ଅଧୁରା ରହିଗଲା ଆନିଭର୍ସରି- ଷ୍ଟେଜରେ ନାଚୁ ନାଚୁ ଟଳିପଡ଼ିଲେ ସ୍ୱାମୀ

ବିବାହର ୨୫ ବର୍ଷ ପୂର୍ତ୍ତି ପାଳୁଥିଲେ। ବନ୍ଧୁବାନ୍ଧବ ଓ ପରିବାର ପରିଜନଙ୍କ ଗହଣରେ ମଞ୍ଚ ଉପରେ ହାତ ଧରାଧରି ହୋଇ ନାଚୁଥିଲେ ଦମ୍ପତ୍ତି। ଏହି ସମୟକୁ ସ୍ମରଣୀୟ କରିବାକୁ ବଡ଼ ଧରଣର ଆୟୋଜନ ବି ହୋଇଥିଲା। ଭୋଜିଭାତ ସାଙ୍ଗକୁ ସଙ୍ଗୀତ ଆସରରେ ଜମୁଥିଲା ପରିବେଶ। କିନ୍ତୁ ନିମିଷକରେ ଖୁସି ମିଳାଇଗଲା। କାରଣ ପତ୍ନୀଙ୍କ ହାତ ଧରି ନାଚୁଥିଲା ବେଳେ ଟଳିପଡ଼ିଲେ ସ୍ୱାମୀ। ୟୁପିର ବରେଲିରୁ ଆସିଛି ଏଭଳି ଦୁଃଖଦ ଖବର। ମୃତକଙ୍କ ନାଁ ଓ୍ୱାସିମ୍। ସେ ପେଶାରେ ଜୋତା ବେପାରୀ। ପତ୍ନୀ ଫାରାହଙ୍କ ସହ ବିବାହର ୨୫ ବର୍ଷ ପୂର୍ତ୍ତି ପାଳିବା ଅଧୁରା ରହିଗଲା। ଷ୍ଟେଜରେ ଗଳିପଡ଼ିବା ମାତ୍ରେ ସେଠାରେ ଉପସ୍ଥିତ ଥିବା ଲୋକେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନେଇଥିଲେ। କିନ୍ତୁ ସେତେବେଳକୁ ଆଉ ଜୀବନରେ ନଥିଲେ ଓ୍ୱାସିମ୍। ହାର୍ଟଆଟାକରୁ ଓ୍ୱାସିମଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ରିପୋର୍ଟ ଆସିଛି। ବରେଲିରେ ଜଣେ ସଫଳ ବ୍ୟବସାୟୀ ଥିଲେ ଓ୍ୱାସିମ୍। ତାଙ୍କ ପତ୍ନୀ ଫାରାହ ଏକ ସ୍କୁଲରେ ଶିକ୍ଷୟତ୍ରୀ ଅଛନ୍ତି। ରାତି ପ୍ରାୟ ୧୨ଟା ବେଳେ ପତି ପତ୍ନୀ ଉଭୟ ବିବାହର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ମିଶିକି କେକ୍ କାଟିଥିଲେ। ଆଉ ହାତ ଧରାଧରି ହୋଇ ନାଚିବାକୁ ଲାଗିଥିଲେ। ପତ୍ନୀ ତାଙ୍କୁ ଡିଜେ ଫ୍ଲୋରରେ ଡ୍ୟାନ୍ସ କରିବାକୁ ନେଇଥିଲେ। ଦୁହେଁ କିଛି ସମୟ ନାଚିବା ପରେ ଅଚାନକ ତଳେ ପଡ଼ିଯାଇଥିଲେ ଓ୍ୱାସିମ୍।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *