ଆଖଡ଼ାରୁ ବହିଷ୍କାର ହେଲେ ମମତା କୁଲକର୍ଣ୍ଣି..

ମହାମଣ୍ଡଳେଶ୍ୱର ଆଖଡ଼ା ପୀଠରୁ ବହିଷ୍କାର ହେଲେ ମମତା କୁଲକର୍ଣ୍ଣି। କିନ୍ନର ଆଖଡ଼ାର ପ୍ରତିଷ୍ଠାତା ରିଷି ଅଜୟ ଦାସ ମମତାଙ୍କୁ ବହିଷ୍କାର କରିଛନ୍ତି। ଏହା ସହ ମମତାଙ୍କୁ ଆଖଡ଼ାରେ ପ୍ରବେଶ କରାଇଥିବା ମହାମଣ୍ଡଳେଶ୍ୱର ଲକ୍ଷ୍ମୀନାରାୟଣ ତ୍ରିପାଠୀଙ୍କୁ ବି ବହିଷ୍କାର କରାଯାଇଛି। ଲକ୍ଷ୍ମୀନାରାୟଣ ତ୍ରିପାଠୀ ମମତାଙ୍କୁ ମହାମଣ୍ଡଳେଶ୍ୱର ଅଧ୍ୟକ୍ଷା ଭାବେ ପରିଚୟ ଦେଇଥିଲେ। ତା ପୁଣି ଆଖଡ଼ାର ଅଜାଣତରେ। କିନ୍ନର ଆଖଡ଼ାର ନାଁ ବଦନାମ କରିଛନ୍ତି। ଅବୈଧାନିକ ଅନୁବନ୍ଧିତ ଜୁନା ଆଖଡ଼ା ସହ ଯୋଡ଼ି କିନ୍ନର ଆଖଡ଼ାକୁ କ୍ଷତବିକ୍ଷତ କରିଛନ୍ତି। ଏଭଳି ବ୍ୟକ୍ତି ନା ଜୁନା ଆଖଡ଼ାର ସିଦ୍ଧାନ୍ତରେ ଚାଲୁଛନ୍ତି ନା କିନ୍ନର ଆଖଡ଼ାର ସିଦ୍ଧାନ୍ତରେ ଚାଲୁଛନ୍ତି। ଯିଏ ସନ୍ୟାସୀ ବିନା ମୁଣ୍ଡନରେ ସଂସ୍କାରର ମାନ୍ୟତା ପାଏନା। ଏଭଳି ବେଶଭୂଷା ସନାତନ ଧର୍ମ ପ୍ରେମୀଙ୍କ ପ୍ରତି ଛଳନା ଅଟେ। ଧର୍ମହିତରେ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହେଲୁ ବୋଲି କହିଛନ୍ତି କିନ୍ନର ଆଖଡ଼ାର ପ୍ରତିଷ୍ଠାତା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *