ବିଜେପି ବିଧାୟକ ପ୍ରେସମିଟ୍ କଲେ। କିନ୍ତୁ ଫଟା ପୋଷାକରେ। ଗାଜିଆବାଦର ବିଜେପି ବିଧାୟକ ନନ୍ଦକିଶୋର ଗୁର୍ଜରଙ୍କ ଫଟା ପୋଷାକରେ ପ୍ରେସମିଟକୁ ନେଇ ସବୁଠି ଚର୍ଚ୍ଚା। ରାମକଥା ଲାଗି ଅନୁମତି ନେଇଥିଲେ। ତା ପରେ ବି ପୁଲିସ କଳସଯାତ୍ରାକୁ ରୋକିବାକୁ ପ୍ରୟାସ କଲା। ମହିଳାଙ୍କ ସହ ଦୁର୍ବ୍ୟବହାର କଲା। ମହିଳାଙ୍କ କଳସ ପଡ଼ିଗଲା। ଏପରିକି ପୁଲିସ କୁଆଡ଼େ ତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲା ବୋଲି ଆରୋପ ଆଣିଛନ୍ତି ପ୍ରେସମିଟରେ। ମୁଖ୍ୟ ଶାସନ ସଚିବ ଗୁଣିଗାରେଡ଼ି କରି ମୁଖ୍ୟମନ୍ତ୍ରୀଙ୍କ ବୁଦ୍ଧିକୁ ବନ୍ଧନ କରିଦେଇଛନ୍ତି। ମୁଖ୍ୟମନ୍ତ୍ରୀ କିନ୍ତୁ ଏମିତି ନୁହଁନ୍ତି। ମହିଳାଙ୍କ ଆଖିରେ ଲୁହ ଶୁଖୁନି। ରାଜ୍ୟର ଜନତା ପୁଲିସର ଏଭଳି ଆଚରଣରେ ମର୍ମାହତ। ୟୁପିରେ ଯଦି ରାମକଥା କରିପାରୁନୁ। ଝିଅ-ଭଉଣୀଙ୍କୁ ଅତ୍ୟାଚାର କରାଯାଉଛି। ତା ହେଲେ ରାମରାଜ୍ୟ କେମିତି ଆସିବ ବୋଲି ପଚାରିଛନ୍ତି ନନ୍ଦକିଶୋର। ୟୁପିର ମୁଖ୍ୟ ସଚିବ ସବୁଠୁ ଭ୍ରଷ୍ଟ ଅଧିକାରୀ। ଅଯୋଧ୍ୟାର ସମସ୍ତ ଜମି ଅଧିକାରୀମାନେ ଲୁଟିସାରିଲେଣି। ମିଛ ଏନକାଉଣ୍ଟରରେ ଲୋକ ମରୁଛନ୍ତି। ମାର୍ଚ୍ଚ ୨୮ରେ ରାମକଥା କରିବାକୁ ସେ ଲକ୍ଷ୍ମୌ ଆସିବେ। ସେଥିଲାଗି ମୁଖ୍ୟ ସଚିବଙ୍କୁ ବିଧାୟକ ଚ୍ୟାଲେଞ୍ଜ ଦେଇଛନ୍ତି ଯେ, ତାଙ୍କର ଛାତି ହେବ। କିନ୍ତୁ ମୁଖ୍ୟ ସଚିବଙ୍କ ଗୁଳି କମ୍ ପଡ଼ିଯିବ। ମୁଖ୍ୟମନ୍ତ୍ରୀଙ୍କୁ ଅଧିକାରୀମାନେ ଭୂଆଁ ବୁଲାଉଛନ୍ତି। ଏହାକୁ ବରାଦାସ୍ତ କରାଯିବନି ବୋଲି ଚେତାଇ ଦେଇଛନ୍ତି ନନ୍ଦକିଶୋର।

Naxatra News is now on Whatsapp
Join and get latest news update delivered to you via whatsapp
Join Now