ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରାଣାଓ୍ୱତ ଆରୋପ ଲଦିଛନ୍ତି ଯେ, ମନାଲିସ୍ଥିତ ଘରେ ସେ ରହୁନାହାନ୍ତି। କିନ୍ତୁ ବିଜୁଳି ବିଭାଗ ବିଲ୍ ପଠାଇଛି ଲକ୍ଷେ ଟଙ୍କା। ସେପଟେ କଙ୍ଗନାଙ୍କ ଆରୋପକୁ ଖଣ୍ଡନ କରିଛି ହିମାଚଳପ୍ରଦେଶ ରାଜ୍ୟ ବିଦ୍ୟୁତ ବୋର୍ଡ। ଯେହେତୁ କଙ୍ଗନା ସଠିକ୍ ସମୟରେ ବିଜୁଳି ବିଲ୍ ପୈଠ କରୁନାହାନ୍ତି। ଆଉ ସେ ଖିଲାଫୀ ହିତାଧିକାରୀ। ସେଥିଲାଗି ଏଭଳି ଆରୋପ ଲଦୁଛନ୍ତି। ବିଦ୍ୟୁତ ବିଭାଗ କହିଛି, ଦୁଇ ମାସର ପ୍ରାୟ ୯୦ହଜାର ୩୮୪ ଟଙ୍କା ବିଜୁଳି ବିଲ୍ କଙ୍ଗନାଙ୍କ ଉପରେ ଗଡ଼ୁଛି। ଏହା ସହ ଗଲା ଅକ୍ଟୋବରରୁ ଡିସେମ୍ୱର ପର୍ଯ୍ୟନ୍ତ ବିଲ୍ ତ ପୈଠ କରିନାହାନ୍ତି। ପାଲଟା ସବସିଡ୍ ବି ନେଇଛନ୍ତି। କଙ୍ଗନାଙ୍କ ଘରେ ପ୍ରତି ମାସ ୫ହଜାରରୁ ୯ହଜାର ୟୁନିଟ୍ ଉଠିଛି। ବିଦ୍ୟୁତ ବୋର୍ଡର ଏମଡି ସନ୍ଦୀପ କୁମାର ଶିମଲାରେ ପ୍ରେସମିଟ୍ କରି ମଣ୍ଡି ସାଂସଦ କଙ୍ଗନାଙ୍କ ଅଭିଯୋଗ ଉପରେ ସ୍ପଷ୍ଟିକରଣ ରଖିବା ସହ କଙ୍ଗନାଙ୍କ ଆରୋପକୁ ମିଛ ବୋଲି କହିଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now