ବିବାଦୀୟ ବୟାନ- ଭୁଲ୍ ମାଗିଲେ ମନ୍ତ୍ରୀ

ବିବାଦୀୟ ବୟାନ ଦେଇ ଚାରିଆଡ଼ୁ ସମାଲୋଚିତ ପରେ ଶେଷରେ ଭୁଲ୍ ମାଗିଲେ ମନ୍ତ୍ରୀ ବିଜୟ ଶାହା। ମଧ୍ୟପ୍ରଦେଶର ମନ୍ତ୍ରୀ ବିଜୟ ଶାହା କର୍ଣ୍ଣେଲ ସୋଫିଆ କ୍ୟୁରେସିଙ୍କୁ ନେଇ ଅପମାନଜନକ ଟିପ୍ପଣୀ କରିଥିଲେ। ଅପରେସନ ସିନ୍ଦୂରର ସଫଳତା କଥା କହି ମୋଦିଙ୍କୁ ପ୍ରଶଂସା କରୁଥିବା ବେଳେ ବିଜୟ ସୋଫିଆଙ୍କୁ ଆତଙ୍କବାଦୀଙ୍କ ଭଉଣୀ ବୋଲି କହିଥିଲେ। ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେବାକୁ ଯାଇ ସେମାନଙ୍କ ଉଭଣୀଙ୍କୁ ଆଗରେ ରଖି ଭାରତ କଡ଼ା ବାର୍ତ୍ତା ଦେଲା ବୋଲି କହିଥିଲେ ବିଜୟ। ମୋଦି ତ କାହାର କପଡ଼ା ଓହ୍ଲାଇବେନି। ସେଥିଲାଗି ଆତଙ୍କବାଦୀ ସମାଜର ଭଉଣୀକୁ ଏ କାମ କରିବାକୁ ପଠାଇଥିଲେ ବୋଲି କହିଥିଲେ ବିଜୟ। ଆଉ ବିଜୟଙ୍କ ଏହି ବୟାନ ପରେ ଘେରିଥିଲେ ବିରୋଧୀ ଦଳ। କେମିତି ଧର୍ମାନ୍ଧ ହୋଇ ଭାରତୀୟ ସେନାର କର୍ଣ୍ଣେଲଙ୍କ ପ୍ରତି ଏଭଳି ଆପତ୍ତିଜନକ ଟିପ୍ପଣୀ ଦିଆଯାଉଛି। ଏ କଥା ଜାଣି ବିଜେପି ଓ ଆରଏସଏସ କାହିଁକି ଚୁପ୍। ମଧ୍ୟପ୍ରଦେଶ ସରକାର ଏଭଳି ବ୍ୟକ୍ତିକୁ ନିଜ ମନ୍ତ୍ରିମଣ୍ଡଳରୁ ତୁରନ୍ତ ବହିଷ୍କାର କରିବାକୁ ଦାବି ତେଜିଥିଲା। ଦେଶର ସେନାକୁ କ୍ଷମା ମାଗିବାକୁ ଦାବି ଶାଣିତ ହୋଇଥିଲା। ସୋଫିଆଙ୍କୁ ଅପମାନ ଅର୍ଥ ଦେଶର ନାରୀଶକ୍ତି, ସେନା ଓ ଭାରତର ଏକତାକୁ ଅପମାନ। ବିଜୟଙ୍କ ଏଭଳି ବୟାନକୁ ନେଇ ଚିହିଁକି ଉଠିଥିବା କଂଗ୍ରେସ କାର୍ଯ୍ୟକର୍ତ୍ତା ବିଜୟଙ୍କ ସରକାରୀ ବଙ୍ଗଳା ଯାଇ ତାଙ୍କ ନାମଫଳକରେ କାଳି ମାଡ଼ କରିଛନ୍ତି। ଧର୍ମର ଚଷମାରେ କେମିତି ବିଜେପିର ହୀନ ମାନସିକତା ହୋଇସାରିଛି, ତାକୁ ନେଇ ବର୍ଷିଥିଲେ। ବିଜୟଙ୍କୁ ବରଖାସ୍ତ କରାଯାଉ। ବିଜେପି ଲାଗି କଅଣ ନୈତିକତା ଓ ସମ୍ମାନଠୁ ସତ୍ତା ବଡ଼ କି। ବିବାଦୀୟ ବୟାନ ପରେ ବିଜୟ କହିଛନ୍ତି, କାହାର ଧର୍ମ କି ସମାଜକୁ ତାଙ୍କ କଥାରେ ଆଘାତ ଲାଗିଛି, ସେ ଭୁଲ୍ ମାଗିବାକୁ ପ୍ରସ୍ତୁତ। ବିବାଦୀୟ ବୟାନ ପରେ ମଙ୍ଗଳବାର ବିଜୟ ରାଜ୍ୟ ବିଜେପି ସଭାପତି ବିଡି ଶର୍ମା ଓ ସଂଗଠନ ମହାମନ୍ତ୍ରୀ ହିତାନନ୍ଦ ଶର୍ମାଙ୍କୁ ଭେଟି ସଫେଇ ଦେଇଥିଲେ। କର୍ଣ୍ଣେଲ ସୋଫିଆ କ୍ୟୁରେସିଙ୍କ ଘରେ ବି ପହଞ୍ଚିଥିଲେ ବିଜେପି ନେତାଏ। ଆଉ ସୋଫିଆ ଦେଶର ଝିଅ ଓ ଗୌରବ କହି ଏ ବିବାଦରେ ପୂର୍ଣ୍ଣଛେଦ ଆଙ୍କିବାକୁ ଅନୁରୋଧ କରିଥିଲେ। କାରଣ ବିଜୟଙ୍କ ଏଭଳି ବୟାନକୁ ନେଇ ଶୀର୍ଷ ନେତୃତ୍ୱ ବେଶ୍ ଖପ୍ପା ଥିଲେ। ବିଜୟ ଅନେକ ଥର ମହିଳାଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ଦେଇଛନ୍ତି। ଆପତ୍ତିଜନକ ଟିପ୍ପଣୀ ଦେଇ ପୂର୍ବରୁ ବି ମନ୍ତ୍ରିମଣ୍ଡଳରୁ ତଡ଼ା ଖାଇଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *