ହରିଦ୍ୱାର ଜେଲରେ ୧୫ କଏଦୀ ଏଚଆଇଭି। ଉତ୍ତରାଖଣ୍ଡର ହରିଦ୍ୱାର ଜିଲ୍ଲା କାରାଗାରରେ ୧୫ କଏଦୀଙ୍କ ରକ୍ତନମୂନାରେ ଏଚଆଇଭି ଭୂତାଣୁ ଚିହ୍ନଟ ହୋଇଛି। ଏଚଆଇଭି ପଜିଟିଭ୍ ଚିହ୍ନଟ କଏଦୀଙ୍କୁ ଅଲଗା ଅଲଗା ବାରାକରେ ରଖାଯାଇଛି। ସ୍ୱାସ୍ଥ୍ୟ ବିଭାଗ ଆବଶ୍ୟକୀୟ ନିୟମ ଅନୁପାଳନ ଲାଗି ନିର୍ଦେଶ ଦେଇଛି। ଜେଲ୍ ପ୍ରଶାସନ ବି ଜେଲ୍ ପରିସରରେ ସତର୍କତା ବଢ଼ାଇଦେଇଛି। ଏଚଆଇଭି କଏଦୀଙ୍କୁ ସଚେତନ କରାଯାଉଛି ଯେ, ଏହାକୁ ନେଇ କୌଣସି ଭୟ କରିବା ଦରକାର ନାହିଁ। ହରିଦ୍ୱାର ଜେଲରେ ପ୍ରାୟ ହଜାରେ କଏଦୀ ବନ୍ଦୀ ଅଛନ୍ତି। କଏଦୀଙ୍କୁ ନିରନ୍ତର ମନିଟରିଂ କରି ସେମାନଙ୍କୁ ଆବଶ୍ୟକୀୟ ଚିକିତ୍ସା ସୁବିଧା ଯୋଗାଇଦିଆଯାଉଛି। ଜେଲ୍ ପରିସରରେ ସ୍ୱାସ୍ଥ୍ୟ କ୍ୟାମ୍ପ୍ ବି ଆୟୋଜିତ ହୋଇଥିଲା। ୨୦୧୭ରେ ବି ଏହି ଜେଲରୁ ୧୬ ଏଚଆଇଭି କଏଦୀ ବାହାରିଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now