ଇରାନ-ଇସ୍ରାଏଲ ଯୁଦ୍ଧ ବଢ଼ିଲେ ଭାରତରେ ରୋଷେଇ ଗ୍ୟାସର ଦର ବଢ଼ିବାର ଆଶଙ୍କା ରହିଛି। ଏହି ସ୍ଥିତିକୁ ଦେଖି ସରକାର ଏସମା ଲାଗୁ କରି ଦେଶର ସମସ୍ତ ଅଏଲ ରିଫାଇନାରୀ କମ୍ପାନୀକୁ ଏଲପିଜି ଉତ୍ପାଦନ ବଢାଇବାକୁ ଆଦେଶ ଦେଇଛନ୍ତି। ମିଡିଲ ଇଷ୍ଟରେ ବଢ଼ୁଥିବା ଉତ୍ତେଜନାରୁ ସପ୍ଲାଏ ଚେନ୍ ରେ ବାଧା ଉପୁଜିପାରେ। ଏହି ଆଶଙ୍କାକୁ ମୁକାବିଲା ଲାଗି ମାର୍ଚ୍ଚ ୫ ବିଳମ୍ୱିତ ରାତିରେ ଏହି ଆଦେଶ ଜାରି କରିଛନ୍ତି ସରକାର। ଆଦେଶରେ କୁହାଯାଇଛି, ଏହି ରିଫାଇନାରୀ କମ୍ପାନୀ ନିଜ ପାଖରେ ମହଦୁଜ୍ ପ୍ରୋପେନ୍ ଓ ବ୍ୟୁଟନର ବ୍ୟବହାର କେବଳ ରୋଷେଇ ଗ୍ୟାସ୍ ତିଆରିରେ କରିବେ। ଏହି ଗ୍ୟାସର ଉପକରଣ ଅନ୍ୟ କୌଣସି କାମରେ କରାଯିବନି। ସରକାରଙ୍କ କହିବା କଥା, ହୋର୍ମୁଜ ରୁଟକୁ ଭରସା ନାହିଁ। କଚ୍ଚା ତେଲ, ପେଟ୍ରୋଲିୟମ ପ୍ରଡ଼କ୍ଟସ ଓ ଏଲପିଜି ମାମଲାରେ ଆମର ସ୍ଥିତି ବହୁତ ଭଲ ଅଛି। ଭାରତ ପାଖରେ ପର୍ଯ୍ୟାପ୍ତ ଷ୍ଟକ୍ ରହିଛି। ଚିନ୍ତାର କାରଣ ନାହିଁ। ଦୁନିଆର ଅନ୍ୟ ଅଂଶକୁ ସପ୍ଲାଏ ବଢ଼ାଉଛି ଭାରତ। ଯେମିତିକି ହୋର୍ମୁଜ ରାସ୍ତା ଦେଇ ଯାଇଥିବା ସପ୍ଲାଏକୁ ଭରଣା କରିବାକୁ ପଡ଼ିବ। ସରକାରୀ କମ୍ପାନୀକୁ ମିଳିବ ପ୍ରାଥମିକତା। ଆଦେଶ ମୁତାବକ, ସମସ୍ତ କମ୍ପାନୀକୁ ପ୍ରୋପେନ୍ ଓ ବ୍ୟୁଟନ୍ ସପ୍ଲାଏ ସରକାରୀ ତେଲ କମ୍ପାନୀ ଆଇଓସି, ଏଚପିସିଏଲ ଓ ବିପିସିଏଲକୁ କରିବାକୁ ପଡ଼ିବ। ଏହାର ଉଦେଶ୍ୟ ଏହା ସୁନିଶ୍ଚିତ କରିବାକୁ ପଡ଼ିବ ଯେ, ଦେଶରେ ପ୍ରାୟ ୩୩.୨ କୋଟି ସକ୍ରିୟ ଏଲପିଜି ଉପଭୋକ୍ତାଙ୍କୁ ଯେମିତି ବିନା ପ୍ରତିବନ୍ଧକରେ ଗ୍ୟାସ୍ ସିଲିଣ୍ଡର ମିଳିବ। ସରକାରଙ୍କ ଏହି ନିଷ୍ପତ୍ତିର ପ୍ରଭାବ ସିଧା ପ୍ରାଇଭେଟ୍ ସେକ୍ଟର କମ୍ପାନୀ ଉପରେ ପଡ଼ିବ। ବିଶେଷ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଉପରେ ଅଧିକ ପଡ଼ିବ। ପ୍ରୋପେନ ଓ ବ୍ୟୁଟନକୁ ଡାଇଭର୍ଜନ କରିବାରୁ ଅଲକାଇଲେଟସର ପ୍ରଡକ୍ସନ କମିବ। ଯାହାର ବ୍ୟବହାର ପେଟ୍ରୋଲର ଗ୍ରିଡିଂ ସୁଧାରିବାକୁ କରାଯାଏ। ଗଲା ବର୍ଷ ରିଲାଏନ୍ସ ପ୍ରତି ମାସରେ ହାରାହାରି ଚାରି ଅଲକାଇଲେଟସ କାର୍ଗୋ ଏକ୍ସପୋର୍ଟ କରୁଥିଲା। ଏହା ବ୍ୟତୀତ ସରକାର ରିଫାଇନାରୀ ଫାର୍ମକୁ ସ୍ପଷ୍ଟ ନିର୍ଦେଶ ଦେଇଛନ୍ତି ଯେ, ଏବେ ପେଟ୍ରୋକେମିକାଲ୍ସ ପ୍ରଡକ୍ସନ ପାଇଁ ଏ ସବୁ ଗ୍ୟାସର ବ୍ୟବହାର ହେବନି। ସେପଟେ କମ୍ପାନୀର ଲାଭ ଉପରେ ପ୍ରଭାବ ପଡ଼ିବ। ପ୍ରୋପେନ ଓ ବ୍ୟୁଟେନକୁ ପେଟ୍ରୋକେମିକାଲ ବଦଳରେ ଏଲପିଜି ତିଆରିରେ ବ୍ୟବହାର କଲେ କମ୍ପାନୀ ଲାଭର ମାର୍ଜିନ ଉପରେ ପ୍ରଭାବ ପଡ଼ିବ। କାରଣ ପଲିପ୍ରୋପାଇଲିନ୍ ଓ ଅଲକାଇଲେଟସ ଭଳି ପେଟ୍ରୋକେମିକାଲ ପ୍ରଡକ୍ଟସ ବଜାରରେ ଏଲପିଜି ତୁଳନାରେ ଭଲ ଦରରେ ବିକ୍ରି ହୁଏ। ଏମିତିରେ ସରକାରଙ୍କ ଏଭଳି ଆଦେଶ କମ୍ପାନୀର ଲାଭ ଉପରେ ପ୍ରଭାବ ପକାଇବ।

Naxatra News is now on Whatsapp
Join and get latest news update delivered to you via whatsapp
Join Now