ମାଇଁ ସହ ଭଣଜା- ସମୁଦୁଣୀ ସହ ସମୁଦୀ ଫେରାର୍

ସମ୍ପର୍କ କେଉଁସ୍ତରକୁ ଗଲାଣି। ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି। ୟୁପିର ଆଲିଗଡ଼ରେ ଶାଶୁ ସହ ଜ୍ୱାଇଁ ଫେରାର୍ ଘଟଣା ମନରୁ ନଲିଭୁଣୁ ବଦାୟୁଁ ଜିଲ୍ଲାର ଦାତାଗଞ୍ଜରୁ ଆସିଛି ଆଉ ଏକ ଅଭାବନୀୟ ଘଟଣା। ଏଠାରେ ୪ ପିଲାଙ୍କ ମା ନିଜ ସମୁଦି ସହ ଫେରାର୍ ହୋଇଯାଇଛନ୍ତି। ମହିଳାଙ୍କ ସ୍ୱାମୀ ଜଣେ ଟ୍ରକ୍ ଡ୍ରାଇଭର। ସ୍ୱାମୀ ଆରୋପ ଲଦିଛନ୍ତି ଯେ, ତାଙ୍କ ପତ୍ନୀ ମମତାଙ୍କ ଝିଅର ଶ୍ୱଶୁର ଶୈଳେନ୍ଦ୍ର ଓରଫ ବିଲୁ ସହ ଅନୈତିକ ସମ୍ପର୍କ ଥିଲା। ଶୈଳେନ୍ଦ୍ର ରୋଡଓ୍ୱେଜରେ ଚାଳକ ଅଟନ୍ତି। ଅନେକ ସମୟରେ ଘରକୁ ଯିବାଆସିବା କରିଥାଆନ୍ତି। ସମ୍ପର୍କୀୟ ହେତୁ ପଡ଼ୋଶୀ ବି କୌଣସି ସନ୍ଦେହ କରିବାର ଅବକାଶ ନଥିଲା। ସ୍ୱାମୀ ଆହୁରି ଆରୋପ ଲଦିଛନ୍ତି ଯେ, ତାଙ୍କ ପତ୍ନୀ ପୂର୍ବରୁ ସମୁଦିଙ୍କ ସହ ୩ଥର ଫେରାର୍ ହେବାକୁ ପ୍ରୟାସ କରିଥିଲେ। କିନ୍ତୁ ସେ ସବୁଥର ବୁଝାଇସୁଝାଇ ରୋକି ଦେଉଥିଲେ। କିନ୍ତୁ ଏଥର ରାତିରେ ଅନ୍ଧାରର ସୁଯୋଗ ନେଇ ଘରୁ ଦାମୀ ସାମଗ୍ରୀ ଓ ଗହଣା ନେଇ ସମୁଦି ସହ ଅଲଟୋ କାରରେ ଫେରାର୍ ହୋଇଯାଇଛନ୍ତି। ସେପଟେ ମାଇଁ ସହ ଭଣଜା ଫେରାର୍ ହେବା ଭଳି ଘଟଣା ଆସିଛି ମିରଟରୁ। ୨୮ ବର୍ଷୀୟା ମାଇଁ ସହ ୧୮ ବର୍ଷର ଭଣଜା ଫେରାର୍ ହୋଇଯାଇଛି। ମାସକ ଭିତରେ ସ୍ୱାମୀଙ୍କୁ ଦ୍ୱିତୀୟ ଥର ଛାଡ଼ି ଚାଲିଯାଇଛନ୍ତି ପତ୍ନୀ। ପ୍ରେମରେ ବୟସ ବାଧା ସାଜେନା। ଏହାର ନଜିର ମାଇଁ-ଭଣଜା ଲଭଷ୍ଟୋରୀରେ ଦେଖିବାକୁ ମିଳିଛି। ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ଥିଲା। ମଉକା ମିଳିବା ମାତ୍ରେ ଶ୍ୱଶୁର ଘରୁ ଚମ୍ପଟ ମାରିଛନ୍ତି ବୋହୂ। ମିରଟର ସରୁରପୁର ଅଞ୍ଚଳର ଘଟଣା। ମାସକ ଆଗରୁ ବି ଭଣଜା ସହ ଅଚାନକ ଗାଏବ ହୋଇଯାଇଥିଲେ ମାଇଁ। ପରିବାର ଲୋକେ ଖୋଜଖବର ନେଇ ଠାବ କରିଥିଲେ। ବଦନାମି ଭୟରେ ଏ ଘଟଣାକୁ ଭୁଲି ପତ୍ନୀ ସହ ରହିଥିଲେ ସ୍ୱାମୀ। କିନ୍ତୁ ପତ୍ନୀ ପୁଣି ଭଣଜା ସହ ଚମ୍ପଟ ମାରିଛନ୍ତି। ରହସ୍ୟମୟୀ ଢଙ୍ଗରେ ଘରୁ ଗାଏବ ହୋଇଯାଇଛନ୍ତି। ପୁଲିସରେ ଏତଲା ପରେ ଉଭୟଙ୍କୁ ଠାବ କରିବାରେ ଲାଗିଛି ପୁଲିସ। ଦୁହିଁଙ୍କ ମୋବାଇଲକୁ ସର୍ଭେଲାନ୍ସରେ ଲଗାଇଛି ପୁଲିସ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *