ଲାଲୁ ପରିବାରରେ କମ୍ପନ- ତେଜ ଓ ତେଜସ୍ୱୀଙ୍କୁ ଚରିତ୍ରହୀନ କହିଲେ ମାମୁଁ ସାଧୁ ଯାଦବ

ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପଙ୍କୁ ଆରଜେଡିରୁ ବହିଷ୍କାର ପରେ ଥମୁନି ବିହାର ରାଜନୀତି। ତେଜପ୍ରତାପ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଅନୁଷ୍କା ଯାଦବଙ୍କ ସହ ଫଟୋ ପୋଷ୍ଟ କରି ତାଙ୍କ ସହ ୧୨ ବର୍ଷ ଧରି ପ୍ରେମସମ୍ପର୍କ ଅଛି ବୋଲି କହିଥିଲେ ଏହାର ଭିଡ଼ିଓ ଭାଇରାଲ ପରେ ଲାଲୁଙ୍କ ପରିବାରରେ କମ୍ପନ ସୃଷ୍ଟି ହୋଇଥିଲା। ଆଉ ଶେଷରେ ତେଜଙ୍କୁ ୬ ବର୍ଷ ପାଇଁ ଆରଜେଡିରୁ ବହିଷ୍କାର କରିଦେଲେ ଲାଲୁ। ଦଳ ସହ ପରିବାରରୁ ବି ବେଦଖଲ କରିଦେଇଛନ୍ତି ଲାଲୁ। ଦଳ ଓ ପରିବାରରେ ତେଜ ପ୍ରତାପଙ୍କ କୌଣସି ଭୂମିକା ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ଲାଲୁ। ବ୍ୟକ୍ତିଗତ ଜୀବନରେ ନୈତିକ ମୂଲ୍ୟବୋଧକୁ ଅଣଦେଖା କଲେ ସାମାଜିକ ନ୍ୟାୟ ଲାଗି ଆମର ସାମୂହିକ ସଂଘର୍ଷ ଦୁର୍ବଳ ହେଉଛି। ପୁଅର କାର୍ଯ୍ୟକଳାପ, ସାର୍ବଜନୀନ ଆଚରଣ ଓ ଦାୟିତ୍ୱହୀନ ବ୍ୟବହାର ପାରିବାରିକ ମୂଲ୍ୟବୋଧ ଓ ରୀତିନୀତିକୁ ବିରୋଧ କରୁଛି। ବଡ଼ ଭାଇକୁ ଦଳ ଓ ପରିବାରରୁ ଦେଦଖଲ ପରେ ସାନ ପୁଅ ତେଜସ୍ୱୀ କହିଛନ୍ତି, ବ୍ୟକ୍ତିଗତ ନିଷ୍ପତ୍ତି ନେବାର ଅଧିକାର ସମସ୍ତଙ୍କର ଅଛି। କିନ୍ତୁ ଦଳୀୟ ନିଷ୍ପତ୍ତି ଭିନ୍ନ। ଲୋକେ କେମିତି ଏହାକୁ ଗ୍ରହଣ କରିବେ, ଲୋକଙ୍କ ଉପରେ ନିର୍ଭର କରେ। ପୁଅ ବିରୋଧରେ ଏଭଳି ଲାଲୁଙ୍କ ଆକ୍ସନ ପରେ ଜନସ୍ୱରାଜ ପାର୍ଟି ନେତା ପ୍ରଶାନ୍ତ କିଶୋର କହିଛନ୍ତି, ପୁଣି କ୍ଷମତା ଦଖଲ ଲାଗି ଲାଲୁଙ୍କ ଏହା ଏକ ଡ୍ରାମା। ସାନ ପୁଅ ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ କରାଇବାକୁ ସ୍ୱପ୍ନରେ ଏବେ ବି ବିଭୋର ଲାଲୁ। ତେଜସ୍ୱୀ ଯଦି ମୁଖ୍ୟମନ୍ତ୍ରୀ ଦୌଡ଼ରୁ ଓହରନ୍ତି, ତା ହେଲେ ଯାଇ ଆରଜେଡିକୁ ସମର୍ଥନ ଦିଆଯିବ। ଯାଦବ ସମାଜରୁ ଆଉ କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଇପାରିବେ କି ଲାଲୁ। ଶାସକ ଦଳ ଜେଡିୟୁ କହିଛି, ତୁଛା ନାଟକବାଜି। ତେଜପ୍ରତାପଙ୍କ ପୂର୍ବ ପାପକୁ ନେଇ ଏତେଦିନ ଯାଏଁ ଲାଲୁ ନୀରବ ଥିଲେ କାହିଁକି। ପପୁ ଯାଦବ କହିଛନ୍ତି, ଏହା ବ୍ୟକ୍ତିଗତ ବ୍ୟାପାର। ଲାଲୁ ବି ବୁଝିବା ଦରକାର ଯେ, ତେଜପ୍ରତାପ ନିଜ ସମ୍ପର୍କ ବାବଦରେ ଘୋଷଣା କରି କିଛି ଭୁଲ୍ କରିନାହାନ୍ତି। ସେ ସମ୍ପର୍କକୁ ଲୁଚାଇନାହାନ୍ତି। ଏହାକୁ ଅଭିଭାବକ ଭାବେ ଲାଲୁ ଓ ରାବ୍ରି ଗ୍ରହଣ କରିବା କଥା। ଆଉ ଲାଲୁଙ୍କ ଶାଳକ ସାଧୁ ଯାଦବ ତ ନିଜ ଦୁଇ ଭଣଜା ତେଜସ୍ୱୀ ଓ ତେଜଙ୍କୁ ଚରିତ୍ରହୀନ ବୋଲି କହିଲେଣି। ସମାଜରେ ଏଭଳି ଚରିତ୍ରହୀନ ବ୍ୟକ୍ତିତ୍ୱ ଗ୍ରହଣୀୟ କି। ଦୁଇ ପୁଅଙ୍କ କାରନାମା ପ୍ରାୟ ସମାନ। ସୋସିଆଲ ମିଡ଼ିଆରେ ଏକ ପ୍ରତିଷ୍ଠିତ ରାଜନୀତି ପରିବାରକୁ ଏଭଳି ଅପବାଦ ଲଦିବା, ଭିଡିଓ ଭାଇରାଲ କରି ପ୍ରତିଷ୍ଠା ଉପରେ ଆଞ୍ଚ ଅଣାଯିବା ଘଟଣାକୁ ଅନେକ ନେତା ନିନ୍ଦା ବି କରିଛନ୍ତି। କାରଣ ରାବ୍ରୀ ଦେବୀ କିଭଳି ଯୌତୁକ ନିର୍ଯାତନା ଦେଉଥିଲେ ବୋହୂକୁ, ତାହାର ଭିଡ଼ିଓ ଭାଇରାଲ ହେଉଛି। ତେଜପ୍ରତାପଙ୍କ ପତ୍ନୀ ତେଜଙ୍କ ପରକୀୟାପ୍ରୀତି ଲାଗି ଘରୁ ଚାଲିଯାଇଥିବାର ଭିଡ଼ିଓ ଭାଇରାଲ ହୋଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *