଥିଲା । ଜିପିଏସ ଦ୍ୱନ୍ଦ୍ୱରୁ ହିଁ ଆସାମରେ ଅପରାଧୀ ଖୋଜିବାକୁ ଯାଇ ନାଗାଲାଣ୍ଡରେ ପହଞ୍ଚିଲେ ପୋଲିସ। ତା ଛଡ଼ା ଯଦି ପୋଲିସ ବର୍ଦ୍ଦିରେ ଥାନ୍ତେ ତେବେ ଏ ଅସୁବିଧା ହୋଇନଥାନ୍ତା । ସ୍ଥାନୀୟ ଲୋକ ସହାୟତା କରିଥାନ୍ତେ । ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ଜୋରହାଟ ପୁଲିସ ମୋକୋକଚୁଙ୍ଗ ପୁଲିସ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲା । ଆସାମ ପୁଲିସ କର୍ମଚାରୀଙ୍କୁ ଉଦ୍ଧାର କରିବାକୁ ପୁଲିସ ଟିମ ପଠାଗଲା । ତା ପରେ ଯାଇ ନାଗାଲାଣ୍ଡର ଲୋକ ପୋଲିସକୁ ମୁକ୍ତ କରିଥିଲେ ।

ତେବେ ଗୁଗୁଲ ମ୍ୟାପରେ ଅଞ୍ଚଳର ନାଁକୁ ଭୁଲ ଭାବେ କହିବା ସମସ୍ୟା କରୁଥିଲା । ଏବେ ତା ଠାରୁ ବଳିଯାଇଛି ଗୁଗୁଲ ମ୍ୟାପର ଜିପିଏସ ସିଷ୍ଟମ। କିଛି ଦିନ ପୁର୍ବେ ଉତ୍ତରପ୍ରଦେଶର ରାମଗଙ୍ଗା ନଦୀରେ ପଡ଼ି ଯାଇଥିଲା କାର ଫଳରେ ତିନି ଜଣଙ୍କ ଜୀବନ ଯାଇଥିଲା । ନଦୀ ବନ୍ଧ ବନ୍ୟାରେ ଭାସି ଯାଇଥିବା କଥା ଦର୍ଶାଇ ନଥିଲା ଗୁଗୁଲ ମ୍ୟାପ ।ଫଳରେ ବଡ ଅଘଟଣ ଘଟି ଲୋକଙ୍କ ଜୀବନ ଗଲା । ଗୁଗୁଲ ମ୍ୟାପକୁ ଭରଷା କରିବା ବଡ ଆହ୍ୱାନ ହୋଇଛି ।ଏଭଳି ଘଟରାକୁ ନେି ଗୁଗୁଲ କି ପଦକ୍ଷେପ ନେଉଛି ତାକୁ ଅପେକ୍ଷା । 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *