କୁମ୍ଭମେଳାରେ ନିଖୋଜ ହେଲେ ଲୋକେ, ପାଉନାହାନ୍ତି ପରିଜନ ଓ ସମ୍ପର୍କୀୟ

କୁମ୍ଭମେଳାରେ ମିଳୁନାହାନ୍ତି ଅନେକ। କୁଆଡ଼େ ଗଲେ ପାଉନାହାନ୍ତି ପରିଜନ ଓ ସମ୍ପର୍କୀୟ। ଆଉ ମୌନି ଅମାବାସ୍ୟାରେ ବୁଡ଼ ପକାଇବା ପରେ ଅନେକ ନିଖୋଜ ହୋଇଯାଇଛନ୍ତି ଯେମିତି। ଦଳାଚକଟା ଘଟଣା ପରେ ଖୋଜଖବର ମିଳୁନି। ଏଇ ଯେମିତି କୁମ୍ଭସ୍ନାନ କରିବାକୁ ଯାଇଥିବା ଜୟପୁରର ୬୦ ବର୍ଷୀୟା ସୁପ୍ୟାର ମୀଣା ଦୁଇ ଦିନ ହେଲା ନିଖୋଜ ଅଛନ୍ତି। ସ୍ୱାମୀ ଦୁର୍ଗାଲାଲ ମୀଣାଙ୍କ ସହ ଯାଇଥିଲେ ପ୍ରୟାଗରାଜ। ୨୮ ତାରିଖ ଭୋରରୁ ଦଳାଚକଟା ଘଟଣା ପରେ ଗାଏବ। ସ୍ୱାମୀଙ୍କ ହାତ ଛାଡ଼ିବାରୁ ଆଉ ମିଳୁନାହାନ୍ତି ସୁପ୍ୟାର। ନିକଟସ୍ଥ ଥାନାରେ ନିଖୋଜ ନେଇ ଏତଲା ହୋଇଛି। ମହିଳାଙ୍କୁ ଖୋଜିବାକୁ ପରିବାର ଲୋକେ ଜୟପୁରରୁ ବାହାରି ସାରିଛନ୍ତି। ପଶ୍ଚିମବଙ୍ଗ ପୁରୁଲିଆର ପ୍ରତୀକ୍ଷା ପଣ୍ଡା ଓ ସୁବୋଧ ପଣ୍ଡାଙ୍କ ପତ୍ତା ମିଳୁନି। ଉଭୟଙ୍କ ଫଟୋ ଓ ଆଧାର ଦେଇ ଏମାନଙ୍କୁ ଠାବ କରିବାରେ ସହଯୋଗ କରିବାକୁ ସୋସିଆଲ ମିଡିଆରେ ଅପିଲ୍ କରିଛନ୍ତି ପରିବାରବର୍ଗ। ଦେବରିଆ ଜିଲ୍ଲାର ୪୫ ବର୍ଷରୁ ୫୦ ବର୍ଷର ୪ ମହିଳାଙ୍କ ପତ୍ତା ମିଳୁନି। ସଙ୍ଗମ ଘାଟରୁ ଆସାମର ଜୋତ୍ସା ଦେବଙ୍କ ପତ୍ତା ମିଳୁନି। ଜାନୁଆରୀ ୨୮ ଦଳାଚକଟା ପରଠୁ ଖୋଜଖବର ନାହିଁ। ବିହାରର ମ୍ରିଦୁଳା ଦେବୀଙ୍କ ପରିବାର ତାଙ୍କୁ ଖୋଜି ଖୋଜି ନୟାନ୍ତ ହୋଇସାରିଲେଣି। କିନ୍ତୁ ତାଙ୍କର କୌଣସି ପତ୍ତା ମିଳୁନି। ଦିଲ୍ଲୀର ଜାନକୀ ମିଶ୍ର ନିଜ ମାଆ ଉର୍ମିଳା ଦେବୀଙ୍କୁ ଖୋଜୁଛନ୍ତି। ବୁଡ଼ ପକାଇବା ପରେ ପତ୍ତା ମିଳୁନି। ଯେତେବେଳେ ୟୁପି ସରକାର ହେଲିକେପ୍ଟରରେ ପୁଷ୍ପ ବର୍ଷା କରୁଥିଲେ। ଦଳାଚକଟା ପରେ ନିଖୋଜ ହୋଇଯିବାରୁ ଥାନାରେ ଏତଲା ସତ୍ତ୍ୱେ କିଛି ସୁଫଳ ମିଳିନି।

ସେପଟେ ଦଳାଚକଟା ପରେ ୫୮ ବର୍ଷୀୟା ମମତା ମିଶ୍ରଙ୍କ ପତ୍ତା ମିଳୁନି। ଦଳାଚକଟା ପରେ ଗୋଣ୍ଡା ଜନପଦର ମମତା ଗାଏବ। ବହୁତ ଖୋଜାଖୋଜି ସତ୍ତ୍ୱେ ତାଙ୍କ ଖୋଜଖବର ମିଳୁନଥିବାରୁ ମମତାଙ୍କ ଝିଅ ତାଙ୍କ ଫଟୋ ଧରି ସୋସିଆଲ ମିଡିଆରେ ଭାବବିହ୍ୱଳ ଅପିଲ୍‌ କରିଛନ୍ତି। ମାଆଙ୍କ ପତ୍ତା ମିଳିଲେ ଦେଇଥିବା ନମ୍ୱରରେ ଯୋଗାଯୋଗ କରିବାକୁ କହିଛନ୍ତି।

ଓଡ଼ିଶାର ୭୨ ବର୍ଷୀୟା ଚିନ୍ମୟୀ ମହାପାତ୍ରଙ୍କ ପତ୍ତା ମିଳୁନି। ରାତି ୨ଟାରେ ସେକ୍ଟର ୨୨ରୁ ଗାଏବ। ଏ ନେଇ ତାଙ୍କ ସମ୍ପର୍କୀୟ ଫନିଭୂଷଣ ତ୍ରିପାଠୀ ସୋସିଆଲ ମିଡିଆରେ ଫୋନ ନମ୍ୱର ଦେଇ ଖୋଜିବାରେ ସାହାଯ୍ୟ କରିବାକୁ ୟୁପି ମୁଖ୍ୟମନ୍ତ୍ରୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ, ୟୁପି ଡିଜିଙ୍କୁ ଅପିଲ୍ କରିଛନ୍ତି। କୋରାପୁଟ ଦାମନଯୋଡ଼ିର ସରୋଜ ତ୍ରିପାଠୀଙ୍କ ପତ୍ତା ମିଳୁନି। ୨୮ ସକାଳୁ ନିଖୋଜ ହୋଇଯାଇଛନ୍ତି ସରୋଜ। ସୁବର୍ଣ୍ଣପୁରର ବୀରମହାରାଜପୁରର ୫୦ ବର୍ଷୀୟ ମହିଳା ନିଖୋଜ ଅଛନ୍ତି। ସ୍ୱାମୀ ଅମୂଲ୍ୟ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ଷଣ୍ଢପାଲି ଗାଁର ୬୫ ବର୍ଷୀୟା ରିନୁଲତା ନନ୍ଦି ଜଣକ ଗଲା ୨ ଦିନ ହେଲା ନିଖୋଜ ପରେ ସୌଭାଗ୍ୟବଶତଃ ତାଙ୍କର ସନ୍ଧାନ ମିଳିଥିବାରୁ ପରିବାର ଲୋକ ଆଶ୍ୱସ୍ତ ହୋଇଛନ୍ତି।

କୁମ୍ଭମେଳାରେ ମହାସ୍ନାନ କରିବାକୁ ଯାଇଥିଲେ। କିନ୍ତୁ ଦଳାଚକଟା ପରେ ଅଚାନକ ନିଖୋଜ ପରେ ପରିବାର ଭିତରେ ଭାଳେଣି ପଡ଼ିଛି।

 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *