ତେଜୁଛି କୁନାଲ କାମ୍ରାଙ୍କ ଭିଡ଼ିଓ ବିବାଦ,ଷ୍ଟୁଡିଓରେ ପଶି ଭଙ୍ଗାରୁଜା କଲେ ଶିବସେନା

ଏକନାଥ ସିନ୍ଦେଙ୍କ ଉପରେ ମନ୍ତବ୍ୟ ଦେଇ ବିବାଦରେ ଅଛନ୍ତି ହାସ୍ୟ ଅଭିନେତା କୁନାଲ କାମ୍ରା । ତାଙ୍କ ସୋ’ରେ କୁନାଲ ବଲିଉଡ୍ ଫିଲ୍ମ ‘ଦିଲ୍ ତୋ ପାଗଲ୍ ହେ’ ଗୀତର ଏକ ନକଲ କରିଥିଲେ, ଯେଉଁଥିରେ ସେ ସିନ୍ଦେଙ୍କୁ ଦେଶଦ୍ରୋହୀ ବୋଲି କହିଥିଲେ। ତାଙ୍କର ଏହି କମେଡିକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି ଯେ, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପରେ ମନ୍ତବ୍ୟ ଦେବା ପାଇଁ ହାସ୍ୟ ଅଭିନେତା କୁନାଲ କାମ୍ରାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।କାମରା ତାଙ୍କ ଅପମାନ ପାଇଁ କ୍ଷମା ପ୍ରାର୍ଥନା କରିବା ଉଚିତ। ଏକନାଥ ସିନ୍ଦେଜୀଙ୍କୁ ଅପମାନିତ କରାଯାଇଛି। ଏହାକୁ ବରଦାସ୍ତ କରାଯିବ ନାହିଁ। ନିର୍ବାଚନ ପ୍ରମାଣିତ କରିଛି ଯେ ବିଶ୍ୱାସଘାତକ କିଏ। କୌଣସି ଷ୍ଟାଣ୍ଡ-ଅପ୍ କମେଡିଆନଙ୍କୁ ଏତେ ବଡ଼ ନେତାଙ୍କୁ ଦେଶଦ୍ରୋହୀ କହିବାର ଅଧିକାର ରହିବା ଉଚିତ୍ ନୁହେଁ। ଯଦିଓ ସେମାନଙ୍କର ଥଟ୍ଟା କରିବାର ଅଧିକାର ଅଛି, ଯଦି କେହି ଜାଣିଶୁଣି ଏହି ଉପାୟରେ ବଡ଼ ନେତାମାନଙ୍କୁ ଅପମାନିତ କରନ୍ତି କିମ୍ବା ବଦନାମ କରନ୍ତି, ତେବେ ଏହାକୁ ବରଦାସ୍ତ କରାଯିବ ନାହିଁ ଏବଂ ଆଇନ ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

କୁନାଲଙ୍କ ବିବାଦିୟ ବୟାନ ପରେ ଶିବସେନାର କାର୍ଯ୍ୟକର୍ତ୍ତାମାନେ ହାବିଟାଟ ଷ୍ଚୁଡିଓରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ଷ୍ଟୁଡିଓରେ ଭଙ୍ଗାରୁଜା ଯୋଗୁଁ, ଏକନାଥ ସିନ୍ଦେଙ୍କ ଦଳ ଶିବସେନା ନେତା କୁନାଲ ସରମଲକରଙ୍କ ସମେତ ଅନେକ କର୍ମୀଙ୍କୁ ପୋଲିସ ଅଟକ ରଖିଛି। ଶିବସେନାର ଯୁବସେନା ସମ୍ପାଦକ ରାହୁଲ କାନାଲଙ୍କୁ ଆଜି ଭୋର ୪ଟାରେ ଖାର ପୋଲିସ ତାଙ୍କ ଘରେ ଅଟକ ରଖିଥିବା ନେଇ ସୂଚନା ମିଳିଛି।

ସେପଟେ ହାସ୍ୟ ଅଭିନେତା କୁନାଲ କାମରା ସୋମବାର ସେହି ବିବାଦ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ କୌଣସି ରାଜନୈତିକ ଦଳ ତାଙ୍କ ହାସ୍ୟରସକୁ ନିୟନ୍ତ୍ରଣ କରେ ନାହିଁ ଏବଂ ନେତାମାନଙ୍କୁ ନେଇ ମଜାକ କରିବା ଆଇନ ବିରୋଧୀ ନୁହେଁ।’ଆମର ବାକ୍ ଏବଂ ଅଭିବ୍ୟକ୍ତିର ସ୍ୱାଧୀନତା କେବଳ ଶକ୍ତିଶାଳୀ ଏବଂ ଧନୀମାନଙ୍କୁ ପ୍ରଶଂସିତ କରିବା ପାଇଁ ବ୍ୟବହାର କରାଯାଏ ନାହିଁ, ଯଦିଓ ଆଜିର ଗଣମାଧ୍ୟମ ଆମକୁ ଅନ୍ୟଥା ବିଶ୍ୱାସ କରିବାକୁ ବାଧ୍ୟ କରେ।” ବୋଲି କାମ୍‌ରା କହିଛନ୍ତି।

ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ପକ୍ଷ ପରିବର୍ତ୍ତନ କରିବା ପାଇଁ ସମାଲୋଚନା କରି ହାସ୍ୟ ଅଭିନେତା କୁନାଲ କାମରାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *