ମହାରାଷ୍ଟ୍ରରେ ମରାଠୀ ଭାଷା ବିବାଦ: ଭାଷା ଆଧାରିତ ରାଜନୀତିରେ ଉତ୍ତେଜନାପୂର୍ଣ୍ଣ ପରିବେଶ

ମହାରାଷ୍ଟ୍ରରେ ମରାଠୀ ଭାଷା ବିବାଦ ତେଜିବାରେ ଲାଗିଛି। ନିକଟରେ ଘଟିଥିବା କିଛି ଘଟଣା ଏବଂ ରାଜନୈତିକ ବିବୃତ୍ତି ଦେଶରେ ଭାଷା, ସଂସ୍କୃତି ଓ ପରିଚୟ ଉପରେ ଏକ ନୂତନ ଆଲୋଚନାକୁ ଖୋରାକ୍ ଯୋଗାଇଛି। ମୁମ୍ବାଇ ଓ ତାହା ସହ ମହାରାଷ୍ଟ୍ରର ଅନେକ ଅଞ୍ଚଳରେ ଏହି ବିବାଦ ଏବେ ଏକ ରାଜନୈତିକ ଓ ସାମାଜିକ ମୁଦ୍ଦା ହୋଇପଡ଼ିଛି। ମରାଠୀ ଭାଷା କହିବାକୁ କେଉଁଠି ବାଧ୍ୟ କରାଯାଉଛି ତ କେଉଁଠି ଏହାକୁ ନେଇ ଆକ୍ରମଣ ଘଟଣା ବି ସାମ୍ନାକୁ ଆସିବାରେ ଲାଗିିଛି। ଏକ ଡୋମିନୋଜ୍ ଡିଲିଭେରୀ ବ୍ୟକ୍ତିଙ୍କୁ ଗୋଟିଏ ଦମ୍ପତି ମରାଠୀ କହିବାକୁ ବାଧ୍ୟ କରିଥିଲେ। ସେମାନେ କହିଥିଲେ ଯେ, “ମରାଠୀ କହିବେ ନାହିଁ, ତେବେ ଟଙ୍କା ଦେବୁ ନାହିଁ।” ଏହି ଘଟଣାର ଭିଡ଼ିଓ ଭାଇରାଲ୍ ହେବା ପରେ ଦେଶବ୍ୟାପୀ ଅସନ୍ତୋଷ ଖେଳିଥିଲା। ପରେ ଡିଲିଭେରୀ ବ୍ୟକ୍ତି MNS ଅଫିସକୁ ଯାଇ ସାମାଜିକ ଚାପରେ ନିଜର ଭୁଲ୍ ସ୍ୱୀକାର କରିବା ସହ ମହିଳା ଜଣକ ତାଙ୍କୁ ଟଙ୍କା ପୈଠ କରିଥିବା କହିଥିଲେ। ଉତ୍ତର ପ୍ରଦେଶର ଏକ ଓଲା କ୍ୟାବ ଚାଳକ ମରାଠୀ ନ କହିବାରୁ ପାଇଁ ଗୋଟିଏ ଗୋଷ୍ଠୀ ଦ୍ୱାରା ମାଡ଼ ଖାଇଥିଲେ। ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବା ପରେ ଲୋକେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ଜଣେ ମହିଳାଙ୍କୁ ମରାଠୀ କହିବାକୁ ବାଧ୍ୟ କରାଯାଉଥିବା ଏକ ଘଟଣାରେ ସେ ଦୃଢ଼ ଭାବେ ପ୍ରତିକ୍ରିୟା ଦେଉଥିଲେ: “ମୋ ଭାଷା, ମୋ ଇଚ୍ଛା। ଏହାକୁ ସୋସିଆଲ ମିଡିଆରେ ବ୍ୟାପକ ସମର୍ଥନ ମିଳିଥିଲା। ଏମଏନଏସ ବା ମହାରାଷ୍ଟ୍ର ନବନିର୍ମାଣ ସେନା ଦଳ ଅନେକ ସ୍ଥାନରେ ମରାଠୀ ଭାଷାକୁ ବାଧ୍ୟତାମୂଳକ କରିବା ପାଇଁ ଚାପ ପକାଉଛନ୍ତି। ବ୍ୟାଙ୍କ କର୍ମଚାରୀ, ଦୋକାନୀଙ୍କୁ ମରାଠୀ କହିବା ପାଇଁ ଅନୁରୋଧ କରିବା ସହ ବେଳେବେଳେ ଧମକ ମଧ୍ୟ ଦେଉଛନ୍ତି। ବିରୋଧୀ ଦଳ ବି ଏହାକୁ ଭାଷା ଆଧାରିତ ଅନ୍ୟାୟ ବୋଲି କହୁଛନ୍ତି। ଆରଏସଏସ ନେତା ଭୟାଜୀ ଯୋଶୀ କହିଥିଲେ,”ମୁମ୍ବାଇରେ ବଞ୍ଚିବାକୁ ମରାଠୀ ଜାଣିବା ଆବଶ୍ୟକ ନୁହେଁ।” ଏହି କଥା ଉପରେ ଶିବସେନା ଓ ଅନ୍ୟ ଦଳ ତୀବ୍ର ନିନ୍ଦା କରିଥିଲେ। ପରେ ସେ ଏହି ମତାମତକୁ ଭୁଲ ବ୍ୟାଖ୍ୟା କରାଯାଇଥିବା ବୋଲି ସଫେଇ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଛନ୍ତି ଯେ ମରାଠୀ ମୁମ୍ବାଇ ଓ ମହାରାଷ୍ଟ୍ରର ଭାଷା। ସେ ଭାଷା ଉପରେ ହେଉଥିବା ବିବାଦକୁ ଶାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଶିବସେନା(ୟୁବିଟି) ନେତା ସଞ୍ଜୟ ରାଉତ କହିଛନ୍ତି, ହିନ୍ଦୀ ଭାଷା ମରାଠି ଭାଷାକୁ କୌଣସି ବିପଜ୍ଜନକ ନୁହେଁ। ଗୁଜରାଟି ଭାଷା ବରଂ ମରାଠୀ ଭାଷା ଉପରେ ଭାରି ପଡୁଛି। ସବୁ ଭାଷାକୁ ସମ୍ମାନ ଦିଆଯିବା ଉଚିତ। କିନ୍ତୁ ସବୁ ଭାଷା ଉପରେ ମାତୃଭାଷା ଅଟେ। ମରାଠୀ ଭାଷା ବିବାଦ କେବଳ ଭାଷା ନୁହେଁ, ଏହା ଏକ ସାମାଜିକ ପରିଚୟ, ଅସ୍ମିତା ଓ ଆନ୍ତଃରାଷ୍ଟ୍ରୀୟ ମାନବ ସଂପର୍କର ମୁଦ୍ଦା ହୋଇପଡ଼ିଛି। ଆସନ୍ତା ନିର୍ବାଚନ ଦୃଷ୍ଟିରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇପାରେ। ଭାଷା ଅସ୍ମିତା ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ତାହା ସାମ୍ପ୍ରଦାୟିକତା ବା ଦଳୀୟ ହିଂସାର ଆଧାର ହେବା ଉଚିତ୍ ନୁହେଁ। ମହାରାଷ୍ଟ୍ରର ଏହି ବିବାଦ ଏହି କଥା ମନେ ପକାଏ – ଭିନ୍ନତାରେ ଏକତା ହେଉଛି ଭାରତର ସବୁଠାରୁ ବଡ଼ ଶକ୍ତି।






Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *