ପଞ୍ଜାବର ପୂର୍ବତନ ଡେପୁଟି ସିଏମ୍ ସୁଖବୀର ମଙ୍ଗଳବାର ଠାରୁ ଅମୃତସର ସ୍ୱର୍ଣ୍ଣ ମନ୍ଦିର ବା ଶ୍ରୀ ହରମନ୍ଦିର ସାହିବ ଗୁରୁଦ୍ୱାର ବାହାରେ ଜଗୁଆଳି ଭାବେ ସଜ୍ଜା କାଟୁଛନ୍ତି । ସେ ଦ୍ୱିପ୍ରହର ସମୟରେ ହ୍ୱିଲଚେୟାରରେ ଗୁରୁଦ୍ୱାରରେ ପହଞ୍ଚିଥିଲେ । ଦୋଷୀ ସାବ୍ୟସ୍ତ ହେବା କାରଣରୁ ତାଙ୍କ ଗଳାରେ ଏକ ପ୍ଲାକାର୍ଡ ଝୁଲୁଥିଲା । ଆଜି ସୁଖବୀର ଦଣ୍ଡ ଭୋଗିବାକୁ ସେୱାଦାର ଭାବେ ମୁଖ୍ୟ ଗେଟ ଆଗରେ ବସିଥିଲେ । ଏହି ସମୟରେ ଜଣେ ଦୁବୃର୍ତ୍ତ ପିସ୍ତଲ କାଡି ଗୁଳି ମାଡ କରିଥିଲା । ଅଳ୍ପକେ ବର୍ତ୍ତିଲେ ବାଦଲ । ପଞ୍ଜାବ ଅମୃତସରର ସ୍ବର୍ଣ୍ଣମନ୍ଦିର ମୁଖ୍ୟ ଗେଟରେ ଗୁଳିମାଡ ଉଦ୍ୟମ ହୋଇଛି । ତେବେ ଘଟଣା ସ୍ଥଳରେ ଉପସ୍ଥିତ ଲୋକେ ଅଭିଯୁକ୍ତକୁ କାବୁ କରିଥିଲେ । ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ତାଙ୍କ ଠାରୁ ପିସ୍ତଲ ଜବତ କରାଯାଇଛି । ସଜ୍ଜା ପୂର୍ବ ଦିନ ସେ ସ୍ୱର୍ଣ୍ଣ ମନ୍ଦିରର ସାମ୍ପ୍ରଦାୟିକ ରୋଷେଇ ବାସ ସଫା କରିଥିଲେ ଓ ସେବାଧାରୀ ବସ୍ତ୍ର ପରିଧାନ କରିଥିଲେ । ଦ୍ବିତୀୟ ଦିନରେ ମଧ୍ୟ ସ୍ବର୍ଣ୍ଣମନ୍ଦିରରେ ସେୱାଦାର ଭାବେ କାର୍ଯ୍ୟ କରୁଛନ୍ତି ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂ ବାଦଲ । ତାଙ୍କୁ ଏହି ଦଣ୍ଡ ଦେଇଛି ଅକାଲ ତଖ୍ତ । ଶିଖମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ଏହି ଦଣ୍ଡ ମିଳିଛି । ୨୦୧୫ ମସିହାରେ ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମଙ୍କୁ କ୍ଷମା ପ୍ରଦାନ ସହ ଆଉ କିଛି ନିଷ୍ପତ୍ତି ପାଇଁ ତାଙ୍କୁ ଧର୍ମଦ୍ରୋହୀ ଘୋଷଣା କରାଯାଇଥିଲା । ଏହି ତ୍ରୁଟି ପାଇଁ ସୁଖବୀର ଅମୃତସରରେ ଥିବା ସ୍ୱର୍ଣ୍ଣମନ୍ଦିରକୁ ଆସି ଅକଲ ତଖ୍ତରେ କ୍ଷମା ପ୍ରାର୍ଥନା କରିଥିଲେ । ତାଙ୍କୁ ଗୁରୁଦ୍ୱାରର ଟଏଲେଟ ସଫା କରିବା ସହ ବାସନ ମାଜିବା ସହ ଧାର୍ମିକ କାର୍ଯ୍ୟ କରିବା ପାଇଁ ଅକଲ ତଖ୍ତ ନିର୍ଦ୍ଦେଶ ଦେଇଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now