ପତ୍ନୀଙ୍କ ଜଣେ ଯୁବକ ସହ ଚାଟିଂକୁ ଦେଖି ସ୍ୱାମୀ ନେଇଗଲେ ବଡ଼ ପଦକ୍ଷେପ। ପତ୍ନୀଙ୍କ ବେକରେ ବାନ୍ଧିଥିବା ମଙ୍ଗଳସୂତ୍ରକୁ ନିଜେ ଓହ୍ଲାଇଦେଲେ। ଯେଉଁ ଯୁବକ ସହ ପ୍ରେମସମ୍ପର୍କକୁ ନେଇ ଚାଟିଂ ଚାଲିଥିଲା। ସେ ଯୁବକ ସହ ବରଂ ନୂଆ ଜୀବନ ଆରମ୍ଭ କରୁ କହି ସବୁଦିନ ଲାଗି ପତ୍ନୀଙ୍କ ସହ ସମ୍ପର୍କ କାଟିଦେଇଛନ୍ତି। ପତ୍ନୀ ବି ବିନା ଆପତ୍ତିରେ ମଙ୍ଗଳସୂତ୍ର ଓହ୍ଲାଇବାକୁ ସ୍ୱାମୀଙ୍କୁ ଅନୁମତି ଦେଇଥିଲେ। ଏ ସମ୍ପର୍କିତ ଭିଡ଼ିଓ ଭାଇରାଲ ପରେ ସବୁଠି ବେଶ୍ ଚର୍ଚ୍ଚା ଜୋର୍ ଧରିଛି। କେବଳ ପତି ପତ୍ନୀ ସମାଜ ଆଖିରେ ହୋଇଗଲେ ହେବନି। ସେ ପବିତ୍ର ସମ୍ପର୍କକୁ ବି କାଏମ ରଖିବାକୁ ହେବ ବୋଲି ବୁଦ୍ଧିଜୀବି କୁହନ୍ତି। ଏଥିରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ସମଦାୟିତ୍ୱ ରହିଛି। ଏକପାଖିଆ କୌଣସି ସମ୍ପର୍କ ତିଷ୍ଠିବନି। ଯେଉଁଠି ମନ ମିଶୁନି, ସେଠି ଦୁଇ ଶରୀର ଓ ଆତ୍ମା ଏକାଠି ମିଶିକି ରହିବା ବି କେବଳ ଛଳନା ସଦୃଶ ସାଜିବ ବୋଲି ସମସ୍ତଙ୍କର ମତ।

Naxatra News is now on Whatsapp
Join and get latest news update delivered to you via whatsapp
Join Now