ମନ୍ତ୍ରୀଙ୍କୁ ବନ୍ଧକ ରଖିଲେ ବିଧାୟକ!

ନମାମି ଗଙ୍ଗା ସ୍କିମକୁ ନେଇ ମନ୍ତ୍ରୀଙ୍କୁ ଘେରିବା ସହ ବନ୍ଧକ ରଖିଲେ ବିଧାୟକ ଓ ତାଙ୍କ ସମର୍ଥକ। ୟୁପିର ମାହୋବାରେ ଜଳସମ୍ପଦ ମନ୍ତ୍ରୀ ସ୍ୱତନ୍ତ୍ର ଦେବ ସିଂଙ୍କ ସହ ପ୍ରବଳ ଯୁକ୍ତିତର୍କ କରିଥିଲେ ଚରଖାରି ବିଧାୟକ ବ୍ରିଜଭୂଷଣ ରାଜପୁତ୍। ରାମଶ୍ରୀ କଲେଜ ଆଗରେ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ପାଣି ଅଭାବ ଓ ରାସ୍ତା କାମକୁ ନେଇ ଆଲୋଚନା ଚାଲିଥିବା ବେଳେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ସର୍ବସମ୍ମୁଖରେ ଉଭୟଙ୍କ ଭିତରେ ଯୁକ୍ତିତର୍କ ସୀମା ଡେଇଁଥିଲା। ଗାଁରେ ପାଣି ମିଳୁନି। ପାଇପଲାଇନ ଲାଗି ଖୋଳାଯାଇଥିବା ରାସ୍ତାର ମରାମତି ବି ଲମ୍ୱା ସମୟ ଧରି ହେଉନି। ଏହାକୁ ନେଇ ଅସନ୍ତୁଷ୍ଟ ବିଜେପି ବିଧାୟକ ବ୍ରଜଭୂଷଣ ରାଜପୁତ ନିଜ ସମର୍ଥକଙ୍କ ସହ ମନ୍ତ୍ରୀଙ୍କୁ ଘେରିଯାଇଥିଲେ। ଉଚ୍ଚବାଚ, ଧସ୍ତାଧସ୍ତି ପରେ ମନ୍ତ୍ରୀ ବିଧାୟକଙ୍କୁ ନେଇ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲେ ଓ ଗାଁ ମୁଖିଆଙ୍କ ସହ ବୈଠକ କରିଥିଲେ। ଏହି ହାଇପ୍ରୋଫାଇଲ ବିବାଦ ପ୍ରଶାସନିକ ଓ ରାଜନୀତିକ ହଡ଼କମ୍ପ ସୃଷ୍ଟି କରିଛି। ମହୋବାରେ କ୍ୟାବିନେଟ ମନ୍ତ୍ରୀ ସ୍ୱତନ୍ତ୍ର ଦେବ ସିଂଙ୍କ କାରକେଡକୁ ବ୍ରିଜଭୂଷଣଙ୍କ ସମେତ ପ୍ରାୟ ଶହେ ସରପଞ୍ଚ ଅଧା ରାସ୍ତାରେ ଅଟକାଇଦେଇଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *