ଆସନ୍ତା ୮ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଆସନ୍ତା ୮ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାତି ୮ଟାରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ଏହାପରେ ରାଜଭବନରେ ରାତ୍ରୀଯାପନ କରିବେ ।ଆଉ ତାପର ଦିନ ମାନେ ୯ ତାରିଖରେ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ସାମିଲ ହେବେ । ଏହାପରେ ଦିଲ୍ଲୀ ଫେରିଯିବେ ପ୍ରଧାନମନ୍ତ୍ରୀ ।ସୂଚନାଯୋଗ୍ୟ ଯେ, ଆଉ ମାତ୍ର କିଛି ଦିନ। ଜନତା ମଇଦାନରେ ହେବ ପ୍ରବାସୀ ଭାରତୀୟ ଦିବସର ମେଗା କାର୍ଯ୍ୟକ୍ରମ । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପ୍ରସ୍ତୁତି । ୧୦ଟି ବିଶାଳ ହ୍ୟାଙ୍ଗର ଛିଡ଼ା ହେଲାଣି । ସ୍ୱତନ୍ତ୍ର ଭାବେ ତିଆରି ହୋଇଥିବା ୫ଟି ପାଭିଲିୟନ୍ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିବ। ବିଶ୍ୱର ବିଭିନ୍ନ କୋଣ ଅନୁକୋଣରୁ ଆସୁଥିବା ପ୍ରବାସୀଙ୍କ ଆଗରେ ଓଡ଼ିଶାର ଗୌରବମୟ ଐତିହ୍ୟ ଓ କଳାକୁ ପ୍ରଦର୍ଶିତ କରିବାକୁ ଯୋଜନା ଚାଲିଛି । କାର୍ଯ୍ୟକ୍ରମରେ ସବୁଠୁ ବଡ଼ ହ୍ୟାଙ୍ଗରରେ ଉଦ୍ଘାଟନୀ ଓ ଉଦ୍ଯାପନୀ ମଞ୍ଚ ରହିବ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *