ବର୍ଷା, ବନ୍ୟା ଓ ଭୂସ୍ଖଳନ- ବିପଦରେ ବଙ୍ଗଳା ଓ ନେପାଳ

ପ୍ରବଳ ବର୍ଷାରୁ ଦାର୍ଜିଲିଂର ମିରିକ ଏରିଆର ଦୁଧିଆରେ ଥିବା ଆଇରନ ବ୍ରିଜ୍ ଭୁଷୁଡ଼ିଯିବାରୁ ୨୩ ଜଣଙ୍କ ମୃତ୍ୟୁ ହୋଇଛି। ଏହି ପୋଲ ମିରିକକୁ ସିଲିଗୁଡ଼ି ଓ କାର୍ସିୟାଙ୍ଗକୁ ଯୋଡ଼ୁଥିଲା। ରବିବାର ହୋଇଥିବା ପ୍ରବଳ ବର୍ଷା ପାଇଁ ଭୂସ୍ଖଳନ, ବନ୍ୟା ଓ ପୋଲ ଭାଙ୍ଗିବାରୁ ଅନେକ ପିଲାଙ୍କ ସମେତ ୨୩ ଜଣଙ୍କ ଜୀବନ ଚାଲିଯାଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ନର୍ଥ ବଙ୍ଗଳା ଗସ୍ତ କରିଛନ୍ତି। ବର୍ଷା କାରଣରୁ ହୋଇଥିବା କ୍ଷୟକ୍ଷତିର ଆକଳନ କରିଛନ୍ତି। ଆଉ ରେସକ୍ୟୁ ଅପରେସନର ନୀରିକ୍ଷଣ କରିଛନ୍ତି।ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି। ଶତାଧିକ ପର୍ଯ୍ୟଟକ ଫସିଛନ୍ତି। ଅନେକ ଘର ଭଗ୍ନାବଶେଷରେ ପାଲଟିଯାଇଛି। ଏନଡିଆରଏଫ ଅନୁସାରେ, ଦାର୍ଜିଲିଂରେ ମୋଟ୍ ୧୮ ଜଣଙ୍କ ମୃତ୍ୟୁ ହୋଇଛି। ମିରିକରେ ୧୧, ଜୋରବଙ୍ଗୋଲରେ, ସୁକିୟା ପୋଖରୀ ଓ ସଦର ପୁଲିସ ଷ୍ଟେସନ କ୍ଷେତ୍ରରେ ୭ ଲୋକଙ୍କ ଜୀବନ ଯାଇଛି। ଜାଲପାଇଗୁଡ଼ି ଜିଲ୍ଲାର ନାଗରାକାଟାରେ ଭୂସ୍ଖଳନରେ ଭଗ୍ନାବଶେଷରୁ ୫ ଶବ ଉଦ୍ଧାର ହୋଇଛି। ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି। ଗୋରଖାଲ୍ୟାଣ୍ଡ ଟେଟିରୋରିଆଲ୍ ଆଡମିନିଷ୍ଟ୍ରେସନ ପକ୍ଷରୁ କୁହାଯାଇଛି, ଦାର୍ଜିଲିଂରେ ୩୫ ଜାଗାରେ ଭୂସ୍ଖଳନ ହୋଇଛି। ୨୦୧୫ ପରେ ସବୁଠୁ ଭୟାବହ ଭୂସ୍ଖଳନ ଏବେ ହୋଇଛି। ୨୦୧୫ରେ ୪୦ ଜଣଙ୍କ ମୃତ୍ୟୁ ହୋଇଥିଲା। ପାଣିପାଗ ବିଭାଗ ଆକଳନ କରିଛି, ଆସନ୍ତା ୪୮ ଘଣ୍ଟା ଯାଏ ପ୍ରବଳ ବର୍ଷା ହେବ। ଲୋକଙ୍କୁ ସତର୍କ ରହିବାକୁ ଓ ସୁରକ୍ଷିତ ସ୍ଥାନକୁ ଯିବାକୁ ଅପିଲ୍ କରିଛି ପ୍ରଶାସନ। ଅନେକ ନଦୀର ଜଳସ୍ତର ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି। ସେଥିଲାଗି ସ୍ଥିତି ଅଧିକ ଗମ୍ଭୀର ହୋଇପଡ଼ିଛି। ପ୍ରବଳ ବର୍ଷାରୁ ଜାତୀୟ ରାଜପଥ-୧୦ରେ ଭୂସ୍ଖଳନ ଦେଖିବାକୁ ମିଳିଛି। ଭୂସ୍ଖଳନ ଓ ବନ୍ୟା କାରଣରୁ ସିଲିଗୁଡ଼ି, ତରାଇ ଓ ଦୁଆର୍ସ ସହ ସମ୍ପର୍କ ପୁରା ବିଛିନ୍ନ ହୋଇପଡ଼ିଛି।ନେପାଳରେ ୫୨ ଜଣଙ୍କ ମୃତ୍ୟୁ ହୋଇଛି। ଭୂଟାନ ଡ୍ୟାମ୍ ଉଛୁଳୁଛି। ଉତ୍ତର ନେପାଳରେ ଗଲା ୨୪ ଘଣ୍ଟା ଭିତରେ ଭୂସ୍ଖଳନ ଓ ବନ୍ୟାରୁ ୫୨ ଜଣଙ୍କ ଜୀବନ ଯାଇଛି। କୋଶି, ମାଧେସ, ବାଗମତି, ଗନ୍ଦକି ଓ ଲୁମ୍ୱିନୀ ଏରିଆରେ ମୌସୁମୀ ସକ୍ରିୟ ରହିଛି। ଉତ୍ତର ନେପାଳରେ ୮ଟି ପ୍ରମୁଖ ନଦୀରେ କ୍ରମାଗତ ନଦୀର ଜଳସ୍ତର ବଢ଼ୁଛି। ବାଗମତି ଓ ଇଷ୍ଟ ରାପତି ନଦୀରେ ରେଡ୍ ଆଲର୍ଟ ଜାରି ହୋଇଛି। ଶତାଧିକ ଯାତ୍ରୀ ଫସିରହିଛନ୍ତି। ରେସକ୍ୟୁ ଅପରେସନ ଜାରି ରହିଛି। ପ୍ରକୃତିର କୋପ।ବଙ୍ଗଳା ଓ ନେପାଳରେ ବର୍ଷା, ଭୂସ୍ଖଳନ ଲାଗି ଜନଜୀବନ ପ୍ରଭାବିତ ହୋଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *