ମୁମ୍ବାଇ ବୋଟ୍ ଟ୍ରାଜେଡି। ସମୁଦ୍ରରୁ ଆଉ ଜଣଙ୍କ ମୃତଦେହ ଉଦ୍ଧାର କଲା କୋଷ୍ଟଗାର୍ଡ । ୪୩ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୁମ୍ୱାଇ ଗେଟ୍ ଓ୍ୱେ ଅଫ ଇଣ୍ଡିଆରୁ ଏଲିଫାଣ୍ଟା ଦ୍ୱୀପକୁ ପ୍ରାୟ ୧୧୦ ଜଣ ଯାତ୍ରୀଙ୍କୁ ନେଇଯାଉଥିଲା ବୋଟ୍। ମୁମ୍ବାଇରେ ବୁଧବାର ଗେଟ୍ ୱେ ଅଫ୍ ଇଣ୍ଡିଆରୁ ଏଲିଫେଣ୍ଟା ଯାଉଥିବା ନୀଲକମଲ ବୋଟ୍ ବୁଡ଼ିବା ଯୋଗୁ ୧୪ ଲୋକଙ୍କ ମୃତ୍ୟୁ ଘଟିଥିଲା । ଘଟଣାରେ ୯୮ ଜଣଙ୍କୁ ଉଦ୍ଧାର କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଜଣେ ନାବାଳକ ନିଖୋଜ ଅଛନ୍ତି। ମୃତକଙ୍କ ମଧ୍ୟରେ ୪ ନୌସେନା କର୍ମଚାରୀ ଏବଂ ୧୦ ସାଧାରଣ ନାଗରିକ ରହିଛନ୍ତି। ଏହି ବୋଟ୍କୁ ନୌସେନାର ଏକ ସ୍ପିଡ୍ବୋଟ୍ ଧକ୍କା ଦେଇଥିଲା । ଯାତ୍ରୀବାହୀ ବୋଟ୍ରେ ଥିବା ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ଅଭିଯୋଗ ଅନୁସାରେ, ନୀଲକମଲ ବୋଟ୍ରେ କେହି ବି ଲାଇଫ୍ ଜ୍ୟାକେଟ ପିନ୍ଧି ନ ଥିଲେ । ଅଚାନକ ନୌସେନାର ସ୍ପିଡ୍ବୋଟ୍ ଆସି ଧକ୍କା ଦେଇଥିଲା । ଏହା ପରେ ନୀଲକମଲ ବୁଡ଼ି ଯାଇଥିଲା । ପ୍ରାୟ ୨୫ ମିନିଟ୍ ପରେ ସେମାନଙ୍କୁ ନୌସେନା ଦ୍ୱାରା ଉଦ୍ଧାର କରଯାଇଥିଲା ।
ଧକ୍କା ଦେବା ପୂର୍ବରୁ ନୌସେନା ବୋଟ୍ଟି ଷ୍ଟଣ୍ଟ୍ କରୁଥିଲା । ତେଣୁ ସେ ଏହାର ଭିଡିଓ ରେକର୍ଡ କରୁଥିଲେ ବୋଲି ନୀଲକମଲରେ ଥିବା ଯାତ୍ରୀ ଜଣକ କହିଛନ୍ତି । ସେହିପରି ଉକ୍ତ ବୋଟ୍ର କ୍ଷମତା ୯୦ ଥିବାବେଳେ ସେଥିରେ ୧୦୦ରୁ ଊଦ୍ଧ୍ୱର୍ ଯାତ୍ରୀ ଥିଲେ ବୋଲି ଜଣାପଡ଼ିଛି । ନୌସେନା ବୋଟ୍ରେ ୬ ଜଣ ଥିଲେ । ହେଲେ ସେମାନଙ୍କ ମଧ୍ୟରୁ ମାତ୍ର ୨ ଜଣଙ୍କୁ ବଞ୍ଚା ଯାଇପାରିଛି । କୋଲାବା ଥାନାରେ ନୌସେନା ବୋଟ୍ ଚାଳକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ମୁମ୍ବାଇ ପୁଲିସ କହିଛି । ଅଦ୍ୟାବଧି ୯ ଜଣଙ୍କ ବୟାନ ରେକର୍ଡ କରାଯାଇଛି । ନିଖୋଜ ଥିବା ଯାତ୍ରୀଙ୍କ ସନ୍ଧାନ ଜାରି ରହିଛି । ଅନ୍ୟପକ୍ଷରେ ନୌସେନା ପକ୍ଷରୁ ଏକ ଏକ୍ସ ପୋଷ୍ଟ କରାଯାଇ କୁହାଯାଇଛି ଯେ, ସ୍ପିଡ୍ବୋଟ୍ର ଇଞ୍ଜିନ ଟ୍ରାଏଲ କରାଯାଉଥିଲା । ପରୀକ୍ଷଣ ବେଳେ କ୍ୟାପ୍ଟେନ ଉକ୍ତ ବୋଟ୍ରୁ ନିୟନ୍ତ୍ରଣ କରାଇଥିଲେ । ପରେ ଏହା ନୀଲକମଲ ବୋଟ୍କୁ ଧକ୍କା ଦେଇଥିଲା ।
Naxatra News is now on Whatsapp
Join and get latest news update delivered to you via whatsapp
Join Now