ଆତଙ୍କି ଆକ୍ରମଣର ୩ ଦିନ ଆଗରୁ ମୋଦିଙ୍କୁ ଖବର ଦେଇଥିଲା ଗୁଇନ୍ଦା- ଖଡ଼ଗେ

ପହଲଗାମ ଆତଙ୍କି ଆକ୍ରମଣ କଥା ଜାଣିଥିଲେ ମୋଦି। ଆକ୍ରମଣର ୩ ଦିନ ଆଗରୁ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲା ଗୁଇନ୍ଦା ବିଭାଗ। ସେଥିଲାଗି ଜାଣିଶୁଣି କଶ୍ମୀର ଗସ୍ତ ବାତିଲ କରିଦେଇଥିଲେ ମୋଦି। ମୋଦିଙ୍କୁ ଆତଙ୍କି ଆକ୍ରମଣର ଗୁଇନ୍ଦା ରିପୋର୍ଟ ମିଳିସାରିଥିଲା ବୋଲି ବିବାଦୀୟ ବୟାନ ଦେଇଛନ୍ତି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ। ରାଞ୍ଚିରେ ସମ୍ୱିଧାନ ବଞ୍ଚାଅ ରାଲିରେ ଏଭଳି କହିଛନ୍ତି ଖଡ଼ଗେ। ପହଲଗାମ ଆତଙ୍କି ଆକ୍ରମଣକୁ ନେଇ ସର୍ବଦଳୀୟ ବୈଠକରେ କୁଆଡ଼େ ପ୍ରଧାନମନ୍ତ୍ରୀ ଖୋଦ୍ ଏକଥା ସ୍ୱୀକାର କରିଥିବା ଦାବି କରିଛନ୍ତି ଖଡ଼ଗେ। ଆତଙ୍କି ଆକ୍ରମଣକୁ ନେଇ ମୋଦି ସରକାରଙ୍କୁ ୩ଟି ପ୍ରଶ୍ନ କରିଛନ୍ତି ଖଡ଼ଗେ। ଗୁଇନ୍ଦା ରିପୋର୍ଟ ସତ୍ତ୍ୱେ କେନ୍ଦ୍ର ସରକାର କାହିଁକି ଅଧିକ ସୁରକ୍ଷା ବଳ ନିୟୋଜିତ କଲେନି। କେନ୍ଦ୍ର ଏହି ଆକ୍ରମଣ ଲାଗି ଜବାବଦେହୀ କାହିଁକି ହେବନି। ତେବେ ଏ କଥା କହିବା ସହ ଖଡ଼ଗେ କହିଛନ୍ତି, ସରକାର ପାକିସ୍ତାନ ବିରୁଦ୍ଧରେ ଯାହା ବି ପଦକ୍ଷେପ ନେବେ, କଂଗ୍ରେସ ସାଙ୍ଗରେ ରହିଛି। ପାର୍ଟି ନୁହେଁ, ଦେଶ ବଡ଼। ଏହାକୁ ନେଇ ବିଜେପି କଡ଼ା ଭାଷାରେ ନିନ୍ଦା କରିଛି। ଝାଡ଼ଖଣ୍ଡ ବିଜେପି ସଭାପତି ବାବୁଲାଲ ମାରାଣ୍ଡି କହିଛନ୍ତି, ଖଡ଼ଗେଙ୍କ ଏଭଳି ମନ୍ତବ୍ୟ ସୁରକ୍ଷାବଳର ମନୋବଳକୁ ତଳେ ପକାଇବାକୁ ଉଦ୍ଦିଷ୍ଟ। ଏପ୍ରିଲ ୨୨ରେ ପହଲଗାମ ଆତଙ୍କି ଆକ୍ରମଣରେ ୨୬ଜଣଙ୍କ ଜୀବନ ଯାଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *