ଆଗ ନେତାଙ୍କ ବେକରେ ଫୁଲ ମାଳ ପିନ୍ଧାଇଲେ। ଆଉ ପିନ୍ଧାଇବା ମାତ୍ରେ ସେକିଲେ। ଏଭଳି ଅଭାବନୀୟ ଘଟଣା ଜୋନପୁରରେ ଦେଖିବାକୁ ମିଳିଛି। ସୁହଲଦେବ ସମାଜପାର୍ଟିର ନେତା ମହେନ୍ଦ୍ର ରାଜଭରଙ୍କୁ ସର୍ବସମୁଖରେ ପିଟିଛନ୍ତି କର୍ମୀ। ସୁହଲଦେବ ସମାଜପାର୍ଟିର ଅଧ୍ୟକ୍ଷ ହେଉଛନ୍ତି ମହେନ୍ଦ୍ର। ମନ୍ତ୍ରୀ ଓପି ରାଜଭରଙ୍କ ସହ ବିଦ୍ରୋହ କରି ନୂଆ ଦଳ ଗଢ଼ିଥିଲେ। ଆଉ ଶେଷରେ ଓପି ରାଜଭରଙ୍କ ସମର୍ଥକ ଏଭଳି ପିଟିଛନ୍ତି ମହେନ୍ଦ୍ରଙ୍କୁ। ଏହାର ଭିଡ଼ିଓ ଭାଇରାଲ ହୋଇଛି। ମାଉରୁ ଉପ-ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତି କରୁଛନ୍ତି ମହେନ୍ଦ୍ର। ସେଥିଲାଗି ଜାଫରାବାଦ ଥାନା ଅନ୍ତର୍ଗତ ଆଶାପୁରରେ ଥିଲା କାର୍ଯ୍ୟକ୍ରମ। ମହେନ୍ଦ୍ରଙ୍କୁ ଜଣାନଥିଲା ଯେ, ତାଙ୍କୁ ଯିଏ ସମ୍ୱର୍ଦ୍ଧନା ଦେବାକୁ ତାଙ୍କ ସପକ୍ଷରେ ଲୋକଙ୍କୁ ତାଙ୍କ ସକାଶେ ସମର୍ଥନ ଲୋଡ଼ୁଛନ୍ତି। ସେମାନଙ୍କ ମନରେ ତାଙ୍କୁ ଏଭଳି ବାଡ଼େଇ ଲଜ୍ଜିତ କରିବେ ବୋଲି ଭାବନା ଥିବ। ମହେନ୍ଦ୍ରଙ୍କ ଗାଲକୁ ଚାପୁଡ଼ା ନାଦିଦେଲେ କର୍ମକର୍ତ୍ତା। ପ୍ରଧାନମନ୍ତ୍ରୀ ମୋଦି ଯାହାଙ୍କୁ କଟ୍ଟପା କହି ଆଖ୍ୟା ଦେଇଛନ୍ତି। ସେହି କଟ୍ଟପା ତଥା ଅଖିଳେଶ ଯାଦବଙ୍କ ଘନିଷ୍ଠ ସହଯୋଗୀ ମହେନ୍ଦ୍ର ରାଜଭରଙ୍କୁ ମଞ୍ଚରେ ହିଁ ପିଟିଦେଲେ କର୍ମୀ। ମହେନ୍ଦ୍ରଙ୍କ ଘନିଷ୍ଠ ସହଯୋଗୀ ବ୍ରଜେଶ ରାଜଭର ହିଁ ମହେନ୍ଦ୍ରଙ୍କ ଉପରେ ଚାପୁଡା ବର୍ଷା କରିଦେଲେ। ଜୋନପୁରରେ ମହାରାଜା ସୁହେଲଦେବଙ୍କ ବିଜୟଉତ୍ସବ ଉପରେ ଆୟୋଜିତ ସମାରୋହରେ ଏଭଳି ଅଘଟଣ ଘଟିଲା। ମହେନ୍ଦ୍ର ରାଜଭର ଏ ନେଇ ବ୍ରଜେଶଙ୍କ ବିରୁଦ୍ଧରେ ଥାନାରେ ଏତଲା ଦେଇଛନ୍ତି। ଆଉ ଅଭିଯୋଗ କରିଛନ୍ତି ଯେ, ଏହି ଆକ୍ରମଣ ଓମ୍ ପ୍ରକାଶ ରାଜଭରଙ୍କ ନିର୍ଦେଶରେ ହିଁ ହୋଇଛି। ପୁଲିସ ଏ ମାମଲାର ତଦନ୍ତ କରୁଛି। ମହେନ୍ଦ୍ର ରାଜଭର କିଛି ଦିନ ତଳେ ନିଜ ପାର୍ଟିକୁ ସମାଜବାଦୀ ପାର୍ଟିରେ ବିଲୟ କରିଦେଇଥିଲେ। ଆଉ ନିଜେ ବି ସପାରେ ସାମିଲ୍ ହୋଇଯାଇଥିଲେ। ମହେନ୍ଦ୍ର ୨୦୧୭ରେ ମୁଖତାର ଅନସାରୀଙ୍କ ବିରୁଦ୍ଧରେ ସୁଭାସପା ଓ ବିଜେପିର ମେଣ୍ଟ ପ୍ରାର୍ଥୀ ଥିଲେ। ମହେନ୍ଦ୍ରଙ୍କ ଲାଗି ପ୍ରଚାର ପାଇଁ ଖୋଦ୍ ପ୍ରଧାନମନ୍ତ୍ରୀ ଯାଇଥିଲ। ଏତିକିବେଳେ ମହେନ୍ଦ୍ରଙ୍କୁ କଟ୍ଟପା କହି ମହେନ୍ଦ୍ର ହିଁ ବାହୁବଳୀକୁ ହରାଇବେ ବୋଲି କହିଥିଲେ ମୋଦି। ମହେନ୍ଦ୍ରଙ୍କ ଉପରେ ଆକ୍ରମଣକୁ ନେଇ ସପା ବିଜେପି ଉପରେ ଆରୋପ ଲଦିଛି। ପିଡିଏ ପରିବାରର ସଦସ୍ୟ ଓ ଅତି ପଛୁଆ ବର୍ଗର ନେତାଙ୍କୁ ଏଭଳି ଆକ୍ରମଣ ବିଜେପି କରାଇଛି। ବିଜେପି କୌଣସି ପଛୁଆ ବର୍ଗର ନେତାଙ୍କୁ ଆଗକୁ ବଢିବାକୁ ଦିଏନା। ରାଜଭର ସମାଜକୁ ନେତୃତ୍ୱବିହୀନ ଲାଗି ଏଭଳି ହୀନ ଉଦ୍ୟମ କରୁଛି ବିଜେପି। କିଛି ଦିନ ପୂର୍ବରୁ ଦଳିତ ନେତା ଓ ସପା ସାଂସଦ ରାମଜୀ ଲାଲ ସୁମନଙ୍କ ଉପରେ ବି ମରଣାନ୍ତକ ଆକ୍ରମଣ ବିଜେପି କରିଥିଲା ବୋଲି ଆରୋପ ଲଦିଛି ସପା।

Naxatra News is now on Whatsapp
Join and get latest news update delivered to you via whatsapp
Join Now