ସୁପ୍ରିମକୋର୍ଟରେ ବିଶୃଙ୍ଖଳା

ସୁପ୍ରିମକୋର୍ଟରେ ବିଶୃଙ୍ଖଳା। ଯାହାକୁ ନେଇ କ୍ଷୋଭ ଝାଡ଼ିଛନ୍ତି ଜଷ୍ଟିସ ବିଆର ଗଭାଇ। ସୁପ୍ରିମକୋର୍ଟରେ ଯେଭଳି ଓକିଲ ଚିତ୍କାର କରନ୍ତି, ତାହା ବିଶୃଙ୍ଖଳାର ଚରମସୀମା ବୋଲି ଅଭିହିତ କରିଛନ୍ତି ଜଷ୍ଟିସ ଗଭାଇ। ପରସ୍ପର ସହ ତର୍କ ବେଳେ ଏମିତି ପାଟି କରନ୍ତି ଯେ, ଯାହା ଅଶୋଭନୀୟ। ସେ ବମ୍ୱେ, ନାଗପୁର ଓ ଔରଙ୍ଗାବାଦ ହାଇକୋର୍ଟରେ ବିଚାରପତି ଥିଲେ। କିନ୍ତୁ ଏଭଳି ବିଶୃଙ୍ଖଳା କେବେ ଦେଖିନାହାନ୍ତି ବୋଲି କହିଛନ୍ତି ଜଷ୍ଟିସ ଗଭାଇ। ସୁପ୍ରିମକୋର୍ଟ ଭଳି ଅନୁଶାସନହୀନ ଅଦାଲତ ଦେଖିନି ବୋଲି କହିଛନ୍ତି ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ଜଷ୍ଟିସ ଗଭାଇ। ସିଜେଆଇ ସଞ୍ଜୀବ ଖାନ୍ନା ମେ ୧୩, ୨୦୧୫ରେ ଅବସର ନେବେ। ଅବସର ପରେ ଜଷ୍ଟିସ ଗଭାଇ ପ୍ରଧାନ ବିଚାରପତି ଆସନରେ ବସିବାକୁ ଯାଉଛନ୍ତି। ଗଲା ବର୍ଷ ସେପ୍ଟେମ୍ୱରରେ ବି ଜଷ୍ଟିସ ଗଭାଇ ଅନୁରୂପ ଟିପ୍ପଣୀ ଦେଇଥିଲେ। ତର୍କ ବେଳେ ଲଗାତାର ଅବରୋଧ କରୁଥିବା ଓକିଲଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ ଜଷ୍ଟିସ ଗଭାଇ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *