ଇଣ୍ଡୋନେସିଆର ୭ ମହଲାରେ ଭୟଙ୍କର ଅଗ୍ନିକାଣ୍ଡ- ୨୨ ମୃତ

ଇଣ୍ଡୋନେସିଆର ଜାକର୍ତ୍ତାରେ ୭ ମହଲା ଅଫିସରେ ଭୟଙ୍କର ଅଗ୍ନିକାଣ୍ଡ। ଏଥିରେ ୨୨ ଜଣଙ୍କ ଜୀବନ ଯାଇଛି। ତଳ ମହଲାରେ ବ୍ୟାଟେରୀରେ ବିସ୍ଫୋରଣରୁ ନିଆଁ ଲାଗିଥିଲା। ଉପର ମହଲାରେ କର୍ମଚାରୀ ଖାଉଥିଲେ। ଅବସ୍ଥା ଏମିତି ହେଲା ଯେ, ଜୀବନ ବଞ୍ଚାଇବାକୁ ସୁଯୋଗ ପାଇନଥିଲେ। ମୃତକଙ୍କ ଭିତରେ ୧୫ ମହିଳା ଓ ୭ ପୁରୁଷ ସାମିଲ ଅଛନ୍ତି। କେତେକଙ୍କ ମୃତ୍ୟୁ ଶ୍ୱାସରୁଦ୍ଧରୁ ହୋଇଛି। ଅଗ୍ନିଶମ ବିଭାଗ ନିଆଁ ଲିଭାଇବାକୁ ନାକେଦମ୍ ହୋଇଥିଲା। ଯେଉଁଠି ନିଆଁ ଲାଗିଛି। ତାହା ଟେରା ଡ୍ରୋନ ଇଣ୍ଡୋନେସିଆର ଦପ୍ତର ଅଟେ। ଏହି କମ୍ପାନୀ ଖଣି ଓ କୃଷି ସହ ଜଡ଼ିତ କାମରେ ଡ୍ରୋନ ସର୍ଭେ ସେବା ଦିଏ। ନିଆଁ ଲାଗିବା ପଛର କାରଣକୁ ନେଇ ତନାଘନା ଚାଲିଛି। ଅନେକ ଲୋକ ଝରକାରୁ ଡେଇଁ ନିଜ ଜୀବନ ବଞ୍ଚାଇବାକୁ ପ୍ରୟାସ କରିଥିଲେ। ଏଥିରୁ କିଛି ଲୋକଙ୍କ ମୃତ୍ୟୁ ହୋଇଛି। ଆଉ ଅନେକ ଗୁରୁତର ଆହତ ହୋଇଛନ୍ତି। ଅନେକ ଲୋକଙ୍କ ପତ୍ତା ମିଳୁନି ବୋଲି କହିଛି ଅଗ୍ନିଶମ ବିଭାଗ। ନିଆଁ ନିୟନ୍ତ୍ରଣ ସତ୍ତ୍ୱେ ବିଲଡିଂ ଭିତରେ ଅଧିକ ପୀଡ଼ିତ ଥିବା ଆଶଙ୍କା କରାଯାଉଛି। ଅନେକ ଆହତଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଇଣ୍ଡୋନେସିଆରେ ନିଆଁ ଲାଗିବାର ଏଭଳି ଭୟାବହତା ଘଟଣା ଗଲା ମାସରେ ହଂକଂର ତାଇ ପୋ ଜିଲ୍ଲାରେ ଲାଗିଥିବା ଭୀଷଣ ଅଗ୍ନିକାଣ୍ଡ ପରେ ହୋଇଛି। ସେଥିରେ ପ୍ରାୟ ୧୬୦ ଲୋକଙ୍କ ଜୀବନ ଯାଇଥିଲା। ଚଳିତ ବର୍ଷ ଅଗଷ୍ଟରେ ଇଣ୍ଡୋନେସିଆରେ ବେକାବୁ ଭିଡ଼ ସଂସଦରେ ନିଆଁ ଲଗାଇଦେଇଥିଲେ। ଏଭଳି ଅଗ୍ନିକାଣ୍ଡରେ ଅତି କମରେ ୩ଜଣଙ୍କ ଜୀବନ ଯାଇଥିଲା।

 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *