ରାଜସ୍ଥାନ କୋଟାରେ ପୁଣି ଅଘଟଣ। ୨୪ ଘଣ୍ଟାରେ ଝୁଲି ପଡ଼ିଲେ JEE ପରୀକ୍ଷା ପାଇଁ କୋଚିଂ ନେଉଥିବା ଦୁଇ ଛାତ୍ର। ସୂଚନା ମୁତାବକ, କୋଟାରରେ ରହି JEE ପାଇଁ ପ୍ରସ୍ତୁତ ହେଉଥିବା ୨୦ ବର୍ଷୀୟ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଛାତ୍ର ଜଣକ ଅଭିଷେକ ବୋଲି ଜଣା ପଡିଛି। ସେ ମଧ୍ୟପ୍ରଦେଶର ବାସିନ୍ଦା ଥିଲେ। ଅଭିଷେକ ଗତ ବର୍ଷ ମେ ମାସରୁ କୋଟାରେ ରହି ଏକ କୋଚିଂ ସେଣ୍ଟରରେ JEE ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ।
ସୂଚନାନୁସାରେ ଅଭିଷେକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସେହିପରି ଏହାପୂର୍ବରୁ ବୁଧବାର କୋଟା I ଅନ୍ୟ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ମୃତକ ଛାତ୍ର ଜଣକ ଥିଲେ ୧୯ ବର୍ଷର ନୀରଜ। ସେ ହରିୟାଣାର ବାସିନ୍ଦା ଥିଲେ। ବର୍ତ୍ତମାନ ପୋଲିସ ଏହି ମାମଲାର ତଦନ୍ତ ଜାରି ରଖିଛି। ତେବେ କୋଟା ସହରରେ ଆତ୍ମହତ୍ୟାର ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ କୋଟାରୁ ଅନେକ ଥର ଛାତ୍ରମାନଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିଛି। ଏଥିଯୋଗୁଁ ସହର ବିବାଦରେ ରହିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now