ଭାରତ- ପାକିସ୍ତାନ ଭିତରେ ତିକ୍ତତା ବୃଦ୍ଧି ପାଉଥିବା ଭିତରେ ମିଡିଆ ଚ୍ୟାନେଲଗୁଡ଼ିକୁ ଜାତୀୟ ନିରାପତ୍ତା ଦୃଷ୍ଟିରୁ ଆଡଭାଇଜୋରି ଜାରି କରିଛି କେନ୍ଦ୍ର। ଏଥିରେ ରକ୍ଷା ଅଭିଯାନ ଓ ସୁରକ୍ଷା ବଳର ଗତିବିଧିର ସିଧାପ୍ରସାରଣ କରିବାକୁ ବାରଣ କରାଯାଇଛି। ରାଷ୍ଟ୍ରୀୟ ସୁରକ୍ଷା ଦୃଷ୍ଟିରୁ ଲାଇଭ କଭରେଜରୁ ନିବୃତ୍ତ ରହିବେ ଚ୍ୟାନେଲଗୁଡ଼ିକ। ଗଣମାଧ୍ୟମ ଦାୟିତ୍ୱସମ୍ପନ୍ନ ଭାବେ ରିପୋର୍ଟିଂ କରିବାକୁ ଅପିଲ୍ କରିଛନ୍ତି କେନ୍ଦ୍ର ସରକାର। ପହଲଗାମ ଆତଙ୍କି ଆକ୍ରମଣ ଘଟଣା ପରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏହି ଆଡଭାଇଜୋରି ଜାରି କରିଛି। କଭରେଜ ବେଳେ ସତର୍କତା ଓ ସାବଧାନ ରହିବାକୁ ପରାମର୍ଶ ଦିଆଯାଇଛି। ସମସ୍ତ ମିଡିଆ ପ୍ଲାଟଫର୍ମ,, ସମାଚାର ଏଜେନ୍ସି ଓ ସୋସିଆଲ ମିଡିଆ ୟୁଜର୍ସଙ୍କୁ ଏ ପରାମର୍ଶ ଦେଇଛି କେନ୍ଦ୍ର। ରକ୍ଷା ସମ୍ୱନ୍ଧୀୟ ଅଭିଯାନର ରିପୋର୍ଟିଂ ବେଳେ ପ୍ରଣିତ ଆଇନ ଓ ନିୟମକୁ କଡ଼ାକଡ଼ି ଭାବେ ପାଳନ ହେବ। ସମ୍ୱେଦନଶୀଳ ତଥ୍ୟର ଖୁଲାସା କରିବା ଦ୍ୱାରା ଶତୃ ପକ୍ଷକୁ ଏହା ସାହାଯ୍ୟ କରିପାରେ। ସୁରକ୍ଷା ବଳ ଉପରେ ବିପଦ ବଢ଼ିପାରେ। ସେଥିଲାଗି କୌଣସି ଆତଙ୍କବାଦ ବିରୋଧୀ ଅଭିଯାନର ସିଧାପ୍ରସାରଣ ହେବନି।

Naxatra News is now on Whatsapp
Join and get latest news update delivered to you via whatsapp
Join Now